ବାପା ମରିଗଲା ପରେ ସାତ ଦିନ ଧରି ଶବକୁ ପାଖରେ ରଖିଥିଲେ ସଂଗୀତ ନିର୍ଦ୍ଦେଶକ ବିଶାଲ, କାହିଁକି ଜାଣନ୍ତୁ

ସଂଗୀତକାର ତଥା ଗାୟକ ବିଶାଲ ଦଦଲାନୀଙ୍କ ବାପା ମୋତି ଦଦଲାନୀଙ୍କ ମୃତ୍ୟୁ ୮ ଜାନୁଆରୀରେ ହୋଇଥିଲା। ବାପାଙ୍କ ଶେଷ ସମୟରେ ବିଶାଲ ତାଙ୍କ ପାଖରେ ଉପସ୍ଥିତ ନଥିଲେ। କରୋନା ଯୋଗୁଁ ବିଶାଲ କ୍ୱାରେଣ୍ଟାଇନରେ ରହିଥିଲେ। ତେଣୁ ଏଥିପାଇଁ ବାପାଙ୍କ ଅନ୍ତିମ ସଂସ୍କାର ନ କରି ଏକ ସପ୍ତାହ ପର୍ଯ୍ୟନ୍ତ ବାପାଙ୍କ ଶବକୁ ରଖିଥିଲେ।

ବାପାଙ୍କୁ ଏତେ ଭଲ ପାଉଥିଲେ ଯେ, ବିଶାଲଙ୍କ କୋଭିଡ ରିପୋର୍ଟ ନେଗେଟିଭ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ। ତେଣୁ ବାପାଙ୍କର ଅନ୍ତିମ ସଂସ୍କାର ୧୫ ଜାନୁଆରୀକୁ କରିଥିଲେ ବୋଲି ସୋସିଆଲ ମିଡିଆରେ ପୋଷ୍ଟ କରି ଜଣାଇଛନ୍ତି ବିଶାଲ। ବାପାଙ୍କ ମୃତ୍ୟୁ ପରେ ବିଶାଲଙ୍କୁ ଗଭୀର ଆଘାତ ଲାଗିଥିଲା। ଆଉ ଏହାକୁ ନେଇ ମଧ୍ୟ ଦୁଃଖ ପ୍ରକାଶ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ।

 

View this post on Instagram

 

A post shared by VISHAL (@vishaldadlani)

ବିଶାଲ ଦଦଲାନୀ ବାପାଙ୍କ ଫଟୋ ଇନଷ୍ଟାଗ୍ରାମରେ ସେୟାର କରି କ୍ୟାପସନ ଲେଖିଛନ୍ତି, ‘ମୋ ମା’, ଭଉଣୀ, ଭାଣେଜୀ ଏବଂ ମୁଁ ଆଜି ମୋ ବାପାଙ୍କ ଅନ୍ତିମ ସଂସ୍କାର କରିଛୁ। ସେ ଏବେ ମୋ ସହିତ ରହିବେ। ମୋ ମନରେ ତାଙ୍କୁ ହରାଇବାର ଦୁଃଖ ସବୁବେଳେ ରହିବ। ମୁଁ ପ୍ରତିଦିନ ମୋ ବାପାଙ୍କୁ ଭଲ ପାଉଥିବି।
ସୂଚନାଯୋଗ୍ୟ, ମୋତି ଦଦଲାନୀଙ୍କ ପରଲୋକ ସମୟରେ ବିଶାଲଙ୍କୁ କରୋନା ହୋଇଥିଲା। ତେଣୁ ସେ କ୍ୱାରେଣ୍ଟାଇନରେ ରହିଥିଲେ। କୋଭିଡରୁ ଭଲ ହେବା ପରେ ୧୫ ଜାନୁଆରୀକୁ ବାପାଙ୍କ ଅନ୍ତିମ ସଂସ୍କାର କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.