ଆଇସିୟୁରେ ଭର୍ତ୍ତି ହୋଇଥିଲେ ଭାରତର ଓପନିଂ ବ୍ୟାଟ୍ସମ୍ୟାନ୍ ଈଶାନ କିଶନ, ମ୍ୟାଚ୍ ବେଳେ ମୁଣ୍ଡରେ ବାଜିଥିଲା ବଲ୍

ଡାକ୍ତରଖାନାରେ ଭର୍ତ୍ତି ହେଲେ ଭାରତର ଓପନିଂ ବ୍ୟାଟ୍ସମ୍ୟାନ୍ ଈଶାନ କିଶନ। ଗତକାଲିର ମ୍ୟାଚ୍ରେ ତାଙ୍କ ମୁଣ୍ଡରେ ବଲ୍ ବାଜିଥିବାରୁ ସେ ଆହତ ହୋଇଥିଲେ। ଲହିରୁ କୁମାରଙ୍କ ଦ୍ରୁତ ବାଉନ୍ସର ବଲ୍ ବାଜି ଈଶାନ ଆହତ ହୋଇଥିଲେ। ଏହି ସମୟରେ ଖେଳ ରୋକାଯାଇଥିଲା। ଫିଜିଓ ଆସି କିଛି ସମୟ ଚିକିତ୍ସା କରିବା ପରେ ପୁଣିଥରେ ଖେଳ ଜାରି ରଖିଥିଲେ ଈଶାନ। ଖେଳ ସରିବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ବୋଲି ଖବର ମିଳିଛି। ସେଠାରେ ତାଙ୍କ ମୁଣ୍ଡ ସ୍କାନ୍ କରାଯାଇଛି। ଏନେଇ ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ପକ୍ଷରୁ ସୂଚନା ଦିଆଯାଇଛି।
ମିଡିଆ ରିପୋର୍ଟ ଅନୁସାରେ, ଈଶାନଙ୍କୁ କଗଡ଼ାର ଫୋର୍ଟିସ୍ ହସ୍ପିଟାଲ୍ର ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲ୍ରେ ଆଡ୍ମିଟ୍ ହେବା ପରେ ପ୍ରଥମେ ଆଘାତ ଲାଗିଥିବା ସ୍ଥାନକୁ ସ୍କାନ କରାଯାଇଥିଲା। ଏହାପରେ ତାଙ୍କୁ ସାଧାରଣ ବେଡ୍କୁ ସ୍ଥାନାନ୍ତର କରାଯାଇଥିଲା। ଈଶାନଙ୍କ ସହିତ ଶ୍ରୀଲଙ୍କା ବ୍ୟାଟର ଦିନେଶ ଚାଣ୍ଡିମଲଙ୍କୁ ମଧ୍ୟ ଫୋର୍ଟିସଂ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେ ବି ମ୍ୟାଚ୍ରେ ଆହତ ହୋଇଥିଲେ।
Indian cricketer Ishan Kishan is under medical examination after getting hit on the head during India vs Sri Lanka 2nd T20I. Sri Lanka player Dinesh Chandimal was also taken to hospital as part of precautionary measures after an injury: Himachal Pradesh Cricket Association
— ANI (@ANI) February 26, 2022
ଗତକାଲି ମ୍ୟାଚରେ ଖେଳାଯାଇଥିବା ଟି-୨୦ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ରେ ଈଶାନ ସେତେଟା ଭଲ ପ୍ରଦର୍ଶନ କରିପାରନଥିଲେ। ସେ ୧୫ ବଲ୍ରେ ମାତ୍ର ୧୬ ରନ୍ କରି ଆଉଟ ହୋଇଯାଇଥିଲେ। ତେବେ ଆହତ କାରଣରୁ ସାମାନ୍ୟ ଅସୁସ୍ଥ ଅନୁଭବ କରିଥିବା ଈଶାନ ପରେ ଭଲ ବ୍ୟାଟିଂ କରିପାରି ନଥିଲେ। ମ୍ୟାଚ୍ର ଷଷ୍ଠ ଓଭର ପ୍ରଥମ ବଲ୍ରେ ଲାହିରୁ ତାଙ୍କୁ କ୍ୟାଚ୍ ଆଉଟ କରିଦେଇଥିଲେ।
ଦ୍ୱିତୀୟ ଟି-୨୦ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ରେ ଭାରତ ୭ ୱିକେଟ୍ ବିଜୟୀ ହୋଇଛି। ଭାରତ ପକ୍ଷରୁ ରୋହିତ ଶର୍ମା ଓ ଈଶାନ କିଶନଙ୍କ ବ୍ୟାତୀତ ବ୍ୟାଟିଂ କରିବାକୁ ଆସିଥିବା ସମସ୍ତ ବ୍ୟାଟ୍ସମ୍ୟାନ ଚମତ୍କାର ପ୍ରଦର୍ଶନ କରିଥିଲେ। ଆସନ୍ତାକାଲି ଟି-୨୦ ସିରିଜର ଶେଷ ମ୍ୟାଚ୍ ଖେଳାଯିବ।
Also Read : ଦ୍ୱିତୀୟ ଟି-୨୦ ମ୍ୟାଚକୁ ୭ ଓ୍ଵିକେଟରେ ଜିତିଲା ଟିମ୍ ଇଣ୍ଡିଆ, ଶ୍ରେୟସ ଦେଖାଇଲେ ଦମଦାର ପ୍ରଦର୍ଶନ