Below header

ଲକ୍‍ଡାଉନରେ ବିକିଙ୍କୁ କରିବାକୁ ପଡିଲା ଏପରି କାମ, ଅନ୍ୟ କଳାକାର କରୁଛନ୍ତି ଥଟ୍ଟା

କରୋନା ଭାଇରସ ଯୋଗୁଁ ସମଗ୍ର ବିଶ୍ୱ ବେହାଲ । ଭାରତ ମଧ୍ୟ ଏହି ଭାଇରସ କାୟାରେ । ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦି ୨୧ ଦିନ ପର୍ଯ୍ୟନ୍ତ ଲକ୍‍ଡାଉନ ଘୋଷଣା କରିଛନ୍ତି । ଲକ୍‍ଡାଉନ ଯୋଗୁଁ ସମଗ୍ର ବଲିଉଡ ଠପ୍‍ ହୋଇପଡିଛି । ସବୁ ଫିଲ୍ମ, ସିରିଅଲ ଇତ୍ୟାଦିର ସୁଟିଂ ବନ୍ଦ ହୋଇଛି । କଳାକାରମାନେ ହାତବାନ୍ଧି ଘରେ ବସିଛନ୍ତି । ଏପରି ସ୍ଥଳେ ଅନେକ କଳାକାର ଘରେ ବସି ବିଭିନ୍ନ ପ୍ରକାର ଘର କାମ କରିବାରେ ବ୍ୟସ୍ତ ରହିଛନ୍ତି । କ୍ୟାଟ୍ରିନା କୈଫ ଠାରୁ ଆରମ୍ଭ କରି ଆଲିଆ ଭଟ୍ଟ ନିଜ ନିଜର ସମୟକୁ ବିଭିନ୍ନ ଘର କାମରେ ଅତିବାହିତ କରୁଥିବା ବେଳେ ଏବେ ଏହି ଲିଷ୍ଟରେ ବିକି କୌଶଲ ସାମିଲ ହୋଇଛନ୍ତି ।

 

View this post on Instagram

 

Thought I’d interact with my fans today… 🙂 #quarantinelife

A post shared by Vicky Kaushal (@vickykaushal09) on

ବିକି ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ବଡ ମଜାଳିଆ ଅନ୍ଦାଜରେ ନିଜର ଫ୍ୟାନ ସହିତ କାମ କରୁଥିବା ନଜର ଆସିଛନ୍ତି । ବିକି ନିଜ ଘରେ ଥିବା ପଙ୍ଖାକୁ ସଫା କରୁଥିବା ନଜର ଆସିଛନ୍ତି । ଏହା ସହିତ ବିକି ଲେଖିଛନ୍ତି, ଯାହା ଘରର ପୁଅ ଏତେ ଡେଙ୍ଗା, ତାଙ୍କର ଆଉ ଟେବୁଲ କିଛି ଦରକାର ନାହିଁ । ବିକିଙ୍କ ଏହି ଭିଡିଓରେ ଫ୍ୟାନ୍‍ମାନେ ଖୁବ୍‍ କମେଣ୍ଟ କରିଛନ୍ତି । ବିକିଙ୍କ ଏହି ଭିଡିଓରେ ଅର୍ଜୁନ କପୁର ଏବଂ କୃତି ସାନନ ଥଟ୍ଟା କରୁଛନ୍ତି ।

ସୂଚନାଯୋଗ୍ୟ, କରୋନା ଭାଇରସ ସହିତ ଲଢେଇରେ ବଲିଉଡର ବଡ ବଡ ଷ୍ଟାର ଆଗକୁ ଆସିଛନ୍ତି । ବିକି ମଧ୍ୟ ପିଏମ୍‍ କେୟାର୍ସ ଫଣ୍ଡକୁ ୧ କୋଟି ଟଙ୍କା ପ୍ରଦାନ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.