‘ମଧୁବାଲା’ ଫେମ୍‌ ଭିଭିଆନ୍‌ ଡିସେନାଙ୍କର ହେଲା ଛାଡପତ୍ର, ୪ ବର୍ଷ ହେଲାଣି ଓ୍ଵାହାବିଜ୍‌ ଠାରୁ ରହୁଥିଲେ ଅଲଗା

ଟିଭି ଜଗତର ଜଣାଶୁଣା ଯୋଡି ଭିଭିଆନ୍‌ ଡିସେନା ଏବଂ ଓ୍ଵାହାବିଜ୍‌ ଦୋରାବଜୀ ଶେଷରେ ଅଲଗା ହୋଇଛନ୍ତି। ଦୁହେଁ ଗତ ୪ ବର୍ଷ ହେଲାଣି ପରସ୍ପର ଠାରୁ ଅଲଗା ରହୁଥିଲେ। କିଛି ଦିନ ତଳେ ଅର୍ଥାତ୍‌ ୧୮ ଡିସେମ୍ବରରେ ଦୁହିଁଙ୍କ ଛାଡପତ୍ରକୁ କୋର୍ଟ ମଞ୍ଜୁର କରିଥିଲେ। ଇଟାଇମ୍ସ ରିପୋର୍ଟ ମୁତାବକ, ଭିଭିଆନ୍‌ ଏବଂ ଓ୍ଵାହାବିଜ୍‌ ଦୁହେଁ ନିଜ ଛାଡପତ୍ରକୁ ନେଇ ବୟାନ ଦେଇଛନ୍ତି।

ସୂଚନାଯୋଗ୍ୟ, ଭିଭିଆନ୍‌ ଏବଂ ଓ୍ଵାହାବିଜ୍‌ ଟିଭି ଶୋ ‘ ପ୍ୟାର୍‌ କି ଏକ୍‌ ୟେ ଏକ କାହାନୀ’ ସେଟରେ ଦୁହେଁ ପରସ୍ପର ସହିତ ଭେଟ ହୋଇଥିଲେ। ଏହି ସେଟ୍‌ରୁ ଦୁହିଁଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢି ଉଠିଥିଲା। ୨୦୧୩ରେ ଦୁହେଁ ବିବାହ କରିଥିଲେ। କିନ୍ତୁ ବିବାହର କିଛି ବର୍ଷ ପରେ ଦୁହିଁଙ୍କ ମଧ୍ୟ ତିକ୍ତତା ବଢିବାକୁ ଲାଗିଲା। ତେଣୁ ଦୁହେଁ ୨୦୧୭ରେ ଛାଡପତ୍ର ପାଇଁ ମାମଲା ଦାଏର କରିଥିଲେ। ଛାଡପତ୍ର ପାଇଁ ଆବେଦନ କରିବା ପରେ ଦୁହେଁ ପରସ୍ପର ଠାରୁ ଅଲଗା ରହୁଥିଲେ। ଦୁହିଁଙ୍କ ଏହି ଛାଡପତ୍ର ମାମଲା ୪ ବର୍ଷ ଚାଲିଥିଲା। ଏବେ ଦୁଇଜଣଙ୍କ ଆପୋଷ ସହମତିରେ ଛାଡପତ୍ର ହୋଇଥିବା ଜଣାପଡିଛି।

ଦୁହେଁ ଦେଇଥିବା ବୟାନରେ ଦୁଃଖ ପ୍ରକାଶ କରି କହିଛନ୍ତି, ‘ ଦୁହେଁ ପରସ୍ପର ସହିତ ରହିବା ପାଇଁ ବହୁତ ଚେଷ୍ଟା କରିଥିଲେ। କିନ୍ତୁ ଏସବୁ ସମ୍ଭବ ହୋଇପାରିନଥିଲା। ତେଣୁ ପରସ୍ପର ଠାରୁ ଅଲଗା ହେବା ପାଇଁ ନିଷ୍ପତ୍ତି ନେଇଛୁ। ଆଉ ଆମ ଦୁହିଁଙ୍କ ଆପୋଷ ବୁଝାମଣାରେ ହିଁ ଛାଡପତ୍ର ହୋଇଛି। ଗତ କିଛି ବର୍ଷରେ ଫ୍ୟାନ୍ସଙ୍କ ଠାରୁ ଯେଉଁ ଭଲପାଇବା ପାଇଁ ସମର୍ଥନ ମିଳିଥିଲା, ତାହା ମଧ୍ୟ ଭବିଷ୍ୟତରେ ମିଳିବ।

ସୂଚନାଯୋଗ୍ୟ, ଭିଭିଆନ୍‌ ସିରିଅଲ ‘ମଧୁବାଲା, ଅସ୍ତତ୍ୱ କେ ଏହସାସ କି, ଖତରୋଁ କେ ଖିଲାଡି, ଝଲକ ଦିଖଲାଜା ୮’ରେ ନଜର ଆସିସାରିଛନ୍ତି। ସେହିପରି ଓ୍ଵାହିବିଜ୍‌ ଦୋରାବ୍‌ଜୀ ପ୍ୟାର କି ଏକ କାହାନୀ, ସରସ୍ୱତୀଚନ୍ଦ୍ର, ବୋହୂ ହମାରୀ ରଜନୀକାନ୍ତ ଭଳି ସିରିଅଲରେ କାମ କରିଛନ୍ତି।