ସୋସିଆଲ ମିଡିଆରେ ମେସେଜ କରି ସମ୍ପର୍କ ଶେଷ କଲେ ସ୍ୱାମୀ, ମାମଲା ରୁଜୁ

ପୁଣେରେ ସୋସିଆଲ ମିଡିଆରେ ପତ୍ନୀଙ୍କୁ ଟ୍ରିପଲ ତଲାକ ଦେଇଥିବାରୁ ପୁରୁଷଙ୍କ ବିରୋଧରେ ମାମଲ । । ଅଭିଯୋଗକାରୀଙ୍କ କହିବା ଅନୁସାରେ ତାଙ୍କ ସ୍ୱାମୀ ଏକ ବାର୍ତ୍ତା ପଠାଇଥିଲେ । ଯେଉଁଥିରେ ସୋସିଆଲ ମଡିିଆରେ ତଲାକ ତିନିଥର କୁହାଯାଇଥିଲା । ପୁଣେର ଜଣେ ୩୨ବର୍ଷ ବୟସ୍କା ମହିଳା ସୋସିଆଲ ମିଡିଆ ପ୍ଲାଟଫର୍ମରେ ତାଙ୍କ ସ୍ୱାମୀ ତାଙ୍କୁ ଆଇନ ବାହାରେ ଯାଇ ତଲାକ ଦେଇଥିବା ଅଭିଯୋଗ କରିଛନ୍ତି । ତାଙ୍କ କହିବା ଅନୁସାରେ ଏକ ମେସେଜ ତାଙ୍କ ପାଖକୁ ତାଙ୍କ ସ୍ୱାମୀ ଦେଇଥିଲେ । ଯେଉଁଥିରେ ଟ୍ରିପଲ ତଲାକ ବା ଛାଡପତ୍ର ଦେଇଥିବା ସେ କହିଛନ୍ତି । ଏହି ୩୨ବର୍ଷ ବୟସ୍କା ମହିଳା ତାଙ୍କ ସ୍ୱାମୀଙ୍କ ବିରୋଧରେ ଥାନାରେ ମାମଲା ରୁଜୁ କରିଛନ୍ତି ।

ଡିସେମ୍ବର ୨୪ରେ ଦାଖଲ ହୋଇଥିବା ଏଫଆଇଆର ଅନୁଯାୟୀ ମହିଳାଜଣକ ଫେବୃଆରୀ ୨୭, ୨୦୧୮ରୁ ୧୧, ୨୦୨୧ପର୍ଯ୍ୟନ୍ତ ତାଙ୍କ ସ୍ୱାମୀଙ୍କ ବାସଭବନରେ ରହିଥିଲେ । କିନ୍ତୁ ତାଙ୍କ ସ୍ୱାମୀ ତାଙ୍କୁ ମହିଳାଙ୍କ ରଙ୍ଗ କମ୍ପଲେକ୍ସନ ହେତୁ ଦୁର୍ବ୍ୟବହାର କରିଥିବା ସେ କହିଛନ୍ତି । ଏମିତିକି ତାଙ୍କ ସ୍ୱାମୀ ତାଙ୍କୁ କହିଥିଲେ କି ସେ ତାଙ୍କୁ ତାଙ୍କର ଇଚ୍ଛା ବିରୁଦ୍ଧରେ ଆସି ବିବାହ କରିଛନ୍ତି ।

ଅଭିଯୁକ୍ତ ବିରୋଧରେ ବାରତୀୟ ଦଣ୍ଵବିଧି ଆଇନର ଧାରା ୪୯୮ଏ, ୩୨୩, ୫୦୪ ଓ ୫୦୬ ସହିତ ମୁସଲିମ ମହିଳାଙ୍କ ଧାରା ୩ ଓ ୪ଅଧିନିୟମ ୨୦୧୯କୁ ପୋଲିସ ଆବେଦନ କରିଛି । ଏହା ପୂର୍ବରୁ ମଧ୍ୟ ଏଭଳି ଅନେକ ଘଟଣା ସାମନାକୁ ଆସିଛି । ସୋସିଆଲ ମିଡିଆରେ ତଲାକ ଲେଖି ସମ୍ପର୍କ ଶେଷ କରୁଥିବାର ଅନେକ ନଜିର ରହିଛି । କିନ୍ତୁ ବଡକଥା ଯେ ଆଇନ ବାହାରେ ଯାଇ ଏଭଳି କରିବା ଦ୍ୱାରା ଦୋଷୀଙ୍କୁ ଦଣ୍ଡର ପ୍ରାବଧାନ ରହିଥିବା ଭୁଲିଯାଉଛନ୍ତି ଏଭଳି କିଛି ଅସାମାଜିକ ବ୍ୟକ୍ତିବିଶେଷ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.