ବିଦ୍ୟୁତ ଜାମଓ୍ଵାଲଙ୍କ ଆକ୍ସନ ପୁଣି କଲା କମାଲ, ଆସିବ ‘ଖୁଦା ହାଫିଜ୍‌’ର ସିକ୍ୱେଲ

ଦକ୍ଷିଣ ଭାରତୀୟ ଫିଲ୍ମରେ ଖଳନାୟକ ଭୂମିକା ପାଇଁ ବେଶ୍‌ ଚର୍ଚ୍ଚିତ ବିଦ୍ୟୁତ ଜାମଓ୍ଵାଲ। ସାଉଥ ଇଣ୍ଡଷ୍ଟ୍ରୀ ପରେ ବଲିଉଡ ଇଣ୍ଡଷ୍ଟ୍ରୀରେ କିନ୍ତୁ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଅଗଷ୍ଟ ୧୪ ତାରିଖରେ ଡିଜ୍ନି ପ୍ଲସ୍ ହଟଷ୍ଟାରରେ ରିଲିଜ୍ ହୋଇଥିଲା ବିଦ୍ୟୁତ୍ ଜମଓ୍ଵାଲଙ୍କ ଅଭିନୀତ ଆକ୍ସନ୍ ଥ୍ରୀଲର ଫିଲ୍ମ ‘ଖୁଦା ହାଫିଜ୍’ । ଫିଲ୍ମଟିକୁ ଖୁବ୍ ଦର୍ଶକୀୟ ଆଦୃତି ମିଳିଥିବାବେଳେ ଏବେ ନିର୍ମାତାମାନେ ତାର ସିକ୍ୱେଲ ପାଇଁ ଆଗ୍ରହୀ ଅଛନ୍ତି । ଆସନ୍ତାବର୍ଷ ପ୍ରଥମ ଭାଗରେ ଏହାର ସୁଟିଂ ଆରମ୍ଭ ହୋଇଯାଇପାରେ । ଏ ସଂପର୍କରେ ନିର୍ଦ୍ଦେଶକ ଫାରୁକ୍ କବିର କହିଛନ୍ତି, ‘ଏହାର ସିକ୍ୱେଲ କଥା ସବୁବେଳେ ମୋ’ ମନରେ ଥିଲା । କିନ୍ତୁ ପ୍ରଥମେ ଆମେ ଫିଲ୍ମଟିକୁ ଦର୍ଶକେ କିପରି ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ଚାହୁଁଥିଲୁ ।

khuda hafiz

ସିକ୍ୱେଲରେ ମଧ୍ୟ ବିଦ୍ୟୁତ୍ ଜମାଲ ଲିଡ୍ ରୋଲରେ ଆସିବେ। ତାଙ୍କ ସହିତ ଶିବାଲିକା ଓବରୟ ପ୍ରମୁଖ ଭୂମିକାରେ ମଧ୍ୟ ନଜର ଆସିବେ। ଶିବଲିକା ଓବରୟ ତାଙ୍କ ସହ ସ୍କ୍ରିନ୍ ସେୟାର କରିବେ । ସୂଚନାଥାଉକି, ‘ଖୁଦା ହାଫିଜ୍’ ସତ୍ୟ ଘଟଣା ଉପରେ ଆଧାରିତ ଥିଲା । ଅପହୃତା ହୋଇ ୟୁଏଇରେ ଫସିଥିବା ଜଣେ ମହିଳାଙ୍କୁ ଉଦ୍ଧାର ପାଇଁ ଯିବାବେଳେ ତାଙ୍କ ସ୍ୱାମୀ କିଭଳି ଚ୍ୟାଲେଞ୍ଜର ସାମ୍ନା କରିଥିଲେ ତାକୁ ଫିଲ୍ମରେ ଦର୍ଶାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.