ବଲିଉଡ୍ ମୋହ ଛାଡି ଉର୍ବଶୀ ରୈାତେଲା ଏବେ ଦକ୍ଷିଣ ମୁହାଁ, ହାଇଦ୍ରାବାଦ୍ରେ ଆରମ୍ଭ କରିଛନ୍ତି ଏହି ଫିଲ୍ମର ସୁଟିଂ

ମୁମ୍ବାଇ : ଅଭିନେତ୍ରୀ ଉର୍ବଶୀ ରୈାତେଲା ନିଜର ଆଗାମୀ ଫିଲ୍ମରେ ଏକ ନୂଆ ରୂପରେ ନଜର ଆସିବେ । ଏବେ ସେ ତେଲ୍ଗୁ ଫିଲ୍ମରେ ନିଜର କ୍ୟାରିଆର୍ ଆରମ୍ଭ କରିବାକୁ ଯାଉଛନ୍ତି । ଫିଲ୍ମରେ ନିଜର ପ୍ରଥମ ଲୁକ୍ ଉର୍ବଶୀ ସୋସିଆଲ୍ ମିଡିଆରେ ଛାଡ଼ିଛନ୍ତି ।
ଉର୍ବଶୀଙ୍କ ଏହି ଥ୍ରିଲର ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ମୋହନ ଭରଦ୍ୱାଜ । ଏହି ଫିଲ୍ମର ସୁଟିଂ ଅଗଷ୍ଟ ମାସରୁ ଆରମ୍ଭ ହୋଇଛି । ଫିଲ୍ମର ଷ୍ଟୋରି ବହୁତ ଭଲ ଓ ମୋତେ ପସନ୍ଦ ଆସିଥିବାରୁ ଏଥିରେ ସାଇନ୍ କରିଛି ବୋଲି କହିଛନ୍ତି ଉର୍ବଶୀ । ଯେତେବେଳେ ଏହି ଫିଲ୍ମର ଷ୍ଟୋରି ମୋସେ ପଢ଼ିବାକୁ ଦିଆଗଲା ମୁଁ ଗୋଟିଏ ଥରରେ ଏହାକୁ ପଢ଼ି ଦେଲି ବୋଲି କହିଛନ୍ତି ଉର୍ବଶୀ ।
ଫିଲ୍ମଟି ତେଲ୍ଗୁରେ ନିର୍ମାଣ ହେଲେ ବି ହିନ୍ଦୀରେ ମଧ୍ୟ ଏହାକୁ ରିଲିଜ କରାଯିବ ବୋଲି ଉର୍ବଶୀ କହିଛନ୍ତି । ଓଟିଟିରେ ରିଲିଜ୍ ହୋଇଥିବା ଉର୍ବଶୀଙ୍କ ପୂର୍ବ ଫିଲ୍ମ ‘ଭର୍ଜିନ ଭାନୁପ୍ରିୟା’ ସମୀକ୍ଷକଙ୍କ ଭଲ ପ୍ରତିକ୍ରିୟା ମିଳିଛି ।