ଫେମସ୍ ୟୁଟ୍ୟୁବର୍ ଅଗସ୍ତ୍ୟ ଚୌହ୍ବାନଙ୍କ ପରଲୋକ, ଘଣ୍ଟା ପ୍ରତି ୩୦୦ କିମି ବେଗରେ ଯାଉଥିବାବେଳେ ଘଟିଲା ଦୁର୍ଘଟଣା
ଉତ୍ତରପ୍ରଦେଶର ଆଲିଗଡ଼ ଥାନା ଟପଲସ୍ଥିତ ଯମୁନା-ଏକ୍ସପ୍ରେସ୍ ୱେରେ ଘଟିଛି ଏହି ଛାତିଥରା ଦୁର୍ଘଟଣା। ଯାହାଫଳରେ ୟୁଟ୍ୟୁବର୍ ଅଗସ୍ତ୍ୟଙ୍କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ୟୁଟ୍ୟୁବର୍ ଜଣକ ଘଣ୍ଟା ପ୍ରତି ୩୦୦ କିଲୋମିଟର ବେଗରେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।
ଲକ୍ଷ୍ନୌ: ଫେମସ୍ ୟୁଟ୍ୟୁବର୍ ଅଗସ୍ତ୍ୟ ଚୌହ୍ବାନଙ୍କ ପରଲୋକ। ଅସାବଧନତାରୁ ଚାଲିଗଲା ଜୀବନ। ଉତ୍ତରପ୍ରଦେଶର ଆଲିଗଡ଼ ଥାନା ଟପଲସ୍ଥିତ ଯମୁନା-ଏକ୍ସପ୍ରେସ୍ ୱେରେ ଘଟିଛି ଏହି ଛାତିଥରା ଦୁର୍ଘଟଣା। ଯାହାଫଳରେ ୟୁଟ୍ୟୁବର୍ ଅଗସ୍ତ୍ୟଙ୍କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ୟୁଟ୍ୟୁବର୍ ଜଣକ ଘଣ୍ଟା ପ୍ରତି ୩୦୦ କିଲୋମିଟର ବେଗରେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ସେ ଗାଡ଼ି ଚଳାଇ ଯାଉଥିବା ବେଳେ ତାଙ୍କ ବାଇକ୍ ଡିଭାଇଡର୍ରେ ପିଟି ହୋଇ ଯାଇଥିଲା। ଆଉ ଦେଖୁ ଦେଖୁ ନିମିଷକ ଭିତରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।
ଖବର ପାଇବା ମାତ୍ରକେ ଘଟଣାସ୍ଥଳରେ ଯାଇ ପହଞ୍ଚିଥିଲା ପୋଲିସ୍। ସେଠାରେ ପହଞ୍ଚି ୟୁଟ୍ୟୁବର୍ ଅଗସ୍ତ୍ୟ ଚୌହ୍ବାନଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ସହିତ ଅଧିକ ତଦନ୍ତ ଆରମ୍ଭ କରିଥିଲା। ତେବେ ଯାହା ସୂଚନା ମିଳିଛି ଯେ ୟୁଟ୍ୟୁବର୍ ଅଗସ୍ତ୍ୟ ନିଜ ରେସିଂ ବାଇକ୍ରେ ଆଗ୍ରାରୁ ଦିଲ୍ଲୀ ଯାଉଥିଲେ। ଯାଉଥିବା ବାଟରେ ସେ ଭାରସାମ୍ଯ ହରାଇ ବାଇକ୍ଟିକୁ ଯାଇ ଡିଭାଇଡର୍ରେ ପିଟି ଦେଇଥିଲେ। ଶୁଣିବାକୁ ମିଳିଛି ସେ ହେଲ୍ମେଟ୍ ବି ପିନ୍ଧିଥିଲେ, ତଥାପି ଭାଗ୍ଯ ସାଥ୍ ଦେଇନଥିଲା । ଆଉ ଏହି ଦୁର୍ଘଟଣା ତାଙ୍କ ଜୀବନ ବଞ୍ଚିପାରିନଥିଲା।
ଏପଟେ କୁହାଯାଉଛି କି ଦୁର୍ଘଟଣାରେ ତାଙ୍କ ମସ୍ତିଷ୍କରେ ଗଭୀର ଆଘାତ ଲାଗିବାରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା ଆଉ ଘଟଣାସ୍ଥଳରେ ହିଁ ସେ ଆଖି ବୁଜିଦେଇଥିଲେ। ସୂଚନା ଥାଉକି, ଅଗସ୍ତ୍ୟ ଚୌହ୍ବାନ ହେଉଛନ୍ତି ଦିଲ୍ଲୀର ବାସିନ୍ଦା। ତାଙ୍କର ନିଜର ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ରହିଛି। ଗାଡ଼ି ଚଲାଇବା ବେଳେ ସେ ତାଙ୍କ ଚ୍ୟାନେଲ୍ ପାଇଁ ଭିଡିଓ ବନାଉଥିଲେ। ୟୁଟ୍ୟୁବ୍ରେ ତାଙ୍କର ଲକ୍ଷ ଲକ୍ଷ ସବ୍ସ୍କ୍ରାଇବର୍ ଥିବା ବେଳେ ତାଙ୍କର ଏକ ଭିଡିଓରେ କୋଟି କୋଟି ଭିୟୁ ହେଉଥାଏ। ସେ ବାଇକ୍ ରାଇଡିଂ କରି ଭିଡିଓ ବନାଇ ଅପ୍ଲୋଡ୍ କରୁଥିଲେ। ଏପରି ନକରିବାକୁ ସେ ଦର୍ଶକମାନଙ୍କ ସକାଶେ ଏକ ସୂଚନା ବି ଲେଖୁଥିଲେ। କିନ୍ତୁ ଏମିତି ଏହି ଭିଡିଓ କରୁ କରୁ ତାଙ୍କ ଜୀବନ ଚାଲିଯିବ ବୋଲି କେହି କେବେ ଭାବିନଥିଲେ।