ସମ୍ବଲପୁର: ମିଳିଲା ମହାନଦୀରେ ବୁଡି ନିଖୋଜ ଥିବା ବାଳିକା ପିଙ୍କି ବିଶ୍ୱକର୍ମାଙ୍କ ମୃତଦେହ, ୩ ଦିନର ସର୍ଚ୍ଚ ଅପରେସନ ପରେ ହେଲା ଉଦ୍ଧାର

ସମ୍ବଲପୁର(କେନ୍ୟୁଜ୍): ମହାନଦୀ ବୁଡି ନିଖୋଜ ଥିବା ବାଳିକା ପିଙ୍କି ବିଶ୍ୱକର୍ମାଙ୍କ ମୃତଦେହକୁ ଉଦ୍ଧାର କରିଛି ଓଡ୍ରାଫ । ୩ ଦିନର ସର୍ଚ୍ଚ ଅପରେସନ ପରେ ଦ୍ୱିତୀୟ ମହାନଦୀ ସେତୁର ବିନାଖଣ୍ଡି ଅଞ୍ଚଳରୁ ମହାନଦୀ ଗର୍ଭରୁ ନିଖୋଜ ବାଳିକା ପିଙ୍କିଙ୍କ ମୃତଦେହ ମିଳିଛି । ଗତ ରବିବାର ଦିନ ୧୧ଟା ବେଳେ ସମ୍ବଲପୁର ବଡବଜାରର ସଡକ ଘାଟରେ ମହାନଦୀରେ ଗାଧୋଇବାକୁ ଯାଇଥିବା ବେଳେ ୬ ଜଣ ନାବାଳିକା ପାଣିରେ ଭାସି ଯାଇଥିଲେ । ସେହିଦିନ ୫ ଜଣଙ୍କୁ ସ୍ଥାନୀୟ ଲୋକ ଓ ଅଗ୍ନିଶମ ବିଭାଗ ଉଦ୍ଧାର କରିଥିବା ବେଳେ ପିଙ୍କିଙ୍କ ପର୍ତ୍ତା ମିଳିନଥିଲା । ସେହିଦିନ ଠାରୁ ଓଡ୍ରାଫ ଓ ଅଗ୍ନିଶମ ବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.