Below header

କଟକରେ ଗୁଡ଼ି ଦେକାନରେ ପୋଲିସ କରୁଛି ରେଡ, ମାଞ୍ଜା ସୂତା ବିକ୍ରି ନେଇ ଦୁଇ ବ୍ୟବସାୟୀ ଅଟକ

କଟକ(କେନ୍ୟୁଜ୍‌) : କଟକ ପୀର ବଜାର ଅଂଚଳରେ ମାଞ୍ଜା ସୂତାରେ ବେକ କଟି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହେବା ପରେ ମାଞ୍ଜା ସୂତା ବିକ୍ରି ଓ ପ୍ରସ୍ତୁତି ଉପରେ ଖୋଳତାଡ଼ ଆରମ୍ଭ ହୋଇଛି । ପୋଲିସ କଟକର ବିଭିନ୍ନ ବଜାରରେ ମାଞ୍ଜା ସୂତା ବିକ୍ରି କରୁଥିବା ଦୋକନରେ ଚଢ଼ାଉ ଜାରି ରଖିଛି । ଏପର୍ଯ୍ୟନ୍ତ ମାଞ୍ଜା ସୂତା ବିକ୍ରି କରୁଥିବା ଅଭିଯୋଗରେ ଦୁଇ ଜଣ ବ୍ୟବସାୟୀଙ୍କୁ ପୋଲିସ ଅଟକ ରଖିଛି ।

ଗତକାଲି ଗୁଡ଼ି ସୂତାରେ ବେକ କଟି ଯୁବକଙ୍କ ମୃତ୍ୟୁ ଘଟଣାରେ ଜଣେ ବ୍ୟବସାୟୀଙ୍କୁ ଅଟକ ରଖି ମାମଲାର ତନାଘନା କରୁଛି ପୋଲିସ । ତାଙ୍କ ବିରୋଧରେ IPC, 304-A ଆଧାରରେ ମାମଲା ରୁଜୁ ହୋଇଛି । କିଛି ଯୁବକଙ୍କୁ ପଚରାଉଚରା କରିଛି କଟକ ଜଗତପୁର ପୋଲିସ । ଏହାସହ ପିଠାପୁର ଓ ଝୋଲାସାହି ଅଞ୍ଚଳରେ ଗୁଡ଼ି ଉଡ଼ା ସାମଗ୍ରୀ ବିକ୍ରି କରୁଥିବା ବିଭିନ୍ନ ଦୋକାନରେ ଯାଞ୍ଚ କରୁଛି ପୁରୀ ଘାଟ ଥାନା ପୋଲିସ । ଘଟଣା ସମୟରେ କିଏ କିଏ ଗୁଡ଼ି ଉଡ଼ାଉଥିଲେ ତାଙ୍କୁ ଖୋଜୁଛି ପୋଲିସ ।

କଟକ ଡିସିପି ପ୍ରତୀକ ସିଂ କହିଛନ୍ତି, ମାଞ୍ଜା ସୂତା କାରବାରର ଯାଞ୍ଚ ନିର୍ଦ୍ଦେଶ ଦିଆଯାଇଛି । ପୋଲିସ ତରଫରୁ ଡ୍ରାଇଭ୍ ଆରମ୍ଭ ହୋଇଛି ସ୍ୱତନ୍ତ୍ର ଡ୍ରାଇଭ । ମାଞ୍ଜା ତିଆରି କରୁଥିବା ବ୍ୟବସାୟୀଙ୍କ ଉପରେ ନିଆଯିବ କାର୍ଯ୍ୟାନୁଷ୍ଠାନ । ଗତକାଲି ଜଗତପୁର ପୀରବଜାର ଅଞ୍ଚଳରେ ସ୍ଥାନୀୟ ଭୟରପୁରର ଜୟନ୍ତ ସାମଲ ବାଇକ୍ରେ ପତ୍ନୀଙ୍କୁ ଧରି ଶ୍ୱଶୁର ଘରକୁ ଯାଉଥିଲେ ।

ସେହି ସମୟରେ ପୀରବଜାର ଠାରେ ଗୁଡି ଉଡାଇବା ପାଇଁ ବ୍ୟବହୃତ ମାଞ୍ଜାସୂତା ତାଙ୍କ ବେକରେ ଗୁଡେଇ ହୋଇ ଯାଇଥିଲା । ସୂତାଟି ଅତି ଶକ୍ତ ଥିବାରୁ ତାଙ୍କ ବେକ କଟି ଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଆଜି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.