Below header

ଆଜି ଭିକି-କ୍ୟାଟଙ୍କ ସଙ୍ଗୀତ ଓ ମେହେନ୍ଦି, ରାଜସ୍ଥାନରେ ଆରମ୍ଭ ହୋଇଛି ବିବାହ ଉତ୍ସବ

ରାଜସ୍ଥାନ: ଆଜିଠୁ ଭିକି-କ୍ୟାଟଙ୍କ ବିବାହ ଉତ୍ସବ। ଆଜି ହେବ ସଙ୍ଗୀତ ଓ ମେହେନ୍ଦି ଫଙ୍କସନ । ୯ ତାରିଖରେ କ୍ୟାଟ-ବିକ୍କିଙ୍କ ରୟାଲ ୱେଡିଂ । ଜୋରସୋର ଚାଲିଛି ପ୍ରସ୍ତୁତି। ଦୁଲହନ ସାଜିବେ କ୍ୟାଟ୍ରିନା କୈଫ । ଆଉ ଦୁହ୍ଲା ପାଲଟିବେ ବିକ୍କି କୌଶଲ । ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେବେ ।

ଏଥିପାଇଁ ଗତକାଲିି ଉଭୟ ମୁମ୍ବାଇରୁ ରାଜସ୍ଥାନ ଯାଇଛନ୍ତି । ରାଜସ୍ଥାନର ସୱାଇ ମାଧୋପୁର ରିସର୍ଟର ସିକ୍ସ ସେନ୍ସ ଫୋର୍ଟ ବରୱାରାରେ ଉଭୟଙ୍କ ରୟାଲ େଓ୍ଵଡିଂ ହେବ । ରିସର୍ଟକୁ ଦିଆଯାଇଛି ରୟାଲ ଟଚ୍‌ । ବହୁ ପ୍ରତୀକ୍ଷିତ ବିବାହ ଉତ୍ସବରେ ଭାଗ ନେବେ ୧୨୦ ବଛା ବଛା ଅତିଥି ।

vicky

ବଲିଉଡର ବହୁ ନାମୀଦାମୀ ସେଲିବ୍ରିଟି ଯୋଗ ଦେବେ । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି। ଉଭୟ ବିକ୍କି ଓ କ୍ୟାଟଙ୍କ ପରିବାର ଓ ସମ୍ପର୍କୀୟ ମଧ୍ୟ ରିସର୍ଟରେ ପହଞ୍ଚିଛନ୍ତି। ବିବାହ ପରେ ମୁମ୍ବାଇରେ ଉଭୟେ ଦେବେ ଗ୍ରାଣ୍ଡ ସେଲିବ୍ରେସନ।

ଅନ୍ଯପଟେ ଏହି କପଲଙ୍କ ବିବାହ ସମ୍ବନ୍ଧିତ ସୂତ୍ରରୁ ଜଣାପଡ଼ିଛି କି, ସଙ୍ଗୀତ, ମେହେନ୍ଦୀ ସହିତ ଆରମ୍ଭ ହେଉଥିବା ୱେଡିଙ୍ଗ ସେରେମନି ରାଜସ୍ଥାନରେ ୭ରୁ ୯ ଡିସେମ୍ବର ପର୍ଯ୍ୟନ୍ତ ଚାଲିବ। ଏଥି ପୂର୍ବରୁ ସବାଇ ମାଧୋପୁରର ଡିଏମ୍‌ ରାଜେନ୍ଦ୍ର କିଶନ ନିର୍ଦ୍ଦେଶ ଦେଇଛନ୍ତି କି, ଭିକ୍କି-କ୍ୟାଟ୍ରିନାଙ୍କ ବିବାହରେ ସାମିଲ ହେବାକୁ ଥିବା ଅତିଥିମାନେ ଦୁଇଟି ଯାକ କୋଭିଡ୍‌ ଟିକା ଯେପରି ନେଇ ସାରିଥିବେ।

୪ ଦିନ ପାଇଁ ଆଇନ ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବା ଲାଗି ଜିଲା ପ୍ରଶାସନର ଅଧିକାରୀମାନଙ୍କ ସହିତ ଡିଏମ୍‌ ବୈଠକ କରିଥିଲେ। ବର୍ତ୍ତମାନ ବିବାହ ସହ ଜଡ଼ିତ ଏକ ଲାଟେଷ୍ଟ ଅପଡେଟ୍‌ ସାମ୍ନାକୁ ଆସିଛି। ରିପୋର୍ଟସ୍‌ ମୁତାବକ, ଭିକ୍କି ନିଜ ବରଯାତ୍ରୀଙ୍କ ସହିତ ଗ୍ରାଣ୍ଡ ଏଣ୍ଟ୍ରି ନେବେ ଏବଂ ତାହା ପୁଣି ପାରମ୍ପରିକ ରୂପରେ। ସେ ଘୋଡ଼ା ଉପରେ ବସି ଏଣ୍ଟ୍ରି କରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.