Below header

ମୁଁ, ତୁମେ ଓ ସେ : ଅନୁଭବଙ୍କ ଜୀବନରେ ଆଉ ଜଣେ କିଏ ?

କଟକ (କେନ୍ୟୁଜ) : ଅନୁଭବଙ୍କ ଜୀବନରେ ଆଉ ଜଣେ କିଏ? ଏମିତି ପରୋକ୍ଷରେ ସୂଚନା ଦେଇଛନ୍ତି ପତ୍ନୀ ବର୍ଷା ପ୍ରିୟଦର୍ଶିନୀ। କଟକ SDJM କୋର୍ଟରେ ଭରଣ ପୋଷଣ ପାଇଁ ପିଟିସନ ଦାଖଲ କରିଥିବା ବର୍ଷା ଫ୍ୟାମିଲି କୋର୍ଟରେ ମଧ୍ୟ ଅନ୍ୟ ଏକ ପିଟିସନ ଦାଖଲ କରିଛନ୍ତି। ଏଥିରେ ସେ ଦର୍ଶାଇଛନ୍ତି ଯେ ଅନୁଭବଙ୍କର ଫିଲ୍ମ ଇଣ୍ଡଷ୍ଟ୍ରୀରେ ଅନେକ ଯୁବତୀଙ୍କ ସହ ସମ୍ପର୍କ ରହିଛି।

ତେବେ ଲକଡାଉନ ବେଳେ ଦିଲ୍ଲୀରେ ରହିବା ସମୟରେ ଜଣେ ଯୁବତୀଙ୍କ ସହ ତାଙ୍କର ସମ୍ପର୍କ ନିବିଡ ହୋଇଥିଲା। ଜଣେ ସାଂସଦ ଏବଂ ବିବାହିତ ହୋଇ ମଧ୍ୟ ଯୁବତୀଙ୍କ ସହ ଅନୟିତିକ ସମ୍ପର୍କ ରଖିଛନ୍ତି। କେବଳ ସେଇଥିପାଇଁ ସେ ଛାଡପତ୍ର ଦେବାକୁ ଚାହୁଁଛନ୍ତି ବୋଲି କହିଛନ୍ତି ବର୍ଷା। ତେବେ ଏଭଳି ସ୍ଥିତିରେ ସେ ନିଜକୁ ଅସହାୟ ମଣୁଥିବା ବର୍ଷା ତାଙ୍କର ଏହି ପିଟିସନରେ ଉଲ୍ଲେଖ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.