Below header

ବଲିଉଡରେ ବି କରୋନା ଭୟ, ଜାଣନ୍ତୁ କେଉଁ କଳାକାର ନିଜକୁ ରଖିଛନ୍ତି ଆଇସୋଲେଟରେ ଓ କରୋନାକୁ ନେଇ କେଉଁମାନେ କଣ କରିଛନ୍ତି ଟ୍ଵିଟ୍‌

କରୋନା ଭାଇରସ୍‌ ଦିନକୁ ଦିନ ଆହୁରି ଭୟଙ୍କର ହେବାରେ ଲାଗିଛି। ଏହି ଭାଇରସ୍‌ ଦିନକୁ ଦିନ ତାର କାୟା ବିସ୍ତାର କରି ଚାଲିଛି। ବିଶ୍ୱର ସବୁ ଲୋକ ଏହି ଭାଇରସ୍‌ କାରଣରୁ ଭୟଭୀତ ଅବସ୍ଥାରେ ଅଛନ୍ତି। ଏହି ସଂକ୍ରମଣରୁ ରକ୍ଷା ପାଇବା ପାଇଁ ପ୍ରତ୍ୟେକ ବ୍ୟକ୍ତି ଏବେ ବହୁତ ସର୍ତକତାରେ ରହୁଛନ୍ତି। ଏହି ଭାଇରସ ଡରରେ ବଲିଉଡ୍‌ କଳାକାରମାନେ ମଧ୍ୟ ବହୁତ ସଚେତନ ଏବଂ ସତର୍କତାରେ ଅଛନ୍ତି।


ଖାସ୍‌ କରି ଯେଉଁମାନେ ଲୋକଙ୍କ ସଂସ୍ପର୍ଶରେ ଆସୁଛନ୍ତି ସେମାନଙ୍କର ପ୍ରଭାବ ସାଧାରଣ ଜନତାଙ୍କ ଉପରେ ପଡିଥାଏ। ଏମିତିରେ ଅନେକ ସେଲିବ୍ରିଟୀମାନେ ଏହି ଦାୟିତ୍ୱକୁ ଗୁରୁତ୍ୱର ସହିତ ନେଇ ବିଦେଶ ଯାତ୍ରା କରିବା ପରେ ନିଜକୁ ଆଇସୋଲେଟ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଏବେ ବଲିଉଡ୍‌ ଅଭିନେତା ଅନୁପମ୍‌ ଖେରଙ୍କ ନାମ ମଧ୍ୟ ସାମିଲ ଅଛି। ଅନୁପମ୍‌ ଖେର ଏବେ ନିଜକୁ ଆଇସୋଲେଟ୍‌ କରି ରଖିଛନ୍ତି।


ବଲିଉଡ୍‌ କଳାକାର ମାନେ ପ୍ରାୟ ସମୟରେ ଅଧିକ ସମୟ ବିଦେଶରେ ବିତାଇଥାନ୍ତି। ସେହିଭଳି ଅନେକ ସେଲିବ୍ରିଟୀ ପୂର୍ବରୁ ହିଁ ବିଦେଶରେ ଥିଳେ ଯେଉଁମାନେ ଏବେ ଭାରତ ପହଁଚିଛନ୍ତି। ଏମିତିରେ ଏମାନେ ସମସ୍ତେ ନିଜକୁ ଆଇସୋଲେଟ୍‌ କରି ରଖୁଛନ୍ତି। ସୋନମ କପୁର ମଧ୍ୟ ନିକଟରେ ସ୍ୱାମୀ ଆନନ୍ଦ ଆହୁଜାଙ୍କ ସହିତ ଲଣ୍ଡନରେ ଥିଲେ।


ଯାହାପରେ ସେ ମୁମ୍ବାଇ ଆସି ନିଜକୁ ଆଇସୋଲେଟ୍‌ କରି ରଖିଛନ୍ତି। ତେବେ ବଲିଉଡରେ ଆହୁରି ଅନେକ କଳାକାର ମଧ୍ୟ ନିଜକୁ ଆଇସୋଲେଟ କରି ରଖୁଛନ୍ତି। ତେବେ ଏବେ ଆସନ୍ତୁ ଜାଣିବା କେଉଁମାନେ କରୋନା ଭାଇରସକୁ ନେଇ କର ଟ୍ଵିଟ କରିଛନ୍ତି ଏବଂ କେଉଁମାନେ ଆଇସୋଲେଟ୍‌ କରି ରହିଛନ୍ତି।

 

View this post on Instagram

 

Let’s get together and fight this #WarAgainstVirus. @cmomaharashtra_ @adityathackeray

A post shared by Shah Rukh Khan (@iamsrk) on

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.