ଓଲିଉଡକୁ ପୁଣି ଏକ ଧକ୍କା, ସମସ୍ତଙ୍କୁ ଛାଡି ଚାଲିଗଲେ ପ୍ରସିଦ୍ଧ ନିର୍ଦ୍ଦେଶକ ଶିଶିର ମୋହନ ପତି ‘ବୁଟୁ ଭାଇ’

କଟକ : ଓଡ଼ିଆ ସିନେ ଦୁନିଆ ପାଇଁ ଆଉ ଏକ ଦୁଃଖ ଖବର । ନିର୍ଦ୍ଦେଶକ ଶିଶିର ମୋହନ ପତି ଆଉ ନାହାନ୍ତି । ୬୬ ବର୍ଷ ବୟସରେ କଟକ ସ୍ଥିତ ବାସଭବନରେ ତାଙ୍କର ପରଲୋକ ହୋଇଛି । ଗତକାଲି ସନ୍ଧ୍ୟାରେ ତାଙ୍କର ପରଲୋକ ପରେ ରାତିରେ ସତୀ ଚଉରା ଶ୍ମଶାନରେ ସତ୍କାର କରାଯାଇଛି । କୋଭିଡ ନିୟମ ପାଳନ କରି ଶେଷକୃତ୍ୟ କରାଯାଇଥିଲା । ସେ ଦୁଇ ତିନି ଦିନ ପୂର୍ବରୁ ଅସୁସ୍ଥ ହୋଇପଡିଥିଲେ । ତେବେ ତାଙ୍କର କୋଭିଡ ପରୀକ୍ଷ କରାଯାଇଥିଲା ଯାହା ନେଗେଟିଭ ଆସିଥିଲା ।

PANCHU PANDABA

ଓଡ଼ିଆ ସିନେ ଜଗତର କିମ୍ବଦନ୍ତୀ ପୁରୁଷ ପ୍ରଶାନ୍ତ ନନ୍ଦଙ୍କ ମୁଖ୍ୟ ସହଯୋଗୀ ଭାବେ ଅନେକ ଫିଲ୍ମରେ ନିଜର ଚାପ ଛାଡିଥିବା ଶିଶିର ମୋହନ ପତିଙ୍କୁ ସମସ୍ତେ ଶ୍ରଦ୍ଧାରେ ବୁଟୁ ଭାଇ ବୋଲି ଡାକନ୍ତି । ମଲ୍ଟି ଷ୍ଟାରର ପଂଚୁ ପାଣ୍ଡବ ଭଳି ସୁପର ହିଟ ଫିଲ୍ମରେ ସେ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଇଛନ୍ତି । ଅନ୍ୟ ଫିଲ୍ମ ମଧ୍ୟରେ ରାଜା ରାଣୀ, ମା ପରି କିଏ ହେବ, ଏଇଠି ସ୍ୱର୍ଗ ଏଇଠି ନର୍କ ଆଦିର ନିର୍ଦ୍ଦେଶନା ଦେଇଥିଲେ । ସହ ନିର୍ଦ୍ଦେଶକ ଭାବେ ଜାଗା ବଳିଆ, ହୀରା ନୀଳା ଭଳି ଅନେକ ସଫଳ ସିନେମାରେ ସେ କାରର‌୍ୟ୍ୟ କରିଛନ୍ତି ।

5

କିଛି ଧାରାବାହିକରେ ମଧ୍ୟ ସେ ନିର୍ଦ୍ଦେଶନା ଦେଇ ଦର୍ଶକଙ୍କ ପ୍ରିୟ ହୋଇ ପାରିଥିଲେ । କଟକ ତୁଳସୀପୁରରେ ରହୁଥିବା ଶିଶିରଙ୍କ ନିଜ ଜନ୍ମ ମାଟି ହେଉଛି ଯାଜପୁର ଟାଉନ ସନ୍ଥମାଧବରେ । ତାଙ୍କ ବିୟୋଗରେ ଓଲିଉଡରେ ଗଭୀର ଶୋକ ପ୍ରକାଶ ପାଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.