Below header

ଘରେ ଦଶହରା ପାଳିଲେ ବିଜୟ ଦେବରକୋଣ୍ଡା, ଦେଖିବାକୁ ମିଳିଲେ ଗର୍ଲ ଫ୍ରେଣ୍ଡ ରଶ୍ମୀକା ମନ୍ଦାନା

ସାଉଥ୍‌ ଅଭିନେତା ବିଜୟ ଦେବରକୋଣ୍ଡା ସୋମବାର ରାତିରେ ହାଇଦ୍ରାବାଦ ସ୍ଥିତ ତାଙ୍କ ଘରେ ଦଶହରା ପୂଜା କରିଛନ୍ତି । ବିଜୟ ଏହି ପୂଜାର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

ସାରା ଦେଶରେ ଆଜି  ପାଳନ ହେଉଛି ଦଶହରା । ସେହିପରି ବଲିଉଡରୁ ନେଇ ଟଲିଉଡ ପର୍ଯ୍ୟନ୍ତ ସମସ୍ତେ ଧୁମ୍‌ଧାମ୍‌ରେ ପାଳନ କରୁଛନ୍ତି ଏହି ଦଶହରା। ତେବେ ସାଉଥ୍‌ ଅଭିନେତା ବିଜୟ ଦେବରକୋଣ୍ଡା ସୋମବାର ରାତିରେ ହାଇଦ୍ରାବାଦ ସ୍ଥିତ ତାଙ୍କ ଘରେ ଦଶହରା ପୂଜା କରିଛନ୍ତି । ବିଜୟ ଏହି ପୂଜାର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

ବିଜୟ ତାଙ୍କ ଇନଷ୍ଟାଗ୍ରାମରେ ଫିଲ୍ମ ‘ଖୁସି’ ର ମେମ୍ବରଙ୍କ ସହ ପୂଜା କରୁଥିବାର ନଜର ଆସିଛନ୍ତି । ବିଜୟ ହଳଦିଆ କୁତ୍ରା ଓ ଧଳା ପ୍ୟାଣ୍ଟରେ ପୂଜା କରୁଥିବାର ଦେଖିବା ପାଇଁ ମିଳିଛିି । ସେୟାର କରିଥିବା ଫଟୋରେ ସେ ପ୍ରଥମେ ପୂଜାରୀ ଠାରୁ ଟିକା ଲଗାଇଥିଲେ, ଏବଂ ଅନ୍ୟ ଫଟୋରେ ପରିବାର ଲୋକଙ୍କ ସହ ଖୁସିରେ ପୂଜା କରୁଥିବାର ଦେଖିବା ପାଇଁ ମିଳିଛି । ବିଜୟ ଫଟୋର କ୍ୟାପସନ୍‌ରେ ଲେଖିଛନ୍ତି, ଯେ ‘ପରିବାର ଲୋକଙ୍କୁ ପୂଜାର ଶୁଭକାମନା’ । ଆପଣମାନଙ୍କୁ ଦଶହରାର ଶୁଭକାମନା । ଏହାସହ ଫ୍ୟାନ୍ସ ବିଜୟଙ୍କୁ ମଧ୍ୟ ବିଜୟଦଶମୀର ଶୁଭକାମନା ଜଣାଇଛନ୍ତି ।

bijay

ବିଜୟଙ୍କ ଘରେ ହୋଇଥିବା ପୂଜା ସମୟର ଫଟୋରେ ତାଙ୍କ ଗର୍ଲ ଫ୍ରେଣ୍ଡ ରଶ୍ମୀକା ମନ୍ଦାନା ନଜର ଆସିନଥିଲେ । ହେଲେ ରଶ୍ମୀକାଙ୍କୁ ସୋମବାର ରାତିରେ ମୁମ୍ବାଇ ଏୟାରପୋର୍ଟରେ ଷ୍ଟକ୍‌ କରାଯାଇଥିଲେ । ଏହାସହ ତାଙ୍କ ମଥାରେ ପୂଜାର ଟିକା ମଧ୍ୟ ଲାଗିଥିବାର ଦେଖିବା ପାଇଁ ମିଳିଛି । ଏହା ଦେଖିବା ପରେ ଲୋକମାନେ ଭାବୁଛନ୍ତି ଯେ ରଶ୍ମୀକା ମଧ୍ୟ ବିଜୟଙ୍କ ଘରେ ହୋଇଥିବା ପୂଜାରେ ସାମିଲ ହୋଇଥିଲେ ।

ବହୁତ ସମୟରୁ ସମସ୍ତ ସ୍ଥାନରେ ରଶ୍ମୀକା ଓ ବିଜୟଙ୍କ ଡେଟିଂ ଖବର ଶୁଣିବା ପାଇଁ ମିଳୁଥିଲା । ହେଲେ ସେ ଦୁଇ ଜଣ ସବୁ ବେଳେ ନିଜର ସମ୍ପର୍କ କହିଥାନ୍ତି କି, ସେମାନେ କେବଳ ଭଲ ସାଙ୍ଗ । ତେବେ ବିଜୟଙ୍କ କାମ କଥା କହିଲେ, ସେ ଶେଷଥର ପାଇଁ ସାମନ୍ଥା ରୁଥଙ୍କ ସହ ଫିଲ୍ମ ‘ଖୁସି’ରେ ନଜର ଆସିଥିଲେ । ଏହାସହ ରଶ୍ମୀକା ଖୁବ୍‌ ଶୀଘ୍ର ରଣବୀର କପୁରଙ୍କ ଫିଲ୍ମ ‘ ଆନିମଲ’ରେ ନଜର ଆସିବେ । ଏହି ଫିଲ୍ମଟି ଡିସେମ୍ବରରେ ସିନେମା ହଲ୍‌ରେ ରିଲିଜ୍‌ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.