କାମ ବ୍ୟସ୍ତ ଯୋଗୁଁ ପରସ୍ପରକୁ ସମୟ ଦେଇପାରିନଥିଲେ ବିକି-କ୍ୟାଟ୍‌, ଭାଲେଣ୍ଟାଇନ ଡେ ପୂର୍ବରୁ ଏୟାରପୋର୍ଟରେ ମ୍ୟାଚିଂ ଡ୍ରେସରେ ଆସିଲେ ନଜର

ବଲିଉଡର ନବବିବାହିତ ଯୋଡି ବିକି କୌଶଲ ଏବଂ କ୍ୟାଟ୍ରିନା କୈଫ୍‌ ବିବାହ ପରେ ପରସ୍ପରକୁ ସମୟ ଦେଇପାରୁନାହାନ୍ତି। ଫିଲ୍ମ ପ୍ରୋଜେକ୍ଟ ଯୋଗୁଁ ଏମାନେ ପରସ୍ପରକୁ ଟିକେ କମ୍‌ ସମୟ ଦେଉଛନ୍ତି। ନିଜ ନିଜ କାର୍ଯ୍ୟରେ ବ୍ୟସ୍ତ ରହୁଥିବା କ୍ୟାଟ୍ରିନା ଓ ବିକି ଆଜି ଭଳି ଖାସ୍‌ ଦିନ ପାଇଁ ଦୁହେଁ ଛୁଟି ନେଇଛନ୍ତି । ଦୁହେଁ ଏହି ଦିନକୁ ସ୍ପେଶାଲ୍‌ କରିବାକୁ ଏକାଠି ହୋଇଛନ୍ତି ।

ବିକି ଏବଂ କ୍ୟାଟ୍ରିନା ଭାଲେଣ୍ଟାଇନ୍ସ ଡେ’ରେ ଅଲଗା ରହିବାକୁ ଚାହୁଁନଥିଲେ। ଏଥିପାଇଁ ଦୁହିଁଙ୍କୁ ଭାଲେଣ୍ଟାଇନ୍‌ ଡେ ପୂର୍ବରୁ କ୍ୟାଟ୍ରିନା ଏବଂ ବିକିଙ୍କୁ ମୁମ୍ବାଇ ବିମାନ ବନ୍ଦରରେ ଏକାଠି ଦେଖିବାକୁ ମିଳିଥିଲା। ଏହି ସମୟରେ ଉଭୟେ ପରସ୍ପରର ହାତ ଧର ଆସୁଥିବାର ନଜର ଆସିଥିଲେ। ମୁମ୍ବାଇ ଏୟାରପୋର୍ଟରେ କ୍ୟାଟ୍‌ ଏବଂ ବିକି ଦୁହେଁ ମ୍ୟାଚିଂ ମ୍ୟାଚିଂ ଅନ୍ଦାଜରେ ନଜର ଆସିଥିଲେ। ବିକି ଏକ ଧଳା ଟି-ସାର୍ଟ, ଡେନିମ୍ ଜ୍ୟାକେଟ୍ ପିନ୍ଧିଥିବା ବେଳେ କ୍ୟାଟ୍ରିନା ଡେନିମ୍ ଡ୍ରେସ୍‌ରେ ନଜର ଆସିଛନ୍ତି । ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଛି।

 

View this post on Instagram

 

A post shared by Varinder Chawla (@varindertchawla)

୯ ଡିସେମ୍ବର ୨୦୨୧ ରେ ଏହି ଦୁଇ ଲଭ୍‌ ବାର୍ଡ ବିବାହ କରିଥିଲେ। ବିବାହ ପୂର୍ବରୁ ବିକି ଏବଂ କ୍ୟାଟ୍ରିନା ପରସ୍ପରକୁ ପ୍ରାୟ ଦୁଇ ବର୍ଷ ଡେଟ କରିଥିଲେ। ବିବାହ ପରେ ଦୁହେଁ ପ୍ରଥମ ଥର ପାଇଁ ଏକାଠି ଖ୍ରୀଷ୍ଟମାସ ଏବଂ ଲୋହରୀ ପାଳନ କରିଥିଲେ । ଯାହାର ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିଲା । ଆଉ ବିବାହ ପରେ ଦୁହେଁ ନିଜର ଅପକମିଂ ଫିଲ୍ମର ସୁଟିଂ ପାଇଁ ଇନ୍ଦୋରରେ ବୁଲୁଥିବା ନଜର ଆସିଛନ୍ତି। ହେଲେ ବର୍ତ୍ତମାନ ସେମାନଙ୍କ ଫ୍ୟାନ୍ସମାନେ ଦୁହିଁଙ୍କ ଭାଲେଣ୍ଟାଇନ୍ସ ଡେ ପୋଷ୍ଟକୁ ଅପେକ୍ଷା କରିଛନ୍ତି ।

vicky kaushal

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.