ଅଡୁଆ କରୁଥିଲା କେଶ, କରୋନା ଯୁଦ୍ଧରେ ଲୋକଙ୍କୁ ସାହାଯ୍ୟ ନିମନ୍ତେ ଲଣ୍ଡା ହୋଇଗଲେ ଏହି ଜଣାଶୁଣା TV ଅଭିନେତ୍ରୀ, ଦେଖନ୍ତୁ ଭିଡ଼ିଓ

ବଲିଉଡରୁ ଆରମ୍ଭ କରି ଟିଭି ଦୁନିଆର ସମସ୍ତ କଳାକାର କୋଭିଡ-19ର ମୁକାବିଲା ପାଇଁ ଆଗକୁ ଆସୁଛନ୍ତି। ତେବେ ଏହାରି ଭିତରେ ଟିଭିର ଜଣାଶୁଣା ଅଭିନେତ୍ରୀ ଜୟା ଭଟାଚାର୍ଯ୍ୟ ଲୋକଙ୍କୁ ସାହାଯ୍ୟ ନିମନ୍ତେ ଲଣ୍ଡା ହୋଇଛନ୍ତି। ଏ ନେଇ ସେ ଇନଷ୍ଟାଗ୍ରାମରେ ଏକ ଭିଡ଼ିଓ ପୋଷ୍ଟ କରି ସୂଚନା ଦେଇଛନ୍ତି।

ଅଭିନେତ୍ରୀ ଜଣକ ଭିଡ଼ିଓରେ କହୁଛନ୍ତି, ଲକଡାଉନରେ ସେ ପଶୁମାନଙ୍କୁ ଖାଦ୍ୟ ଖୁଆଇବା ଏବଂ ଗରିବଙ୍କୁ ରାଶନ ବାଣ୍ଟିବାରେ ବହୁତ ବ୍ୟସ୍ତ ଥିଲେ। ଏମିତିରେ ବାହାରୁ ଆସି ଘରେ କେଶ ଧୋଇବାରେ ତାଙ୍କୁ ବହୁତ ଥକ୍କା ଲାଗୁଥିଲା। ସେ କହିଥିଲେ କି, ଏହି ସମୟରେ ଲୋକଙ୍କୁ ସାହାଯ୍ୟ କରିବା ଭାବନା ମଝିରେ ନିଜ କେଶକୁ ଆସିବାକୁ ଦେଇପାରିବି ନାହିଁ।

ଜୟା ଆହୁରି କହିଥିଲେ, ସେ ବାହାରେ କୁକୁରକୁ ଖାଦ୍ୟ ଖୁଆଇବା ପରେ ଘରକୁ ଆସୁଥିଲେ। ଏହାପରେ ନିଜ କପଡ଼ାକୁ ସାବୁନ ଏବଂ ଗରମ ପାଣିରେ ବତୁରାଇ ଦେଉଥିଲେ। ତେବେ ସେ ଗୋଟିଏ ଥର ଲଣ୍ଡା ହେବାକୁ ଚାହୁଁଥିଲେ ଏବଂ ଏହି କଥା ତାଙ୍କ ମନ ଭିତରେ ଥିଲା। ଭିଡ଼ିଓ ପୋଷ୍ଟ କରି ଜୟା କ୍ୟାପସନ ଲେଖିଛନ୍ତି, ‘ଅନେକ ଦିନରୁ ଏହା କରିବାକୁ ଚାହୁଁଥିଲି। କିନ୍ତୁ କିଛି ରାସ୍ତା ମୋତେ ଦେଖାଯାଉ ନ ଥିଲା। ଏହା ମୋତେ ଆହୁରି ଫ୍ରି ହୋଇ କାମ କରିବାରେ ସାହାଯ୍ୟ କରିବ’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.