Below header

ଦର୍ଶକଙ୍କୁ ଇମ୍ପ୍ରେସ୍‌ କଲା ବିକି କୌଶଲଙ୍କ ‘ଭୂତ’, ଜାଣନ୍ତୁ ଦ୍ୱିତୀୟ ଦିନରେ କେତେ ହେଲା କଲେକ୍ସନ

ବଲିଉଡ ଅଭିନେତା ବିକି କୌଶଲଙ୍କ ଫିଲ୍ମ ‘ଭୂତ୍‌ ପାର୍ଟ ଓ୍ଵାନ-ଦ ହଣ୍ଟେଡ ସିପ୍‌’ ରିଲିଜ୍‌ ହେବା ପରେ ଖୁବ୍‌ ଲୋକପ୍ରିୟତା ହାସଲ କରିପାରିଛି। ଫିଲ୍ମଟି ପ୍ରଥମ ଦିନରେ ୫.୧୦ କୋଟି ଟଙ୍କା କଲେକ୍ସନ କରିପାରିଥିବା ବେଳେ ଦ୍ୱିତୀୟ ଦିନରେ ଫିଲ୍ମ ୫.୫୨ କୋଟି ଆୟ କରିପାରିଛି। ଯାହାପରେ ଫିଲ୍ମ ବର୍ତ୍ତମାନ ପର୍ଯ୍ୟନ୍ତ ସମୁଦାୟ ୧୦.୬୨ କୋଟି ଆୟ କରିପାରିଛି।

bhoot-trailerବିିକି କୌଶଲଙ୍କ ଫିଲ୍ମ ‘ଭୂତ୍‌’ ଦର୍ଶକଙ୍କୁ ମଧ୍ୟ ଖୁବ୍‌ ଆକର୍ଷିତ କରିପାରିଛି। ଏହି ଫିଲ୍ମକୁ ବଲିଉଡ୍‌ରେ ବର୍ତ୍ତମାନ ପର୍ଯ୍ୟନ୍ତ ସବୁଠାରୁ ସାଦନାର୍‌ ହରର୍‌ ଫିଲ୍ମ ବୋଲି କୁହାଯାଉଛି। ଫିଲ୍ମର ନିର୍ମାତା କରଣ ଜୋହର ଏବଂ ହୀରୁ ଜୋହର ଏବଂ ନିର୍ଦେଶନା ଦେଇଛନ୍ତି ଭାନୁ ପ୍ରତାପ ସିଂହ। ଫିଲ୍ମରେ ପୃଥ୍ଵୀ ଚରିତ୍ରରେ ଅଭିନୟ କରିଥିବା ବିକି କୌଶଲ ଏକ ସିପୟାର୍ଡ କମ୍ପାନୀରେ ଅଧିକାରୀ ଥିବା ବେଳେ ତାଙ୍କ ପତ୍ନୀ ଭୂମି ପେଡନେକର ଏବଂ ଝିଅର ଏକ ଦୁଘର୍ଟଣାରେ ମୃତ୍ୟୁ ହୋଇଯାଇଛି। ଏହି କାରଣରୁ ବିକି ନିଜର ଅତିତର ଦୁଃଖକୁ ଭୁଲି ନପାରୁୁନଥିଲେ, ଯାହାଫଲରେ ସବୁ ସମୟରେ ତାଙ୍କୁ ତାଙ୍କ ପତ୍ନୀ ଏବଂ ଝିଅ ଦେଖାଯାଉଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.