ଆଫଗାନିସ୍ତାନ ଠାରୁ ହାରିବା ପରେ ନିଜର ବ୍ୟାଟ୍‌ ଗୁରୁବାଜଙ୍କୁ ଗିଫ୍ଟ କଲେ ବାବର ଆଜମ, ଭିଡିଓ ଭାଇରଲ

ଚେନ୍ନାଇ ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଆଫଗାନିସ୍ତାନ ଠାରୁ ପାକିସ୍ତାନ ହାରିବା ପରେ ବାବର ଆଜମ ଆଫଗାନୀ ଓପନର ରହମାନୁଲ୍ଲାହ ଗୁରବାଜଙ୍କୁ ନିଜର ବ୍ୟାଟ୍‌ ଉପହାର ଦେଇଛନ୍ତି । ପାକିସ୍ତାନ ବିପକ୍ଷରେ ଏହା ଆଫଗାନିସ୍ତାନର ପ୍ରଥମ ଦିନିକିଆ ବିଜୟ । ଏହାପୂର୍ବରୁ କୌଣସି ବି ଦିନିକିଆ ମ୍ୟାଚରେ ଆଫଗାନିସ୍ତାନ କେବେ ହେଲେ ବି ପାକିସ୍ତାନକୁ ହରାଇ ନଥିଲା ।

ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ସୋମବାର ଖେଳାଯାଇଥିବା ମ୍ୟାଚରେ ଆଫଗାନିସ୍ତାନ ପାକିସ୍ତାନକୁ ହରାଇଛି । ଦିନିକିଆ କ୍ରିକେଟ ଇତିହାସରେ ପାକିସ୍ତାନ ବିପକ୍ଷରେ ଆଫଗାନିସ୍ତାନର ଏହା ପ୍ରଥମ ବିଜୟ । ଏହି ବିଜୟ ପରେ ଆଫଗାନିସ୍ତାନର ସମସ୍ତ ଖେଳାଳି ଖୁସିରେ ନାଚି ଉଠିଛନ୍ତି । ଏହି ମ୍ୟାଚ ପରେ ପାକିସ୍ତାନର ଅଧିନାୟକ ବାବର ଆଜମ ଏମିତି କିଛି କରିଛନ୍ତି, ଯାହାପରେ ତାଙ୍କ ପ୍ରଶଂସା ହେଉଛି ।

ଚେନ୍ନାଇ ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଆଫଗାନିସ୍ତାନ ଠାରୁ ପାକିସ୍ତାନ ହାରିବା ପରେ ବାବର ଆଜମ ଆଫଗାନୀ ଓପନର ରହମାନୁଲ୍ଲାହ ଗୁରବାଜଙ୍କୁ ନିଜର ବ୍ୟାଟ୍‌ ଉପହାର ଦେଇଛନ୍ତି । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି ।

ପାକିସ୍ତାନ ବିପକ୍ଷରେ ଏହା ଆଫଗାନିସ୍ତାନର ପ୍ରଥମ ଦିନିକିଆ ବିଜୟ । ଏହାପୂର୍ବରୁ କୌଣସି ବି ଦିନିକିଆ ମ୍ୟାଚରେ ଆଫଗାନିସ୍ତାନ କେବେ ହେଲେ ବି ପାକିସ୍ତାନକୁ ହରାଇ ନଥିଲା । ଉଭୟ ଦଳ ୭ଥର ଦିନିକିଆରେ ମୁହାଁମୁହିଁ ହୋଇଥିବା ବେଳେ ସବୁଥର ପାକିସ୍ତାନ ବାଜି ମାରିଥିଲା ।

ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୨୮୨ ରନ କରିଥିଲା । ଏହାର ଜବାବରେ ଆଫଗାନିସ୍ତାନ ୬ ବଲ ପୂର୍ବରୁ ୨ ୱିକେଟ ହରାଇ ଧାର୍ଯ୍ୟ ଟାର୍ଗେଟକୁ ହାସଲ କରି ନେଇଛି । ଦଳ ପକ୍ଷରୁ ଇବ୍ରାହିମ ଜଡ୍ରାନ ୮୭, ରହମନୁଲ୍ଲା ଗୁରବାଜ ୬୫, ରମମତ ଶାହ ଅପରାଜିତ ୭୭ ଓ ଅଧିନାୟକ ହଶମତୁଲ୍ଲା ଶାହିଦି ୪୮ ରନର ଇନିଂସ ଖେଳିଛନ୍ତି । ଦମଦାର ୮୭ ରନର ଇନିଂସ ଖେଳିଥିବା ଜଡ୍ରାନଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ପୁରସ୍କାର ମିଳିଛି ।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ପାକିସ୍ତାନ ଅଧିନାୟକ ବାବର ଆଜମଙ୍କ ୭୪, ଅବଦୁଲ୍ଲା ଶଫିକଙ୍କ ୫୬, ଇଫତକାର ଅହମଦଙ୍କ ୪୦ ଓ ଶଦାବ ଖାନଙ୍କ ୪୦ ରନ ବଳରେ ୭ ୱିକେଟ ହରାଇ ୨୮୨ ରନ କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.