‘ହିରୋପନ୍ତୀ ୨’ରେ ଫୁଲ୍‌ ଅନ୍‌ ଆକ୍ସନ୍‌ ମୋଡ୍‌ରେ ନଜର ଆସିବେ ଟାଇଗର ଶ୍ରଫ୍‌, ସାମ୍ନାକୁ ଆସିଲା ପୋଷ୍ଟର

ବଲିଉଡ୍‌ ଇଣ୍ଡଷ୍ଟ୍ରୀରେ ଟାଇଗର ଶ୍ରଫ୍‌ ଆକ୍ସନ୍‌ ଷ୍ଟାର ଭାବେ ଜଣାଶୁଣା। ପ୍ରତ୍ୟେକ ଫିଲ୍ମରେ ସେ ନିଜ ଜବରଦସ୍ତ ଆକ୍ସନ୍‌ ସିନ୍‌ ମାଧ୍ୟମରେ ଛାପ ଛାଡ଼ିଯାଉଛନ୍ତି। କୁହାଯାଉଛି ଯେ ତାଙ୍କ ଆଗାମୀ ଫିଲ୍ମ ହିରୋପନ୍ତୀ ୨ରେ ବି ଏମିତି କିଛି ଦମ୍‌ଦାର ଆକ୍ସନ୍‌ ସିନ୍‌ ଦେଖିବାକୁ ମିଳିବ, ଯାହା ଦର୍ଶକେ ଆଗରୁ କେବେ ଦେଖି ନଥିବେ। ତେବେ ଆଗକୁ ଟାଇଗରଙ୍କୁ କି ଆକ୍ସନ୍‌ କରୁଥିବାର ଦେଖିବାକୁ ମିଳିବ ଏବେ ଯାଏଁ ସେ ନେଇ କୌଣସି ସୂଚନା ମିଳି ନାହିଁ।

 

View this post on Instagram

 

A post shared by Tiger Shroff (@tigerjackieshroff)


ଟାଇଗର ଶ୍ରଫ୍‌ଙ୍କ ଅଭିନୀତ ଫିଲ୍ମ ‘ହିରୋପନ୍ଥୀ ୨’ର ଏକ ପୋଷ୍ଟର ଜାରି କରାଯାଇଛି। ଏଥିରେ ସେ ଫୁଲ୍‌ ସ୍ୱାଗ୍‌ରେ ଆକ୍ସନ୍‌ ମୋଡ୍‌ରେ ନଜର ଆସିଛନ୍ତି। ପୋଷ୍ଟରରେ ତାଙ୍କ ଉପରେ ଚାରି ଆଡ଼ୁ ଗୁଳି ମାଡ଼ ହୋଇଥିବା ଦେଖାଯାଇଛି। କିନ୍ତୁ ଟାଇଗରଙ୍କ ହାବଭାବ ଦେଖି ଲାଗୁଛି ଯେମିତି ତାଙ୍କୁ ଜମା ଡର ଲାଗୁ ନାହିଁ। ସେ ସବୁ ଚ୍ୟାଲେଞ୍ଜକୁ ସାମ୍ନା କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ସୋସିଆଲ ମିଡିଆରେ ଟାଇଗରଙ୍କ ଏହି ପୋଷ୍ଟର ଖୁବ୍‌ ଭାଇରାଲ ହେବାରେ ଲାଗିଛି।

ଏହି ପୋଷ୍ଟର ମାଧ୍ୟମରେ ଫିଲ୍ମରେ ଟାଇଗରଙ୍କ ଭୂମିକା ବିଷୟରେ ବି ଖୁଲାସା ହୋଇଛି। କୁହାଯାଇଛି ଯେ ଫିଲ୍ମରେ ଟାଇଗର ପୁଣିଥରେ ବବଲୁ ଭୂମିକାରେ ଫେରୁଛନ୍ତି। କେବଳ ଏତିକି ନୁହେଁ, ଏହି ପୋଷ୍ଟରରେ ଫିଲ୍ମର ଟ୍ରେଲର ରିଲିଜ୍‌ ନେଇ ମଧ୍ୟ ସୂଚନା ଦିଆଯାଇଛି। ପୋଷ୍ଟର ମୁତାବକ, ଫିଲ୍ମର ଟ୍ରେଲର କାଲି ଅର୍ଥାତ୍‌ ୧୭ ମାର୍ଚ୍ଚ ଦିନ ୧୨ ଟା ବେଳେ ରିଲିଜ୍‌ ହେବ। ଫିଲ୍ମରେ ଟାଇଗରଙ୍କ ସହ ତାରା ସୁତରିଆ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ। ଏହା ଏକ ରୋମାଣ୍ଟିକ୍‌-ଆକ୍ସନ୍‌ ଫିଲ୍ମ। ଏହି ଫିଲ୍ମରେ ନିର୍ଦ୍ଦେଶନା ଦେଉଛନ୍ତି ଅହମ୍ମଦ ଖାନ୍‌। ପ୍ରକାଶ ଯେ ଅହମ୍ମଦ ଖାନ୍‌ ଟାଇଗରଙ୍କ ପୂର୍ବ ଫିଲ୍ମ ବାଗୀ ୩ରେ ବି ନିର୍ଦ୍ଦେଶନା ଦେଇଥିଲେ।

Also Read: ରୁଷ୍‌ର ଧମକ! ଟ୍ଵିଟରରେ ନିଜ ନାଁ ବଦଳାଇ Elona କଲେ ଟେସ୍‌ଲା ମୁଖ୍ୟ ଏଲନ୍‌ ମସ୍କ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.