ରୁଷ ଟେନିସ ଖେଳାଳି ଜିତିଲେ ହୃଦୟ, ମ୍ୟାଚ ଜିତିବା ପରେ ନିଜ ସରକାରଙ୍କୁ ଯୁଦ୍ଧ ନ କରିବା ପାଇଁ ଦେଲେ ସନ୍ଦେଶ

ରୁଷିଆ ୟୁକ୍ରେନ ମଧ୍ୟରେ ଘମାଘୋଟ ଯୁଦ୍ଧ ଚାଲିଛି। ଯାହାର ଭୟାନକ ପରିଣାମ ବିଭିନ୍ନ ଟିଭି ଚ୍ୟାନେଲ ଏବଂ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ରୁଷ ୟୁକ୍ରେନର ବିଭିନ୍ନ ସ୍ଥାନରେ ବିସ୍ଫୋରଣ କରିଛି। ଏହା ମଧ୍ୟରେ ଶାନ୍ତି ପାଇଁ ସମସ୍ତେ ନିବେଦନ କରୁଥିବା ବେଳେ ଖେଳ ଜଗତ ମଧ୍ୟ ଶାନ୍ତି ପାଇଁ ଅପିଲ୍‌ କରୁଛି। ଆଉ ଏମାନଙ୍କ ମଧ୍ୟରେ ନିଜେ ରୁଷର ଟେନିସ ଖେଳାଳି ଆନ୍ଦ୍ରେ ରୁବଲେବ ସାମିଲ ରହିଛନ୍ତି। ଆନ୍ଦ୍ରେଙ୍କ ମେସେଜ ସୋସିଆଲ ମିଡିଆରେ ଭାଇରଲ ହେଉଛି। ଯାହା ତାଙ୍କ ଫ୍ୟାନ୍ସଙ୍କ ହୃଦୟ ଜିତିନେଇଛି।

ଆନ୍ଦ୍ରେ ଦୁବାଇରେ ଚାଲିଥିବା ଟେନିସ ଟୁର୍ଣ୍ଣାମେଣ୍ଟ ଫାଇନାଲରେ ନିଜ ସ୍ଥାନ ପକ୍କା କରିସାରିଛନ୍ତି। ସେମିଫାଇନାଲରେ ପୋଲାଣ୍ଡର ହୁବର୍ଟ ହୁରକାଜଙ୍କୁ ୩-୬,୭-୫, ୭-୬ ରେ ମାତ୍‌ ଦେଇଛନ୍ତି।

୨୪ ବର୍ଷୀୟ ରୁବଲେବ ସେମିଫାଇନାଲରେ ଜିତିବା ପରେ ଯୁଦ୍ଧ ନ କରିବା ପାଇଁ ଅପିଲ୍‌ କରିଥିଲେ। ରୁବଲେବ ଟିଭି ବ୍ରଡକାଷ୍ଟର କ୍ୟାମେରାର ସ୍କ୍ରିନରେ ଲେଖିଛନ୍ତି ‘No War Please ’।

ଆଉ ଏହି ମେସେଜ ଲେଖିବା ପରେ ସେଠାରେ ଉପସ୍ଥିତ ଥିବା ସମସ୍ତ ଦର୍ଶକ ରୁବଲେବଙ୍କର ଏହି ମହାନ କାମ ପାଇଁ ତାଳି ବଜାଇଛନ୍ତି। ତାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି।

Also Read : ଯୁଦ୍ଧ ଲଢ଼ିବାକୁ ରହିଗଲେ ବାପା, କାନ୍ଦି କାନ୍ଦି ଝିଅକୁ ଦେଲେ ବିଦାୟ; ଭାଇରାଲ ହେଉଛି ଭିଡ଼ିଓ