ଦ୍ୱିତୀୟ ଟି-୨୦ ମ୍ୟାଚକୁ ୭ ଓ୍ଵିକେଟରେ ଜିତିଲା ଟିମ୍ ଇଣ୍ଡିଆ, ଶ୍ରେୟସ ଦେଖାଇଲେ ଦମଦାର ପ୍ରଦର୍ଶନ

ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟି-୨୦ ସିରିଜକୁ ଜିତି ନେଇଛି ଭାରତ । ଗୋଟିଏ ମ୍ୟାଚ ବାକି ରହିଥିବା ବେଳେ ୩ ମ୍ୟାଚ ବିଶିଷ୍ଟ ସିରିଜକୁ ୨-୦ରେ ଜିତି ନେଇଛି ଭାରତ । ୧୮୪ ରନର ପିଛା କରି ଟିମ୍ ଇଣ୍ଡିଆ ମାତ୍ର ୩ ଓ୍ଵିକେଟ ହରାଇ ବିଜୟ ହାସଲ କରିଥିଲା। ଶ୍ରେୟସ ଆୟର, ଈଶାନ କିଶନ ଏବଂ ସଞ୍ଜୁ ସାମସନ, ରବିନ୍ଦ୍ର ଜାଡେଜାଙ୍କ ଦମଦାର ବ୍ୟାଟିଂ ଯୋଗୁଁ ଟିମ୍ ଇଣ୍ଡିଆ ବହୁତ ସହଜରେ ବିଜୟ ହାସଲ କରିଥିଲା।
୧୮୪ ଲକ୍ଷ୍ୟ ନେଇ ବ୍ୟାଟିଂ ଆରମ୍ଭ କରିଥିବା ଭାରତ ମାତ୍ର ୯ ରନରେ ରୋହିତ ଶର୍ମାଙ୍କ ୱିକେଟ ହରାଇଥିଲା । ୪୪ ରନରେ ଇଶାନ କିଶନ(୧୬) ଆଉଟ ହେବା ପରେ ଭାରତ ସଙ୍କଟରେ ପଡିଥିଲା । ତେବେ ଶ୍ରେୟସ ଆୟର(୭୪) ଓ ସଞ୍ଜୁ ସାମସନ(୩୯)ଙ୍କ ମଧ୍ୟରେ ୮୪ ରନର ପାର୍ଟନରଶିପ ହୋଇଥିଲା । ସାମସନ ୨୫ ବଲ ଖେଳି ୨ ଚୌକା ଓ ୩ ଛକା ସହିତ ୩୯ ରନ କରିଥିଲେ । ଶ୍ରେୟର ଆୟର ୪୪ବଲ ଖେଳି ୬ଟି ଚୌକା ଓ ୪ଟି ଛକା ସହିତ ୭୪ ରନ କରିଥିଲେ । ସେହିପରି ଜାଡେଜା ମାତ୍ର ୧୮ ବଲ ଖେଳି ୪୫ ରନ କରିଥିଲେ । ଶ୍ରୀଲଙ୍କା ପକ୍ଷରୁ ଲାହିରୁ କୁମାରା ୨ଟି ଓ ଚମିରା ଗୋଟିଏ ୱିକେଟ ନେଇଥିଲା ।
That’s that from the 2nd T20I.
74* from @ShreyasIyer15, 39 from @IamSanjuSamson
and a brilliant 18-ball 45* from @imjadeja as #TeamIndia seal the T20I series.Scorecard – https://t.co/ImBxdhXjSc #INDvSL @Paytm pic.twitter.com/ELvnJ3RrgN
— BCCI (@BCCI) February 26, 2022
Also Read : ରୁଷ ଟେନିସ ଖେଳାଳି ଜିତିଲେ ହୃଦୟ, ମ୍ୟାଚ ଜିତିବା ପରେ ନିଜ ସରକାରଙ୍କୁ ଯୁଦ୍ଧ ନ କରିବା ପାଇଁ ଦେଲେ ସନ୍ଦେଶ