Below header

ରାଉରକେଲା: ଗୋଷ୍ଠୀ ସଂଘର୍ଷରୁ ଗୁଳିମାଡ଼, ଦୁଇ ଆହତ

ରାଉରକେଲା(କେନ୍ୟୁଜ୍): ଗୋଷ୍ଠୀ ସଂଘର୍ଷରୁ ଗୁଳିମାଡ଼ । ରାଉରକେଲା ମାଲଗୋଦାମ ଅଞ୍ଚଳରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ଗୁଳି ଫୁଟିଛି । ଗୁଳିମାଡ଼ରେ ରୋହିତ ପଟ୍ଟନାୟକ ନାମକ ଯୁବକ ଆହତ ହୋଇଥିବା ବେଳେ ଖଣ୍ଡା ଚୋଟରେ ରାଜୁ ଚୌଧୁରୀ ଆହତ ହୋଇଛନ୍ତି । ଉଭୟଙ୍କୁ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣା ପରେ ମାଲଗୋଦାମ ଅଞ୍ଚଳରେ ପୋଲିସ ମୁତୟନ ହୋଇଛନ୍ତି ।ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଘଟଣା ଘଟିଛି ବୋଲି ଜଣା ପଡିଛି।

group clash1

ମିଳିଥିବା ସୂଚନା ମୁତାବକ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମାଲଗୋଦାମ ସର୍ଦ୍ଦାର ବସ୍ତି ଓ ମୁସଲିମ ବସ୍ତିର କିଛି ଯୁବକଙ୍କ ମଧ୍ୟରେ ମାଡପିଟ ହୋଇଥିଲା। ମୁସଲିମ ବସ୍ତିର ପରବେଜ ଓରଫ ସଦ୍ଦାମ ସର୍ଦ୍ଦାର ବସ୍ତିର ଏଭଳି କାମ କରୁଥିବା ସନ୍ଦେହ କରି ରୋହିତକୁ ଟାର୍ଗେଟ କରିଥିଲା।ରାତି ପ୍ରାୟ ସାଢ଼େ ୭ଟାରେ ପୂର୍ବ କଥାକୁ କେନ୍ଦ୍ରକରି ରୋହିତ ଓ ପରବେଜ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା । ଏଥିରେ ରାଗିଯାଇ ପରବେଜ ରୋହିତ ଉପରକୁ ଗୁଳି କରିଥିଲା।

ପ୍ରଥମ ରାଉଣ୍ଡ ଗୁଳି ରୋହିତର ବାମ ହାତରେ ବାଜିଥିଲା। ଦ୍ବିତୀୟ ରାଉଣ୍ଡ ଗୁଳି ରୋହିତ ନିକଟରେ ଛିଡା ହୋଇଥିବା ରାଜୁ ଦେହରେ ବାଜି ବାହାରି ଯାଇଥିଲା। ଫଳରେ ରାଜୁ ମଧ୍ୟ ଆହତ ହୋଇଥିଲ‌ା। ଦୁହେଁ ପାଟି କରିବାରୁ ପରବେଜ ସେଠାରୁ ଫେରାର ହୋଇଯାଇଥିଲା। ପରବେଜ ସହ ଅନ୍ୟ କେଉଁମାନେ ଥିଲେ ତାହାର ତଦନ୍ତ କରୁଛି ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.