ପ୍ରଥମ ଓ ଦ୍ଵିତୀୟ ପରେ ଏବେ ତୃତୀୟ ବିବାହ କରିବାକୁ ଯାଉଛନ୍ତି ଏହି ଅଭିନେତ୍ରୀ

ବଲିଉଡ ଇଣ୍ଡଷ୍ଟ୍ରି ହେଉ କିମ୍ବା ଟିଭି ଇଣ୍ଡଷ୍ଟ୍ରି ଏଠାରେ ଏପରି ବହୁତ ଅଭିନେତା, ଅଭିନେତ୍ରୀମାନେ ଅଛନ୍ତି ଯେଉଁମାନେ ଥରେ କି ଦୁଇଥର ନୁହେଁ ଅନେକ ଥର ଲେଖାଏଁ ବିବାହ ବନ୍ଧନରେ ବାନ୍ଧି ହୋଇ ସାରିଛନ୍ତି । ଆଜି ଆମେ ଆପଣଙ୍କୁ ଏପରି ଜଣେ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯିଏକି ପ୍ରଥମ କିମ୍ବା ଦ୍ଵିତୀୟ ନୁହେଁ ବରଂ ତୃତୀୟ ବିବାହ କରିବାକୁ ଯାଉଛନ୍ତି । ଟେଲିଭିଜନ ଇଣ୍ଡଷ୍ଟ୍ରିର ଏହି ପ୍ରମୁଖ ଅଭିନେତ୍ରୀଙ୍କ ନାମ ହେଉଛି ସ୍ନେହା ବାଘ । ସ୍ନେହା ବାଘ ଟେଲିଭିଜନ ଜଗତର ଜଣେ ଜଣାଶୁଣା ଅଭିନେତ୍ରୀ ଅଟନ୍ତି ଏବଂ ସେ ଟିଭିରେ ଅନେକ ସିରିୟଲରେ କାମ କରି ସାରିଛନ୍ତି ।

 

Related image

ସେ ଟେଲିଭିଜନ ଜଗତର ସବୁଠାରୁ ସୁନ୍ଦର ଅଭିନେତ୍ରୀ ଅଭିନେତ୍ରୀ ମାନଙ୍କ ମଧ୍ୟରୁ ଜଣେ । ତାଙ୍କର ପ୍ରଥମ ବିବାହ ଜଣେ ମରାଠୀ ଅଭିନେତାଙ୍କ ସହ ହୋଇଥିଲା ଓ ଦ୍ଵିତୀୟ ଥର ସେ ଜଣେ ଇଂଟେରିୟର ଡିଜାଇନରଙ୍କୁ ବିବାହ କରିଥିଲେ । ମାତ୍ର ତିନି ବର୍ଷ ପରେ ପୁଣିଥରେ ତାଙ୍କର ଦ୍ଵିତୀୟ ବିବାହ ଭାଙ୍ଗି ଯାଇଥିଲା ଓ ଦୁଇଜଣଙ୍କ ମଧ୍ୟରେ ଡିଭୋର୍ସ ହୋଇଯାଇଥିଲା । ତେବେ ବର୍ତ୍ତମାନ ସ୍ନେହା ବାଘ ନିଜର ତୃତୀୟ ବିବାହକୁ ନେଇ ବହୁତ ଚର୍ଚ୍ଚାରେ ଅଛନ୍ତି ।

Image result for sneha wagh

ଏହାସହ ପଢନ୍ତୁ ଦୀପିକା ପାଦୁକୋନଙ୍କ ବିଲଡିଂରୁ ରଣବୀର ମାରିଲେ ଛକା ,ଏପରି ମ୍ୟାଚ ଦେଖିନଥିବେ କେବେ ଦେଖନ୍ତୁ ଭିଡିଓ

ସେ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ନିଜର ତୃତୀୟ ବିବାହକୁ ନେଇ ସୂଚନା ଦେଇଛନ୍ତି କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ନିଜର ଭାବି ପତିଙ୍କ ବିଷୟରେ କିଛି କହିନାଁହାନ୍ତି । ତେବେ ତାଙ୍କର ସୋସିଆଲ ମିଡ଼ିଆ ପୋଷ୍ଟରୁ ଏହା ଜାଣିବାକୁ ମିଳିଛି ଯେ ସେ ଅତିଶୀଘ୍ର ତୃତୀୟ ବିବାହ କରିବାକୁ ଯାଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.