Below header

ଝିଅ ପାଇଁ ସାକ୍ରିଫାଇଜ କରୁଛନ୍ତି ବିରାଟ, ଜିମରେ କରୁଛନ୍ତି ଏମିତି କିଛି……

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଓ କ୍ୟାପଟେନ ବିରାଟ କୋହଲିଙ୍କୁ ନେଇ ଅନେକ ସମୟରେ ଚର୍ଚ୍ଚା ବେଶ ଜୋର ଧରେ । ଆଉ ଝିଅ ଜନ୍ମ ହେବା ପରେ ଏହି ଯୋଡ଼ିଙ୍କ ପ୍ରତ୍ୟକ କାର୍ଯ୍ୟକଳାପ ଉପରେ ଯେମିତି ନଜର ରଖିଛନ୍ତି ଗଣମାଧ୍ୟମ । ଏଯାବତ ଏହି ଯୋଡି ଝିଅର ବାମିକାର ଫଟୋ ସ୍ପଷ୍ଟ ଭାବରେ ଲୋକାର୍ପିତ କରିନଥିଲେ ମଧ୍ୟ ଅନେକ ଥର ତିନି ଜଣଙ୍କୁ ଏକାଠି ଦେଖାଦେଇଛି । ବର୍ତ୍ତମାନ ସମୟରେ ବିରାଟ ଆଇପିଏଲକୁ ନେଇ ବ୍ୟସ୍ତ ରହୁଥିଲେ ମଧ୍ୟ ଝିଅ ଦାୟିତ୍ୱ ନେବାରେ ଟିକେ ବି ହେଳା କରିନାହାନ୍ତି । ଏକଥା ଖାଲି ଆମେ କହୁଛୁ ତାହା ନୁହେଁ ନିକଟରେ ସେୟାର ହୋଇଥିବା ଏକ ଫଟୋକୁ ଲକ୍ଷ କଲେ ଆପଣ ବି ଏକଥାର ଅନ୍ଦାଜ ଲଗେଇ ପାରିବେ ।

 

View this post on Instagram

 

A post shared by Sanjay Pahal (@sanjaypahal_)

ଏହି ନିକଟରେ ବିରାଟ- ଅନୁଷ୍କାଙ୍କର ଏକ ଫଟୋ ଭାଇରାଲ ହୋଇଥିବା ବେଳେ ଏହି ଫଟୋରେ ବିରାଟଙ୍କ କାନ୍ଧରେ ଏକ ଛୋଟ ଶିଶୁର କପଡା ବା ବର୍ଫ କ୍ଳଥ ପଡିଥିବା ନଜର ଆସୁଛି । ଏବେ ଆପଣ ନିଶ୍ଚିନ୍ତ ରୂପେ ଅନ୍ଦାଜ ଲଗେଇ ପାରୁଥିବେ ଏହି କ୍ଳଥଟି କାହାର ହୋଇଥିବ । ହଁ ଠିକ ଅନ୍ଦାଜ ଲଗେଇଛନ୍ତି ବିରାଟ ଝିଅ ବାମିକାର ବର୍ଫ କ୍ଳଥ ନିଜ କାନ୍ଧ ଉପରେ ପକେଇଛନ୍ତି । ପ୍ରକୃତରେ ଏହି ଦମ୍ପତ୍ତିଙ୍କ ଫଟୋ ସଞ୍ଜୟ ପହଲ ନାମକ ଜଣେ ବ୍ୟକ୍ତି ଭାଇରଲ କରିଛନ୍ତି । ଫଟୋରେ ସଞ୍ଜୟଙ୍କ ସହ ବିରୁସ୍କା ପୋଜ ଦେଉଥିବା ଦେଖାଦେଇଛି । ଆଉ ଏଭିତରେ ଫ୍ୟାନ୍ସ ମାନଙ୍କ ନଜର ବିରାଟଙ୍କ କାନ୍ଧ ଉପରେ ପଡିଛି । ଆଉ ଏହାକୁ ଦେଖି ଫ୍ୟାନ୍ସ ମାନେ ବି ଖୁବ ଜୋରରେ ବିରାଟଙ୍କ ପ୍ରଶଂସା କରିବାରେ ଲାଗିଛନ୍ତି । ଆଉ ଏହା ସହ ବାମିକାର ଫଟୋ ଖୁବ ଶୀଘ୍ର ଦେଖିପାରିବେ ବୋଲି ଆଶା ରଖିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.