Below header

ଫିଲ୍ମ ‘ଗଣପତ’ରେ ନଜର ଆସିବେ ଟାଇଗର ଶ୍ରଫ୍‌, ରିଲିଜ୍‌ ହେଲା ପୋଷ୍ଟର

ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ନିଜର ଆକ୍ସନ୍‌ ପାଇଁ ଜଣାଶୁଣା ଲୋକପ୍ରିୟ ଅଭିନେତା ଟାଇଗର ଶ୍ରଫ୍‌ ଙ୍କ ଫ୍ୟାନ୍ସମାନଙ୍କ ପାଇଁ ଖୁସି ଖବର। ରିପୋର୍ଟ ଅନୁଯାୟୀ ଗତକାଲି ନିଜର ନୂଆ ଫିଲ୍ମ ‘ଗଣପତ’ର ମୋସନ ପୋଷ୍ଟର ଇଣ୍ଟରନେଟ୍‌ ରେ ସେୟାର କରିଛନ୍ତି। ସୋସିଆଲ ମିଡିଆରେ ଜାରି କରାଯାଇଥିବା ପୋଷ୍ଟରକୁ ଦେଖି ଫ୍ୟାନ୍ସମାନେ ଖୁବ୍‌ ଏକ୍ସସାଇଟେଡ୍‌ ଥିବା ନଜର ଆସିଛନ୍ତି। ବହୁତ୍‌ ଆପଣମାନଙ୍କୁ ଏକ ଜବରଦସ୍ତ ଏକ୍ସନ ଫିଲ୍ମ ଦେଖିବାକୁ ମିଳିବ। ସୂଚନା ମୁତାବକ ‘ଗଣପତ’ ଫିଲ୍ମକୁ ବିକାଶ ବହଲ ନିର୍ଦେଶନା କରିଛନ୍ତି। ଏହି ଫିଲ୍ମର ସୁଟିଂ ଆସନ୍ତା ୨୦୨୧ ମସିହାରେ ଆରମ୍ଭ କରାଯିବ ଏବଂ ୨୦୨୨ ମସିହା ଭିତରେ ରିଲିଜ୍‌ ହେବ।

ganpathସୋସିଆଲ ମିଡିଆରେ ଟାଇଗର ଫିଲ୍ମର ପୋଷ୍ଟର ସେୟାର କରିବା ସହ ଲେଖିଛନ୍ତି, ‘ଏହି ଫିଲ୍ମ ମୋ ପାଇଁ ଖୁବ୍‌ ଖାସ୍‌ ଏବଂ ସେତିକି ଖାସ୍‌ ଆପଣମାନଙ୍କ ପାଇଁ ମଧ୍ୟ ହେବ! ଗଣପତ ଫିଲ୍ମରେ ଅଧିକ ଆକ୍ସନ ଏବଂ ରୋମାନ୍ସ ମଧ୍ୟ ଦେଖିବାକୁ ପାଇପାରିବେ। ଏହି ପୋଷ୍ଟର ସେୟାର କରିବା ସହ ଏଥିରେ ଟାଇଗରଙ୍କର ଏକ ଡାଇଲଗ୍‌ ମଧ୍ୟ ରହିଛି, ଯେଉଁଥିରେ ସେ କହିଥାନ୍ତି, ‘‘ଯବ୍‌ ଅପୁନ୍‌ ଡରତା ହେ ନା, ତବ୍‌ ଅପୁନ୍‌ ବହୁତ୍‌ ମାରତା ହେ।’’

ସୋସିଆଲ ମିଡିଆରେ ଜାରି କରାଯାଇଥିବା ପୋଷ୍ଟରର ଟାଇଟଲ୍‌ ତଳେ ପାର୍ଟ-୧ ଲେଖା ରହିଛି, ଯେଉଁଥିରେ ସ୍ପଷ୍ଟ ଜାଣି ହେଉଛି ଏହା ଏକ ଆକ୍ସନ ସିରିଜ୍‌ ଏବଂ ଏହାର ଦ୍ୱିତୀୟ ପାର୍ଟ ମଧ୍ୟ ଆସିବ। ଟାଇଗର ଶେଷ ଥର ପାଇଁ ଡାଇରେକ୍ଟର ଅହମଦ ଖାନ୍‌ ଙ୍କ ଫିଲ୍ମ ‘ବାଗୀ ୩’ରେ ନଜର ଆସିଥିଲେ। ଅନ୍ୟପଟେ ଟାଇଗର ଶ୍ରଫ୍‌ କହିଛନ୍ତି ବହୁତ ଜଲଦି ସେ ନିଜ ଫିଲ୍ମ ‘ହିରୋପନ୍ଥୀ୨’ ଏବଂ ‘ବାଗୀ ୪’ ର ସୁଟିଂ ଆରମ୍ଭ କରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.