Below header

ହୋଲି ପର୍ବକୁ ସମସ୍ତେ ପାଳନ କରୁଥିବା ବେଳେ, ରଙ୍ଗଠୁ ଦୂରେଇ ରହନ୍ତି ଏହି ବଲିଉଡ଼ ଷ୍ଟାର

ଆଜି ହେଉଛି ରଙ୍ଗର ପର୍ବ ହୋଲି। ଭାରତରେ ଏହି ପର୍ବକୁ ଖୁବ୍ ସୁନ୍ଦର ଭାବେ ପାଳନ କରାଯାଏ। ଅଭିରର ରଙ୍ଗ ସହିତ ସମସ୍ତଙ୍କ ଜୀବନରେ ହସ ଖୁସିର ରଙ୍ଗ ଭରିଦେବା ପାଇଁ ସମସ୍ତେ ହୋଲି ଖେଳନ୍ତି। ପୁଣି ଏହି ରଙ୍ଗ ଖେଳରୁ କିଛି ଲୋକ ଦୂରେଇ ରୁହନ୍ତି। ଆପଣ ମଧ୍ୟ ଏହି ରଙ୍ଗ ଖେଳକୁ ଖୁବ୍ ଉପଭୋଗ କରୁଥିବେ। ଏହି ପର୍ବକୁ ନେଇ ଅନେକ ଫିଲ୍ମ ଓ ଗୀତ ମଧ୍ୟ କରାଯାଇଛି। କିନ୍ତୁ ଆପଣ କ’ଣ ଜାଣିଛନ୍ତି କିଛି ବଲିଉଡ଼ କଳାକାର ଅଛନ୍ତି ଯିଏକି ଏହି ରଙ୍ଗ ଖେଳକୁ ବିଲକୁଲ ପସନ୍ଦ କରନ୍ତିନି।

ସମଗ୍ର ଦେଶ ଧୁମ୍ ଧାମରେ ହୋଲି ପାଳନ କରୁଥିବା ବେଳେ ଏହି ବଲିଉଡ଼ ସୁପରଷ୍ଟାର ହୋଲି ଠାରୁ ଦୂରେଇ ରୁହନ୍ତି। ଏମିତିକି ଏମାନଙ୍କୁ କାହାକୁ ରଙ୍ଗର ଆଲର୍ଜି ମଧ୍ୟ ନାହିଁ। ହେଲେ କାହିଁକି ଏମାନେ ଖେଳନ୍ତି ହୋଲି, ଆଜି ଜାଣିବା ଏହି ଭିଡିଓରୁ। ପ୍ରଥମେ ଆସୁଛନ୍ତି ତାପ୍ସୀ ପନ୍ନୁ। ସେ କେବଳ ତାଙ୍କ ମା’ ବାପାଙ୍କ ପାଇଁ ହିଁ ହୋଲିର ରଙ୍ଗଠାରୁ ଦୂରରେ ରୁହନ୍ତି ।

ବାସ୍ତବରେ କହିବାକୁ ଗଲେ ଅଭିନେତ୍ରୀଙ୍କ ପିତାମାତା ଘରେ କେବେବି ହୋଲି ଖେଳନ୍ତି ନାହିଁ । ବାସ ସେହି କାରଣରୁ ହିଁ ତାପସୀ ମଧ୍ୟ କେବେ ଆଜି ପର୍ଯ୍ୟନ୍ତ ହୋଲି ଖେଳି ନାହାନ୍ତି। ପ୍ରତିବର୍ଷ ହୋଲିରେ ନିଜ କାର୍ଯ୍ୟରେ ବ୍ୟସ୍ତ ରହିବାକୁ ସେ ଚେଷ୍ଟା କରନ୍ତି। ବହୁତ କମ୍ ଲୋକ ଜାଣନ୍ତି ଯେ ଟାଇଗର ଶ୍ରଫ୍ ମଧ୍ୟ ହୋଲି ଖେଳିବାକୁ ପସନ୍ଦ କରନ୍ତି ନାହିଁ। କାରଣ ସେ ବିଶ୍ୱାସ କରନ୍ତି ଯେ ହୋଲି ଖେଳିସାରିବା ପରେ ରଙ୍ଗ ଛଡ଼ାଇବା ପାଇଁ ବହୁତ୍ ପାଣି ନଷ୍ଟ ହୁଏ। ଏହା ବ୍ୟତିତ ହୋଲି ରଙ୍ଗରେ ବିଭିନ୍ନ ପ୍ରକାର ରାସାୟନିକ ପଦାର୍ଥ ମିସିଥାଏ। ଯାହାକି ଚର୍ମ ପାଇଁ ଖରାପ। ତେଣୁ ସେ ମଧ୍ୟ କେବେବି ହୋଲି ଖେଳନ୍ତି ନାହିଁ।

ରଙ୍ଗକୁ ପସନ୍ଦ କରୁନଥିବା ଆଉ ଜଣେ ସେଲିବ୍ରେଟି ହେଇଛନ୍ତି ରଣଭୀର ସିଂ। ଆପଣ ହୁଏତ ତାଙ୍କୁ ବିଭିନ୍ନ ପ୍ରକାର ରଙ୍ଗୀନ ପୋଷାକରେ ଦେଖିଥିବେ, ତାଙ୍କ ରଙ୍ଗୀନ ଭେଷ ପୋଷାକ ପାଇଁ ସେ ବଲିଉଡ଼ ଇଣ୍ଡଷ୍ଟ୍ରିରେ ବେଶ୍ ପ୍ରସିଦ୍ଧ। କିନ୍ତୁ ସେ ହୋଲିର ରଙ୍ଗଠାରୁ ବହୁତ ଦୂରରେ ରୁହନ୍ତି । କହିବାକୁ ଗଲେ ତାଙ୍କୁ ପରିଷ୍କାର ରହିବାକୁ ଭଲ ଲାଗେ । ତେଣୁ ରଙ୍ଗରେ କେମିକାଲ ଥିବା ହେତୁ ଓ ହୋଲି ଖେଳି ସରିବା ପରେ ଅଧିକ ଅପରିଷ୍କାର ପାଇଁ ସେ ରଙ୍ଗ ଠାରୁ ଦୂରେଇ ରୁହନ୍ତି। ସେ ଭାବନ୍ତି ଯେ ଏହି ରଙ୍ଗ ଯୋଗୁଁ ଅନେକ ମଇଳା ବ୍ୟାପିଥାଏ।

ବର୍ତ୍ତମାନ ବଲିଉଡ଼ର ଆଗଧାଡ଼ିର ହିରୋଇନ୍ କ୍ରିତି ସାନନ୍ ମଧ୍ୟ ରଙ୍ଗଠାରୁ ଦୂରରେ ରହିବାକୁ ପସନ୍ଦ କରନ୍ତି । ସେ ତାଙ୍କ ଟିନ୍ ଏଜ୍ ରେ ଏକ ସମୟ ଥିଲା ଯେତେବେଳେ ତାଙ୍କ ଘରେ ବହୁତ ହୋଲି ଖେଳୁଥିଲେ। କିନ୍ତୁ ଏହା ପରେ ସେ ହୋଲିର ରଙ୍ଗରୁ ଦୂରେଇ ରହିଲେ। ସେ ପୂର୍ବଭଳି ଆଉ ହୋଲି ଖେଳୁ ନାହାନ୍ତି।

kriti sanon
Picture credit- pink villa

ବଲିଉଡ଼ ବେବୋ କରୀନା କପୁର ଖାନ ମଧ୍ୟ ହୋଲିଠାରୁ ବହୁତ ଦୂରରେ ରୁହନ୍ତି । କପୁର ପରିବାରର ହୋଲି ବଲିଉଡରେ ବହୁତ ପ୍ରସିଦ୍ଧ ଥିଲେ। କରୀନା ମଧ୍ୟ ତାଙ୍କର ଏକ ସାକ୍ଷାତକାରରେ କହିଥିଲେ ଯେ ତାଙ୍କ ଦାଦା ରାଜ କପୁରଙ୍କ ମୃତ୍ୟୁ ପରେ ସେ ହୋଲି ଖେଳିବା ବନ୍ଦ କରିଦେଲେ। ରାଜ କପୁରଙ୍କ ସମୟରେ ତାଙ୍କ ପରିବାରର ହୋଲି ବହୁତ ପ୍ରସିଦ୍ଧ ଥିଲେ । ଅଭିନେତା ରଣବୀର କପୁର ମଧ୍ୟ ଦୀର୍ଘ ସମୟ ଧରି ହୋଲି ଖେଳୁ ନାହାନ୍ତି।ସେ ରଙ୍ଗଠାରୁ ବହୁତ ଦୂରରେ ରୁହନ୍ତି । ଖବର ଅନୁଯାୟୀ, ଫିଲ୍ମ ‘ୟେ ଜୱାନୀ ହ ଦିୱାନୀ’ର ଫେମସ ଗୀତ ‘ବଲମ ପିଚକାରିର’ ସୁଟିଂ ସମୟରେ ମଧ୍ୟ ସେ ରଙ୍ଗ ଯୋଗୁଁ ନିଜକୁ ବହୁତ ଅନକମ୍ଫର୍ଟେବୁଲ୍ ମନେ କରୁଥିଲେ। ବହୁତ୍ କଷ୍ଟରେ ସେ ସେହି ଗୀତର ସୁଟିଙ୍ଗ କରିଥିଲେ।

ହୋଲିର ପର୍ବରୁ ନିଜକୁ ଦୂରେଇ ରଖିଥିବା ଅନ୍ୟ ଜଣେ କଳାକାର ହେଇଛନ୍ତି ଜହନ ଅବ୍ରାହାମ। ସେ ମଧ୍ୟ ହୋଲି ଖେଳିବାକୁ ପସନ୍ଦ କରନ୍ତି ନାହିଁ। ସେ ଭାବନ୍ତି ଯେ ହୋଲି ରଙ୍ଗରେ ଅନେକ ପ୍ରକାରର ରାସାୟନିକ ପଦାର୍ଥ ବ୍ୟବହୃତ ହୁଏ, ଯାହା ପ୍ରକୃତି ଓ ଜୀବଜନ୍ତୁଙ୍କ ପାଇଁ ମଧ୍ୟ ବହୁତ କ୍ଷତି କରିଥାଏ। ସେଥିପାଇଁ ସେ ହୋଲିଠାରୁ ଦୂରରେ ରୁହନ୍ତି। ଯେହେତୁ ଏହା ଆମର ଏକ ବଡ଼ ପର୍ବ, ଏହାକୁ ପାଳନ କରିବା ଦରକାର୍ କିନ୍ତୁ ସତର୍କତା ସହିତ କେବଳ ଅଭିର ରଙ୍ଗରେ ହିଁ ହୋଲି ଖେଳିବା ଉଚିତ୍।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.