ମୋଦି ସରକାର ଲଞ୍ଚ୍‌ କରିବେ ‘ସତ୍ୟଜିତ୍‌ ରାୟ ଆଓ୍ଵାର୍ଡ’, ବଙ୍ଗଳା ଫିଲ୍ମ ଇଣ୍ଡଷ୍ଟ୍ରୀକୁ ଆକୃଷ୍ଟ କରିବାକୁ ବିଜେପିର ରଣନୀତି

ପଶ୍ଚିମବଙ୍ଗରେ ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ରାଜନୈତିକ ପାର୍ଟିର ର‍୍ୟାଲି ଜୋରସୋରରେ ଆରମ୍ଭ ହୋଇଛି। ଇତି ମଧ୍ୟରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଦକର ମଧ୍ୟ ପଶ୍ଚିମବଙ୍ଗରେ ପହଞ୍ଚିଛନ୍ତି। ସେଠାରେ ସେ ବଙ୍ଗାଳୀ ସିନେମାର ବରିଷ୍ଠ କଳାକାର ପାଓଲୀ ଦାମ, ଋତୁପର୍ଣ୍ଣା ସେନଗୁପ୍ତା, ଅବୀର ଚାଟାର୍ଜୀ ପ୍ରମୁଖଙ୍କୁ ସାକ୍ଷାତ କରିଛନ୍ତି। ସୋମବାର ନ୍ୟାସନାଲ ଫିଲ୍ମ ଡେଭଲପମେଣ୍ଟ କର୍ପୋରେସନ୍‌ ଅଫ୍‌ ଇଣ୍ଡିଆ ଆନୁକୂଲ୍ୟରେ କଲିକତାରେ ଏକ ଇଭେଣ୍ଟ ଆୟୋଜିତ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ଘୋଷଣା କରିଥିଲେ ଯେ ଦାଦା ସାହେବ ଫାଲ୍‌କେ ଆଓ୍ଵାର୍ଡ ଭଳି ମୋଦି ସରକାର ସତ୍ୟଜିତ ରାୟ ଆଓ୍ଵାର୍ଡ ଲଞ୍ଚ୍‌ କରିବାକୁ ଯାଉଛନ୍ତି। ପଶ୍ଚିମବଙ୍ଗରେ ନିର୍ବାଚନ ଜିତିବା ପାଇଁ ଭାରତୀୟ ଜନତା ପାର୍ଟି ସବୁ ପ୍ରକାର ରଣନୀତି ଆପଣାଉଛି। ଏଣୁ ଏବେ ବଙ୍ଗାଲୀ ଫିଲ୍ମ ଇଣ୍ଡଷ୍ଟ୍ରୀକୁ ମଧ୍ୟ ଲୋଭାଇବାକୁ ବିଜେପି ଚେଷ୍ଟା କରୁଛି।

ଏହି ଇଭେଣ୍ଟରେ କଣ୍ଠଶିଳ୍ପୀ ତଥା ବିଜେପି ନେତା ବାବୁଲ ସୁପ୍ରିୟୋ ଓ ହିରଣ ଚାଟାର୍ଜୀ ମଧ୍ୟ ଉପସ୍ଥିତ ଥିଲେ। ଏମାନଙ୍କ ବ୍ୟତୀତ କଞ୍ଚନ ମିତ୍ରା, ବିଶ୍ୱଜିତ୍‌ ଚାଟାର୍ଜୀ ମଧ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସୂଚନାଯୋଗ୍ୟ ଯେ ନିକଟରେ ବଙ୍ଗାଳୀ ଅଭିନେତା ୟଶ ଦାସଗୁପ୍ତା ବିଜେପିରେ ସାମିଲ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.