ବିବାହ ପୂର୍ବରୁ ଦୁର୍ଘଟଣାଗସ୍ତ ହେଲା ବରୁଣଙ୍କ କାର, ଅଳ୍ପକେ ରକ୍ଷା ପାଇଲେ ଆକ୍ଟର

ଆଜି ଅର୍ଥାତ ଜାନୁଆରୀ ୨୪ ତାରିଖରେ ବଲିଉଡ ଅଭିନେତା ବରୁଣ ଧାୱନଙ୍କ ବିବାହ ସ୍ଥିର ହୋଇଥିଲା । ଆଉ କିଛି ସମୟ ପରେ ଆଲିବାଗ ସ୍ଥିତ “ଦ ମେନସନ ହାଉସ” ରିସର୍ଟରେ ବରୁଣ ତାଙ୍କ ପିଲାଦିନର ସାଙ୍ଗ ନତାସା ଦଲାଲଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । କିନ୍ତୁ ଆଜି ସକାଳୁ ସକାଳୁ ବରୁଣଙ୍କୁ ନେଇ ଏକ ଖବର ଶୁଣି ତାଙ୍କ ଫ୍ୟାନ ମାନେ ବ୍ୟତିବ୍ୟସ୍ତ ହୋଇପଡିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ବରୁଣଙ୍କ କାର ଦୁର୍ଘଟଣା ଗସ୍ତ ହୋଇଛି । କିନ୍ତୁ ବରୁଣଙ୍କର ସେପରି କୌଣସି କ୍ଷତି ହୋଇନାହିଁ । ଜାନୁଆରୀ ୨୩ ଅର୍ଥାତ ଶନିବାର ଅଲିବାଗ ସ୍ଥିତ ମେନସନ ଯିବା ପାଇଁ ବାହାରି ଥିବା ବେଳେ ବାଟରେ ତାଙ୍କ ଗାଡି ଦୁର୍ଘଟଣା ଗ୍ରସ୍ଥ ହୋଇଛି । ଆଉ ଆକ୍ସିଡେଣ୍ଟ ସମୟରେ ବରୁଣ ଗାଡି ଭିତରେ ହିଁ ମହଜୂତ ଥିଲେ | ଖୁବ ନିକଟରୁ ହିଁ ଦୁର୍ଘଟଣାରୁ ରକ୍ଷା ପାଇଥିବା ଜଣାଯାଇଛି ।

ଖବର ଅନୁଯାୟୀ ଉଭୟଙ୍କ ପରିବାର ଜାନୁଆରୀ ୨୨ ତାରିଖରେ ଆଲିବାଗ ପହଂଚି ଯାଇଥିଲେ । ସେଠାରେ ନିଜର କିଛି ନିକଟତର ସାଙ୍ଗ ମାନଙ୍କ ପାଇଁ ବ୍ୟଚେଲର ପାର୍ଟି ଆୟୋଜନ ମଧ୍ୟ କରିଥିଲେ । ବରୁଣଙ୍କ ବିବାହରେ ଜାହ୍ନବୀ ଓ ଖୁସି କାପୁର, ସଲ୍ମାନ ଖାଁ, କ୍ୟାଟ୍ରିନା କେଫ, ଅର୍ଜୁନ କାପୁର, ମଲାଇକା ଅରୋରା, ଆଣିଲା କପୁର, ରିୟା କପୁର, ନିଁତୁ କପୁରଙ୍କ ପରି ସେଲିବ୍ରିଟି ସାମିଲ ହେବାକୁ ଯାଉଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.