ମୋବାଇଲରେ ଗେମ ଖେଳୁ ଖେଳୁ ଟ୍ରେନ ଧକ୍କାରେ ପ୍ରାଣ ହରାଇଲେ ଛାତ୍ର

ଟାଙ୍ଗୀ(କେ ନ୍ୟୁଜ):  ମୋବାଇଲରେ ପବଜି ଖେଳିବା ହେଲା କାଳ । ଅକାଳରେ ଟ୍ରେନ ଧକ୍କାରେ ଚାଲିଗଲା ଜଣେ ନୀରିହ ଛାତ୍ରର ଜୀବନ । ଖୋର୍ଦ୍ଧା ରେଳ ମଣ୍ଡଳ ଅଧୀନସ୍ଥ ବାଲୁଗାଁ ରେଳବାଇ ପୋଲିସ ଅଧିନସ୍ଥ ଗଙ୍ଗାଧରପୁର ରେଳ ଷ୍ଟେସନ ନିକଟରେ ଟ୍ରେନ୍ ଧକ୍କାରେ ଛାତ୍ର ସୁଶାନ୍ତ ବେହେରାଙ୍କ ମୃତ୍ୟୁ ହୋଇଛି । ମୃତ ଛାତ୍ର ଜଣଙ୍କ ଘର ବାଲୁଗାଁ ଥାନା ନଇରୀ ଗ୍ରାମରେ । ସୂଚନାରୁ ଜଣାଯାଇଛିଯେ, ନଇରୀ ଗ୍ରାମର ପ୍ରଶାନ୍ତ ବେହେରାଙ୍କ ୧୫ ବର୍ଷ ବୟସ୍କ ପୁଅ ସୁଶାନ୍ତ ମୋବାଇଲରେ ପବଜି ଖେଳୁଥିଲେ । ଆଉ ଖେଳୁ ଖେଳୁ ଅନ୍ୟମନସ୍କ ଭାବେ ଚାଲି ଆସିଥିଲେ ରେଳ ଲାଇନକୁ । ଖେଳରେ ଏମିତି ମଜ୍ଜି ଯାଇଥିଲେ ଯେ ଲାଇନ୍ରେ ଟ୍ରେନ୍ ଆସୁଛି ବୋଲି ଜାଣି ପାରିନଥିଲେ ।

ଆଉ ଏହି ସମୟରେ ଟ୍ରେନ୍ ଧକ୍କାର ଶିକାର ହୋଇଥିଲେ । ଟ୍ରେନ୍ ଚାଳକଙ୍କ ଠାରୁ ଖବର ପାଇ ଗଂଗାଧର ପୁର ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଂଚି ଗୁରୁତର ଅବସ୍ଥାରେ ଛାତ୍ରଙ୍କୁ ଉଦ୍ଧାର କରିଥିବା ଜଣାଯାଇଛି । ଏହା ପରେ ଛାତ୍ରଟିକୁ ଟାଙ୍ଗୀ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଡାକ୍ତର ଆପ୍ରାଣ ଚେଷ୍ଟା କରିଥିଲେ ବି ଛାତ୍ରଟିକୁ ବଞ୍ଚାଇ ପାରି ନଥିଲେ । ଟାଙ୍ଗୀ ପୋଲିସ୍ ମେଡିକାଲରେ ପହଂଚି ଶବ ଜବତ କରିଥିବା ଜଣାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.