ରାଜା ହିନ୍ଦୁସ୍ଥାନୀର ଏହି ଅଭିନେତାଙ୍କ ପରଲୋକ, ବଲିଉଡ୍‌ରେ ଶୋକର ଛାୟା

ଅମୀର ଖାନ୍‌ଙ୍କ ଅଭିନୀତ ଫିଲ୍ମ ରାଜା ହିନ୍ଦୁସ୍ଥାନୀର ଅଭିନେତା ବୀରୁ କ୍ରିଷ୍ଣନନ୍‌ ଆଉ ଇହଜଗତରେ ନାହାନ୍ତି। ବହୁ ହିନ୍ଦୀ ଫିଲ୍ମରେ ସେ ବଡ଼ ବଡ଼ ଷ୍ଟାରଙ୍କ ସହ ସ୍କ୍ରିନ୍‌ ସେୟାର କରିଛନ୍ତି। ଶନିବାର ମୁମ୍ବାଇରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ସେ ଜଣେ ପ୍ରସିଦ୍ଧ କଥକ ନୃତ୍ୟଶିଳ୍ପୀ ମଧ୍ୟ। ବଲିଉଡ଼୍‍ର ବହୁ ନାମୀଦାମୀ କଳାକାରଙ୍କୁ ସେ ନୃତ୍ୟ ଶିକ୍ଷା ଦେଇଛନ୍ତି।

ବୀରୁଙ୍କ ପରଲୋକରେ ବହୁ ବଲିଉଡ଼ ଆକ୍ଟର ଶୋକବ୍ୟକ୍ତ କରିଛନ୍ତି। ପ୍ରିୟଙ୍କାଚୋପ୍ରା ଟ୍ଵିଟ୍‌ କରି ଲେଖିଛନ୍ତି ଯେ ଆପଣ ମୋତେ ଡ୍ୟାନ୍ସ କରିବା ଶିଖାଇଛନ୍ତି। ଆପଣଙ୍କ ଧୈର୍ଯ୍ୟ ଏବଂ ନୃତ୍ୟ ପାଇଁ ଭଲପାଇବା ଏତେ ଉଚ୍ଚକୋଟୀର ଯେ ଆମେ ଆପଣଙ୍କଠାରୁ କଥକ ସହ ଅନେକ ଭଲ କଥା ମଧ୍ୟ ଶିଖିଛୁ। ଆପଣ ସବୁବେଳେ ମନେ ରହିବେ ଗୁରୁଜୀ ବୋଲି କହିଛନ୍ତି।

ସେହିପରି ସୁନୀଲ ସେଟ୍ଟୀଙ୍କ କନ୍ୟା ଆଥେୟା ମଧ୍ୟ ବୀରୁଙ୍କ ପରଲୋକ ଖବର ପାଇ ଆଶ୍ଚର୍ଯ୍ୟପ୍ରକାଶ କରିବା ସହ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି। ଏଥିସହ ନୃତ୍ୟ ଶିକ୍ଷା ଦେଇଥିବାରୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ଅଭିନେତ୍ରୀ ଲାରା ଦତ୍ତା, ଅଭିନେତା କରନବୀର ବୋହରା ପ୍ରମୁଖ ଶୋକବ୍ୟକ୍ତ କରିଛନ୍ତି।

Leave A Reply

Your email address will not be published.