ନୂଆ ଭାରିଆଣ୍ଟ ଓମିକ୍ରନ୍‌ ବିପଦ ଭିତରେ ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବ ଟିମ୍‌ ଇଣ୍ଡିଆ, ନୂଆ ସିଡ୍ୟୁଲ ଜାରି

କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ବିପଦ ଭିତରେ ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବ ଭାରତୀୟ କ୍ରିକେଟ୍‌ ଟିମ୍‌ । ଏହି ଗସ୍ତରେ ଭାରତ ୩ଟି ଟେଷ୍ଟ ଏବଂ ୩ଟିି ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିବ । କରୋନାର ନୂଆ ଭାରିଆଣ୍ଟ କାରଣରୁ ଭାରତ-ଦକ୍ଷିଣ ଅଫ୍ରିକା ସିରିଜର ନୂଆ ସିଡ୍ୟୁଲ ଜାରି ହୋଇଛି ।

ସିରିଜର ପ୍ରଥମ ଟେଷ୍ଟ ଡିସେମ୍ବର ୨୬-୩୦ ମଧ୍ୟରେ ସେଞ୍ଚୁରିୟନ ସ୍ପୋର୍ଟ୍ସ ପାର୍କରେ ଖେଳାଯିବ । ସେହିପରି ଦ୍ୱିତୀୟ ଟେଷ୍ଟ ଆସନ୍ତା ବର୍ଷ ୨୦୨୨ ଜାନୁଆରୀ ୩-୭ ମଧ୍ୟରେ ଜୋହାନସବର୍ଗ ଏବଂ ସିରିଜର ତୃତୀୟ ତଥା ଅନ୍ତିମ ଟେଷ୍ଟ କେପ୍‌ଟାଉନରେ ଜାନୁଆରୀ ୧୧ରୁ ଆରମ୍ଭ ହୋଇ ୧୯ ତାରିଖ ପର୍ଯ୍ୟନ୍ତ ଖେଳିଯିବ । ଟେଷ୍ଟ ସିରିଜ ପରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ ଟିକିଆ ଦିନିକିଆ ସିରିଜ ଆରମ୍ଭ ହେବ ।

ଜାନୁଆରୀ ୧୯ରେ ପ୍ରଥମ ଦିନିକିଆ, ଜାନୁଆରି ୨୧ରେ ଦ୍ୱିତୀୟ ଦିନିକିଆ ଏବଂ ଜାନୁଆରି ୨୩ରେ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍‌ ଖେଳିବ ଟିମ୍‌ ଇଣ୍ଡିଆ । କ୍ରିକେଟ୍‌ ସାଉଥ୍‌ ଆଫ୍ରିକା ଟ୍ଵିଟ୍‌ କରି ଏହି ସୂଚନା ଦେଇଛି । ଭାରତ-ଦକ୍ଷିଣ ଆଫ୍ରିକା ସିରିଜ ଡିସେମ୍ବର ୧୭ରୁ ଆରମ୍ଭ ହେବାର ଥିଲା । କିନ୍ତୁ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ପାଇଁ ସିଡ୍ୟୁଲରେ ପରିବର୍ତ୍ତନ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.