ଗରମ ହେଲା ବୋଲି ଝୋଟ ଅଖାରେ ଡ୍ରେସ କରି ପିନ୍ଧିଲେ ଉର୍ଫି ଜାଭେଦ, ଦେଖାଇଲେ ଗ୍ଲାମରର୍ସ ଲୁକ୍
ଉର୍ଫି ଜାଭେଦ ନିଜ ଡ୍ରେସିଂ ସେନ୍ସ ଏବଂ ଆଇଡିଆକୁ ନେଇ ସବୁବେଳେ ଚର୍ଚ୍ଚାରେ। ସବୁବେଳେ ନିଜର ଡିଜାଇନ କରିଥିବା ଆଉଟ୍ଫିଟ୍ ପିନ୍ଧି ଫ୍ୟାନ୍ସକୁ ଆଶ୍ଚର୍ଯ୍ୟ କରନ୍ତି। ଅଦରକାରୀ କପଡା ଏବଂ ଜିନିଷରୁ ଡ୍ରେସ୍ ଡିଜାଇନ କରି ପନ୍ଧନ୍ତି ଉର୍ଫି। ଅତରଙ୍ଗୀ ଡ୍ରେସ ପିନ୍ଧି କ୍ୟାମେରା ସାମ୍ନାକୁ ଆସନ୍ତି। ସବୁବେଳେ ନିଜ ଅତରଙ୍ଗୀ ଡ୍ରେସକୁ ନେଇ ଚର୍ଚ୍ଚାରେ ଥାନ୍ତି। ପ୍ଲାଷ୍ଟିକ, ଜଞ୍ଜିର, ସେଫ୍ଟିପିନ୍ ଠାରୁ ଆରମ୍ଭ କରି ବିଭିନ୍ନ ଜିନିଷରେ ଡ୍ରେସ ତିଆରି କରି ପିନ୍ଧୁଛନ୍ତି। ଏମିତିରେ ଉର୍ଫି ଏବେ ଆଉ ଏକ ଆଶ୍ଚର୍ଯ୍ୟ ଡ୍ରେସ ପିନ୍ଧି ଫ୍ୟାନ୍ସକୁ ଚକିତ କରିଛନ୍ତି। ଉର୍ଫି ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ଏକ ଝୋଟ ଅଖାକୁ ଡ୍ରେସ କରି ପିନ୍ଧିଥିବା ନଜର ଆସିଛନ୍ତି। ଉର୍ଫି ଭିଡିଓ ସେୟାର କରି କହିଛନ୍ତି, ତାଙ୍କୁ ଏହି ଡ୍ରେସ ତିଆରି କରିବା ପାଇଁ ମାତ୍ର ୧୦ ମିନିଟ୍ ସମୟ ଲାଗିଛି।
ଭିଡିଓରେ ଦେଖିବାକୁ ମିଳିଛି, ଉର୍ଫି ଜାଭେଦ ଏକ ଗାର୍ଡେନରେ ଏକ ଟପ୍ ଏବଂ ସାର୍ଟ ପିନ୍ଧିଛନ୍ତି। ତା’ପରେ ଏକ ଅଖାକୁ କ୍ୟାଚ କରି ସଙ୍ଗେ ସଙ୍ଗେ ଡ୍ରେସ କରି ପିନ୍ଧିଛନ୍ତି। ଅଖାରେ ନିଜର ଗ୍ଲାମରର୍ସ ଅନ୍ଦାଜ ଦେଖାଇଛନ୍ତି। ଅଖାରେ ଏକ ଟପ୍ ଏବଂ ସ୍କର୍ଟ ତିଆରି କରି ପିନ୍ଧିଛନ୍ତି।
ଏହି ଭିଡିଓକୁ ସେୟାର କରି ଉର୍ଫି ଲେଖିଛନ୍ତି, ଅଖା କି ଡ୍ରେସ ? କ’ଣ ଏଇଟା, ଏହାକୁ ତିଆରି କରିବାକୁ ମାତ୍ର ୧୦ ମିନିଟ ଲାଗିଲା। ଏହାସହିତ ଉର୍ଫି ହସୁଥିବା ଇମୋଜି ମଧ୍ୟ ଦେଇଛନ୍ତି।ଉର୍ଫିଙ୍କର ଏହି ଭିଡିଓ ଦେଖି ଫ୍ୟାନ୍ସ ରିଆକ୍ସନ ଦେଉଛନ୍ତି। ଆଉ କିଏ ତାଙ୍କ କିଏଟିଭିଟିକୁ ପ୍ରଶଂସା କରୁଛି। ଏହାସହିତ ଲୋକ ଅଲଗା ଇମୋଜି ଦେଇ ମଧ୍ୟ କମେଣ୍ଟ କରୁଛନ୍ତି।
View this post on Instagram
ଉର୍ଫିଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି। କିଛି ମିନିଟରେ ଏହାକୁ ହଜାରରୁ ଉଦ୍ଧ୍ୱ ଲାଇକ୍ସ ମିଳିଥିବା ୫ ଲକ୍ଷରୁ ଅଧିକ ଭ୍ୟୁ ମିଳିଛି। ଉର୍ଫିଙ୍କ ଏହି ରିଲ୍ସକୁ ଦର୍ଶକେ ବେଶ୍ ପସନ୍ଦ କରୁଛନ୍ତି।
ନିକଟରେ ଉର୍ଫି କାଚ ଖଣ୍ଡରେ ପ୍ରସ୍ତୁତ ଡ୍ରେସ ପିନ୍ଧିଥିବା ନଜର ଆସିଛନ୍ତି। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ କାଚ ଖଣ୍ଡରେ ତିଆରି ପୋଷାକ ପିନ୍ଧିଥିବା ଦେଖିବାକୁ ମିଳିଛି । ନିକଟରେ ଇର୍ଫିଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ୩ ମିଲିୟନ ଫଲୋଅର୍ସ ହୋଇଛନ୍ତି, ଖାସ୍ ଏଥିପାଇଁ ଉର୍ଫି ପାର୍ଟିର ଆୟୋଜନ କରିଥିଲେ। ଆଉ ଏହି ପାର୍ଟିରେ ଉର୍ଫି ଡ୍ୱାଇଟ ଡିଜାଇନ୍ ବ୍ରାଲେଟ ସହ ହ୍ୱାଇଟ୍ ମିନି ସ୍କର୍ଟ ପିନ୍ଧିଥିଲେ । କାଚ ଖଣ୍ଡରେ ପ୍ରସ୍ତୁତ ମିନି ଡ୍ରେସକୁ ଉପରେ ପକାଇଥିଲେ ଉର୍ଫି ।
View this post on Instagram
ଓଟିଟି ବିଗବସ୍ ସିଜିନ ୧ରେ ମଡେଲ ଉର୍ଫି ଜାଭେଦ ପ୍ରତିଯୋଗୀ ଭାବେ ଏଣ୍ଟ୍ରି କରିଥିଲେ। କିନ୍ତୁ ଏହି ଶୋରେ ଅଧିକ ସମୟ ପର୍ଯ୍ୟନ୍ତ ତିଷ୍ଠିପାରିନଥିଲେ ଉର୍ଫି। ୨୪ ବର୍ଷୀୟ ଉର୍ଫି ନିଜର ଅତରଙ୍ଗୀ ଫ୍ୟାଶନ ସେନ୍ସ ପାଇଁ ଟ୍ରୋଲର ଶିକାର ହୁଅନ୍ତି। ଇନଷ୍ଟାଗ୍ରାମରେ ଉର୍ଫିଙ୍କ ଫଲୋୟର୍ସ ସଂଖ୍ୟା ୩.୧ ମିଲିଅନ ରହିଛନ୍ତି।