Below header

ଆସନ୍ତା ୯ରେ ମୁକ୍ତିଲାଭ କରିବ ‘ନାୟକର ନାଁ ଦେବଦାସ’

କେନ୍ୟୁଜ୍: ବହୁ ପ୍ରତୀକ୍ଷିତ ଓଡିଆ ଚଳଚ୍ଚିତ୍ର ନାୟକର ନାଁ ଦେବଦାସ ଆସନ୍ତା ୯ ତାରିଖରେ ମୁକ୍ତିଲାଭ କରିବ । ସାରା ଓଡିଶାର ୫୪ ଟି ସିନେମା ହଲରେ ଏକକାଳୀନ ରିଲିଜ ହେବାକୁ ଥିବା ବେଳେ ଫିଲ୍ମର ପ୍ରମିୟର କଟକ ଓ ଭୁବନେଶ୍ୱରରେ ହେବ । ଓଡିଆ ଭାଷାରେ ପ୍ରସ୍ତୁତ ଚଳଚ୍ଚିତ୍ର ନାୟକର ନାଁ ଦେବଦାସର ପାରୋ ଭୂମିକାରେ ଭୂମିକା ଦାସ ଅଭିନୟ କରୁଥିବା ବେଳେ ଚନ୍ଦ୍ରମୁଖୀ ଭୂମିକାରେ ଅଛନ୍ତି ଅନୁ ଚୌଧୁରୀ । ଦେବଦାସ ଭୂମିକାରେ ନଜର ଆସିବେ ଅଭିନେତା ଅସିତ । ଏହି ଚଳଚ୍ଚିତ୍ରରେ ଦେବୀଦତ୍ତ ମହାନ୍ତି ସଂଳାପ ରଚନା କରିଥିବା ବେଳେ ଚିତ୍ରନାଟ୍ୟ ପ୍ରସ୍ତୁତି ସହ ନିର୍ଦ୍ଦେଶନା ଦେଇଛନ୍ତି ମୃତ୍ୟୁଞ୍ଜୟ ସାହୁ । ସଂଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବୈଦନାଥ ଦାସ । କଣ୍ଠଦାନ କରିଛନ୍ତି ଅସୀମା ପଣ୍ଡା, ଅର୍ପିତା ଚୌଧୁରୀ ହ୍ୟୁମାନ ସାଗର,ବିଷ୍ଣୁ ମୋହନ କବି, ଅନିଷା ପ୍ରମୁଖ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.