କେବଳ ରାଜନୀତି ନୁହେଁ ଅଭିନୟରେ ବି ସରତାଜ ଡୋନାଲ୍ଡ ଟ୍ରମ୍ପ, ଏହି ଫିଲ୍ମରେ କରିସାରିଛନ୍ତି କାମ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ପତ୍ନୀ ମେଲାନିଆ, ଝିଅ ଇବାଙ୍କା ଏବଂ ଜ୍ୱାଇଁ ଜେରେଡ୍‌ କୁଶନେରଙ୍କ ସହିତ ଅହମ୍ମଦାବାଦରେ ପହଁଚି ସାରିଛନ୍ତି। ପିଏମ ମୋଦି ତାଙ୍କ ଭବ୍ୟ ସ୍ୱାଗତ କରିଛନ୍ତି। ଅହମ୍ମଦାବାଦର ମୋଟେରା ଷ୍ଟାଡିୟମରେ ପିଏମ୍‌ ମୋଦି ଏବଂ ଟ୍ରମ୍ପ ‘ନମସ୍ତେ ଟ୍ରମ୍ପ’ କାଯ୍ୟର୍କ୍ରମକୁ ମଧ୍ୟ ସମ୍ବୋଧିତ କରିଛନ୍ତି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବହୁତ ଭଲ ଅଭିନେତା ମଧ୍ୟ। ଯଦି ଆପଣଙ୍କର ବିଦେଶୀ ଫିଲ୍ମରେ ରହିଥାଏ ତେବେ ଆପଣ ଟ୍ରମ୍ପଙ୍କର କିଛି ମୁଭିଜ୍‌ ନିଶ୍ଚୟ ଦେଖିଥିବେ। ଆସନ୍ତୁ ଜାଣିବା କେଉଁ ଫିଲ୍ମରେ ଟ୍ରମ୍ପ ବହୁତ ସୁନ୍ଦର ଅଭିନୟ କରିଛନ୍ତି।

ସ୍ପିନ୍‌ ସିଟି

trumpଆମେରିକା ସିଟକମ୍‌ ଟେଲିଭିଜନ ଶ୍ରୁଙ୍ଖଳା ସ୍ପିନ ସିଟି ୧୭ ସେପ୍ଟେମ୍ବର ୧୯୯୬ ରୁ ୩୦ ଏପ୍ରିଲ, ୨୦୦୨ ପଯ୍ୟର୍ନ୍ତ ଏବିସିରେ ପ୍ରସାରିତ ହେଉଥିଲା। ଏହି ଶୋରେ ଡୋନାଲ୍ଡ ଟ୍ରମ୍ପ ମାଇକେଲ ଫକ୍ସଙ୍କ ସହିତ ନଜର ଆସିଥିଲେ। ଭଲ ରେଟିଂ ନ ଆସିବାରୁ ୨୦୦୨ରେ ଏହି ଟିଭି ସିରିଜ୍‌ ବନ୍ଦ ହୋଇଯାଇଥିଲା।

ସେକ୍ସ ଆଣ୍ଡ ଦ ସିଟି

trump donaldନ୍ୟୁୟର୍କ ସହରରେ ଘଟିଥିବା ଏକ କାହାଣୀ ଉପରେ ଆଧାରିତ ଏହି କାଯ୍ୟର୍କ୍ରମ ଚାରି ଜଣ ମହିଳାଙ୍କ ଉପରେ ଆଧାରିତ ଥିଲା। ୧୯୯୯ରେ ଟ୍ରମ୍ପ ଏହି ଶୋରେ କ୍ୟାମିଓରେ ନଜର ଆସିସାରିଛନ୍ତି। ସେ ଏହି ଶୋକୁ ସିଜନ ୨ର ଏକ ଏପିସୋଡରେ ନଜର ଆସିଥିଲେ। ଯେଉଁଥିରେ ସେ ଜଣେ ମହିଳାଙ୍କୁ ପ୍ରଭାବିତ କରୁଥିବା ନଜର ଆସୁଥିଲେ।

ଲିଟିଲ ରାସକଲ୍ସ

donaldtrumpଏହି ଫିଲ୍ମ ୧୯୯୪ରେ ଆସିଥିଲା। ଏଥିରେ ଟ୍ରମ୍ପ ଗେଷ୍ଟ ଆପିୟରାନ୍ସ ଭାବେ ନଜର ଆସିଥିଲେ। ଫିଲ୍ମର ଏକ ସିନରେ ଟ୍ରମ୍ପ ନିଜ ପିଲା ସହିତ କଥା ହେଉଥିବା ଦେଖିବାକୁ ମିଳିଥିଲା।

ସଡନଲୀ ସୁସେନ

ଏହି ଟିଭି ଶୋ୧୯୯୭ରେ ପ୍ରସାରିତ ହୋଇଥିଲା। ଶୋର ଗୋଟିଏ ଏପିସୋଡରେ ଡୋନାଲଡ୍‌ ଟ୍ରମ୍ପ ଜଣେ ବିଜନେସମ୍ୟାନ ଭୁମିକାରେ ନଜର ଆସିଥିଲେ। ଏହାକୁ ବହୁତ ପସନ୍ଦ ମଧ୍ୟ କରାଯାଇଥିଲା।

home alonହୋମ ଅଲୋନ ୨

ହୋମ ଅଲୋନ ୨ ବର୍ଷ ୧୯୯୨ରେ ହୋଇଥିବା ଏକ ହାସ୍ୟ ଫିଲ୍ମ ଥିଲା। ହୋମ ଅଲୋନ ୨ରେ ଟ୍ରମ୍ପରେ କ୍ୟାମିଓ କରିଥିଲେ। ଏହି ଫିଲ୍ମର ଏକ ଏପିସୋଡ ଟ୍ରମ୍ପଙ୍କ ଘରେ ସୁଟ୍‌ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.