ଆପଣଙ୍କ ସ୍ୱର ପରିବର୍ତ୍ତନ ହେଉଛି କି ; ଏସବୁ ଲକ୍ଷଣ ଦେଖାଗଲେ ହୋଇପାରେ କ୍ୟାନସର

କ୍ୟାନସର ରୋଗର ଉପଚାର କରିବା ସହଜ ନୁହେଁ। ଯଦି କ୍ୟାନସର ରୋଗର ଆରମ୍ଭରୁ ଏହାର ଲକ୍ଷଣ ଜାଣିପାରିବା ତେବେ ଏହାର ଉପଚାର କରାଯାଇ ପାରିବ। ଏହା ଏକ ଏମିତି ରୋଗ ଯାହାର ସଠିକ ଉପଚାର ଏବେ ଯାଏଁ ଡାକ୍ତର ମାନଙ୍କୁ ମଧ୍ୟ ଜଣାନାହିଁ । ଯେତେବେଳେ ଲୋକଙ୍କୁ କ୍ୟାନସର ହୋଇଛି ବୋଲି ଜଣାପଡେ, ସେତେବେଳେ ଏହା ଉପଚାର କରିବା ଅବସ୍ଥାରେ ନଥାଏ। ଯାହା ଦ୍ୱାରା ରୋଗୀର ବଞ୍ଚିବା କଷ୍ଟକର ହୋଇଯାଏ। ଏଭଳି ପରିସ୍ଥିତିରେ ସମସ୍ତେ ଏହି ରୋଗ ବିଷୟରେ ଜାଣିବା ଉଚିତ୍‌। ଏହି ରୋଗର ଲକ୍ଷଣ ଦେଖାଯିବା ମାତ୍ରେ ଏହାର ଯଥାଶୀଘ୍ର ଚିକିତ୍ସା କରାଇବା ଉଚିତ୍‌।

କ୍ୟାନସର ଏଭଳି ଏକ ବିପଦଜ୍ଜନକ ରୋଗ, ଯାହା ଶରୀରର ଯେକୌଣସି ଅଙ୍ଗର କୋଷଗୁଡିକୁ ଅନିୟନ୍ତ୍ରଣ କରି ବିଭାଜିତ କରିଦିଏ। ପରେଏହା ଶରୀରର ଗୋଟେ ଅଂଶରୁ ଅନ୍ୟ ଅଂଶକୁ ବ୍ୟାପିବାରେ ଲାଗିଥାଏ। ଯଦି ଆମେ ପ୍ରଥମରୁ ଏହାର ଲକ୍ଷଣ ଜାଣିପାରିବା ତେବେ ଆମେ ଏହାକୁ ବିପଦପୂର୍ଣ୍ଣ ଅବସ୍ଥାରେ ପହଞ୍ଚିବା ପୂର୍ବରୁ ଏହାର ଚିକିତ୍ସା କରି ପାରିବା।

କ୍ୟାନସରର ଲକ୍ଷଣ:

ଶରୀରରେ ଅନେକ ଜାଗାରେ ଭାତୁଡି ହୋଇଥାଏ। ଯଦି ଏହି ଭାତୁଡିରେ କୌଣସି ପରିବର୍ତ୍ତନ ଦେଖାଯାଉଛି ତେବେ ଜାଣି ନିଅନ୍ତୁ ଯେ ଏହା ଦ୍ୱାରା କୌଣସି ରୋଗ ହୋଇପାରେ। ଭାତୁଡିରୁ ଯଦି ରକ୍ତସ୍ରାବ ହେଉଛି କିମ୍ବା ଏହାର ଆକାର ବଦଳୁଛି ତେବେ ଜାଣନ୍ତୁ ଏହା କ୍ୟାନସର ରୋଗର ଲକ୍ଷଣ।

ଯଦି କୌଣସି ବ୍ୟକ୍ତିର ତମାଖୁ ବ୍ୟବହାର କରିବାର ଅଭ୍ୟାସ ଅଛି। କିନ୍ତୁ ଏହା ଦ୍ୱାରା କୌଣସି ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି କିମ୍ବା ମୁଣ୍ଡ ବିନ୍ଧା ହେଉଛି ତେବେ ଜାଣନ୍ତୁ ଏହା କ୍ୟାନସରର ଲକ୍ଷଣ।

ଯଦି ବ୍ୟକ୍ତିଟିର ଅନେକ ମାସଧରି କାଶ ହେଉଚି, କାଶରେ ରକ୍ତ ପଡୁଛି, ଓଜନ ହ୍ରାସ ହେଉଛି କିମ୍ବା ସ୍ୱରରେ କୌଣସି ପରିବର୍ତ୍ତନ ଶୁଭୁଛି ତେବେ ଜାଣି ରଖନ୍ତୁ ଯେ ଏହା ଫୁସଫୁସ୍‌ କ୍ୟାନସରର ଲକ୍ଷଣ।

ଯଦି ଏକ ବ୍ୟକ୍ତିର ପେଟରେ ଦରଜ ଅନୁଭବ ସହ ଓଜନ ହ୍ରାସ ହେଉଛି । ତେବେ ଏଥିରେ ଜଣ୍ଡିସ ହେବା ସହ କ୍ୟାନସର ହେବାର ସମ୍ଭାବନା ରହିଛି।

ପରିସ୍ରା କରିବା ସମୟରେ କୌଣସି ବ୍ୟକ୍ତିର ରକ୍ତସ୍ରାବ ହେଉଛ, ବିନା କାରଣରେ ରକ୍ତହୀନତା, ହିମୋଗ୍ଲୋବିନର ବୃଦ୍ଧି, ମାଂସପେଶୀ କମିବାରେ ଲାଗିଛି ତେବେ ଜାଣି ରଖନ୍ତୁ ଏହା କ୍ୟାନସରର ଲକ୍ଷଣ।

ଶରୀରରେ ଏହି ସବୁ ଲକ୍ଷଣ ଦେଖାଗଲେ କୌଣସି କ୍ୟାନସର ସ୍ପେଶାଲିଷ୍ଟ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ଯଦି ଏହି ରୋଗକୁ ପ୍ରଥମ ପର୍ଯ୍ୟାୟରୁ ଚିକିତ୍ସା କରାଯିବ ତେବେ ଏହାର ଉପଚାର କରାଯାଇ ପାରିବ। କିନ୍ତୁ ଏହା ଦ୍ୱିତୀୟ ପର୍ଯ୍ୟାୟରେ ପହଞ୍ଚିଲେ ଏହାର ଚିକିତ୍ସା କରାଯିବା ସମ୍ଭବ ନୁହେଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.