ଆରମ୍ଭ ହେଲା ଆଉ ଏକ ନୂଆ କାହାଣୀ, ପୁଣି ପରଦାରେ ଦେଖିବାକୁ ମିଳିବ ସ୍ୱରାଜ୍‌ – ଭୁମିକାଙ୍କ ରୋମାନ୍ସ

ଭୁବନେଶ୍ୱର (କେନ୍ୟୁଜ୍‌) : ଓଲିଉଡ଼ରେ ଏବେ ନବାଗତା ମାନଙ୍କ ଫିଲ୍ମକୁ ନେଇ ବେଶ ଚର୍ଚ୍ଚା ଦେଖିବାକୁ ମିଳିଛୁ । ରାଜ୍ୟରେ ନିର୍ବାଚନ ପାଇଁ ମାହୋଲ ଗରମ ରହିଥିବା ବେଳେ ଆରମ୍ଭ ହୋଇଛି ‘ତୁ ମୋ ଲଭ ଷ୍ଟୋରୀ-୨’ ସୁଟିଂ । ପୁଣି ଥରେ ଏକ ନୂଆ କାହାଣୀ ସହ ନଜର ଆସିବ ସ୍ୱରାଜ୍‌ ଏବଂ ଭୁମିକାଙ୍କ ରୋମାନ୍ସ ।

କହିବାକୁ ଚାହିଁବୁ ଦୁଇ ବର୍ଷ ପୂର୍ବେ ଅଭିନେତା ସ୍ୱରାଜ ବାରିକ ଏବଂ ଅଭିନେତ୍ରୀ ଭୁମିକା ଦାସ ତୁ ମୋ ଲଭ ଷ୍ଟୋରୀ ମାଧ୍ୟମରେ ଓଲିଉଡ଼ରେ ଡେବ୍ୟୁ କରିଥିଲେ । ଫିଲ୍ମଟି ସୁପରହିଟ ହୋଇଥିବା ବେଳେ ଦର୍ଶକଙ୍କୁ ବେଶ ପସନ୍ଦ ମଧ୍ୟ ଆସିଥିଲା । ଫିଲ୍ମଟି ଲୋକଙ୍କୁ ଏତେ ପସନ୍ଦ ଆସିଥିଲା କି ବର୍ତ୍ତମାନ ନିର୍ଦ୍ଦେଶକ ଏହାର ଦ୍ୱିତୀୟ ସଂସ୍କରଣର ସୁଟିଂ ଆରମ୍ଭ କରିଛନ୍ତି । ଏହା ବିଷୟରେ ସ୍ୱରାଜ୍‌ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରି ସୂଚନା ଦେଇଛନ୍ତି ।

‘ତୁ ମୋ ଲଭ ଷ୍ଟୋରୀ ୨’ରେ କାହାଣୀ କିଛି ଭିନ୍ନ ସ୍ୱାଦର ରହିଥିବା ବେଳେ ଏଥିରେ ମୁଖ୍ୟ ଚରିତ୍ରରେ ସ୍ୱରାଜ ଏବଂ ଭୂମିକାଙ୍କୁ ଦେଖିବାକୁ ମିଳିବ । ଫିଲ୍ମଟି କୁହୁ ସିନେ ପ୍ରଡ଼କ୍ଟସନରେ ନିର୍ମିତ ହେବାକୁ ଥିବା ବେଳେ ଗତ କାଲିଠୁ ଏହାର ସୁଟିଂ ଆରମ୍ଭ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.