ଟିଆରପି ଲିଷ୍ଟର ପ୍ରଥମ ସ୍ଥାନରେ ରହିଛି ନାଗିନ୍-୬, ବନାଇଛି ଏଭଳି ରେକର୍ଡ

ଟେଲିଭିଜନ ଇଣ୍ଡଷ୍ଟ୍ରିର ରାଣୀ ଏକତା କପୁର ନାଗିନ୍-୬ ସିରିଏଲ ମାଧ୍ୟମରେ ନିଜକୁ ପୁଣି ଥରେ ପ୍ରମାଣ କରି ଦେଖାଇଛନ୍ତି। ତାଙ୍କ ନିର୍ଦ୍ଦେଶିତ ଟିଭି ଶୋ’ ନାଗିନ୍-୬ ରିଲିଜ ହେବା ପରେ ସୁପରହିଟ ହୋଇଛି। ଏହି ଶୋ’ର ପ୍ରଥମ ଏପିସୋଡ୍ ନୂଆ ଟିଆରପି ରେକର୍ଡ କରିଥିବାର ସୂଚନା ମିଳିଛି। ତେଜସ୍ୱୀ ପ୍ରକାଶଙ୍କ ଅଭିନୀତ ଏହି ଶୋ’ର ରେକର୍ଡ ପାଇଁ ଏହା ଏବେ ଚର୍ଚ୍ଚାରେ ଅଛି।
ବାସ୍ତବରେ କହିବାକୁ ଗଲେ, ତେଜସ୍ୱୀ ପ୍ରକାଶ ଓ ସିମ୍ବା ନାଗପାଲଙ୍କ ଟିଭି ଶୋ’ ‘ନାଗିନ୍-୬’କୁ ଅନେକ ପ୍ରଶଂସା ମିଳିଛି। ଏହି ଟିଭି ଶୋ’ର ପ୍ରଥମ ଏପିସୋଡ୍ ୨.୧କୁ ଅନଲାଇନ ଟିଆରପି ମିଳିଛି। ଏକତା କପୁର ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ‘ନାଗିନ୍-୬’ର ଏକ ଭିଡିଓ ସେୟାର କରିିବା ସହ ଶୋ’ର ପ୍ରଥମ ଏପିସୋଡ୍ର ଟିଆରପି ବିଷୟରେ ସୂଚନା ଦେଇଛନ୍ତି। ସେ ଏହା ମଧ୍ୟ କହିଛନ୍ତି ୨୦୨୨ର ଏହି ଶୋ’ ରେକର୍ଡ ଓପନିଂ ରହିବ।
ଏକତା କପୁର ଏହି ଭିଡିଓ ମାଧ୍ୟମରେ ତେଜସ୍ୱୀ ପ୍ରକାଶ, ମହକ ଚହଲ ଓ ସିମ୍ବା ନାଗପାଲଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଥମ ସପ୍ତାହରେ ଏହି ଶୋ’ ଟିଆରପି ଲିଷ୍ଟରେ ସ୍ଥାନ ପାଇ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହି ଶୋ’ ଆସିବାପରେ ଅନ୍ୟ ୫ଟି ମୁଖ୍ୟ ଶୋ’ ବିପଦରେ ପଡିପାରେ। ନାଗିନ୍-୬ର ପ୍ରଥମ ଏପିସୋଡ୍ ଆସିବା ପରେ ‘ଇମଲୀ’ ଟିଆରପି ଲିଷ୍ଟରୁ ବାହାରି ଯାଇଛି।
ନାଗିନ୍-୬ ସିରିଏଲର ପ୍ରୋମୋ ଆସିବା ଦିନରୁ ଏହାର ଆଲୋଚନା ଜୋରସୋର ଚାଲିଥିଲା। ଏହାର ପୂର୍ବ ୫ଟି ସିଜିନ ମଧ୍ୟ ହିଟ୍ ହୋଇସାରିଛି। ଏହି ଶୋ’ର ପୂର୍ବ ୫ଟି ସିଜିନରେ ନିୟା ଶର୍ମା, ସୁରଭି ଚନ୍ଦନା, ସୁରଭି ଜ୍ୟୋତି, ହିନା ଖାନ, ଅଦା ଶର୍ମା, ଅନିତା ହସନନ୍ଦାନି ଓ ମୌନୀ ରାୟ ଭଳି ବଡ ବଡ ଅଭିନେତ୍ରୀ କାମ କରିିଛନ୍ତିି। ଏକତା କପୁର ନାଗିନ୍-୬ ପାଇଁ ୧୩୦ କୋଟି ଖର୍ଚ୍ଚ କରିଥିବାର ସୂଚନା ମିଳିଛି।