ରଥଯାତ୍ରା ପୂର୍ବରୁ ସରିବ କି ପ୍ରକଳ୍ପ କାମ? ଆଜି ପୁରୀରେ ପହଞ୍ଚି ସମୀକ୍ଷା କଲେ 5T ସଚିବ

ପୁରୀ(କେନ୍ୟୁଜ୍‌): ପାଖେଇ ଆସୁଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଆଉ ୨୭ ଦିନ ବାକି। ଚଳଚଞ୍ଚଳ ରଥଖଳା। ଦ୍ରୁତ ଗତିରେ ଆଗେଇ ଚାଲିଛି ରଥକାମ। ଏପଟେ ରଥଯାତ୍ରା ପୂର୍ବରୁ ସରିବ କି ପ୍ରକଳ୍ପ କାମ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମୀକ୍ଷା କରିଛନ୍ତି ଫାଇଭ ଟି ସଚିବ। ଆଜି ସକାଳେ 5T ସଚିବ ଭି.କେ.ପାଣ୍ଡିଆନ ପୁରୀରେ ପହଞ୍ଚି ଶ୍ରୀମନ୍ଦିର ପ୍ରରିକ୍ରମା ପ୍ରକଳ୍ପ ବୁଲି ଦେଖିବା ସହ ସମୀକ୍ଷା କରିଛନ୍ତି ।

ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ପ୍ରକଳ୍ପ ନିର୍ମାଣର ଅଗ୍ରଗତି ସମ୍ପର୍କରେ 5T ସଚିବଙ୍କୁ ଅବଗତ କରାଇଛନ୍ତି । ପ୍ରକଳ୍ପ ଚତୁଃପାର୍ଶ୍ୱକୁ ବୁଲି ଦେଖି ସମୀକ୍ଷା କରିଛନ୍ତି। ତେବେ ଗତକାଲି ସୁପ୍ରିମକୋର୍ଟ ପ୍ରକଳ୍ପ ନିର୍ମାଣକୁ ନେଇ ରାୟ ପ୍ରକାଶ ପରେ 5T ସଚିବ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ।