ଆଜି ହିଁ ଘରେ ବନାନ୍ତୁ ରେସ୍ତୋରାଁ ଷ୍ଟାଇଲ କଡ଼ାଇ ମସରୁମ୍‌, ସ୍ୱାଦ ଏକଦମ ଲାଜବାବ୍

ଆଜି ଆମେ ଆପଣଙ୍କୁ ଏକଦମ୍‌ ସ୍ୱାଦିଷ୍ଟ କଡ଼ାଇ ମସରୁମ୍‌ ରେସିପି ବିଷୟରେ ଜଣାଇବୁ । ଜାଣନ୍ତୁ ଏହାକୁ କେମିତି କରିବେ ପ୍ରସ୍ତୁତ ।

ଅଧିକାଂଶ ଲୋକ କଡ଼ାଇ ମସରୁମ୍‌ ଖାଇବାକୁ ରେସ୍ତୋରାଁ ଯାଆନ୍ତି । କିନ୍ତୁ ଆପଣ ଘରେ ସହଜରେ ମଧ୍ୟ ଏହାକୁ ତିଆରି କରିପାରିବେ । ଏହାକୁ ବନାଇବା ପାଇଁ ଭିନ୍ନ ଭିନ୍ନ ପ୍ରକାର ତରିକା ରହିଛି । କିନ୍ତୁ ଆଜି ଆମେ ଆପଣଙ୍କୁ ଏକଦମ୍‌ ସ୍ୱାଦିଷ୍ଟ କଡ଼ାଇ ମସରୁମ୍‌ ରେସିପି ବିଷୟରେ ଜଣାଇବୁ । ଜାଣନ୍ତୁ ଏହାକୁ କେମିତି କରିବେ ପ୍ରସ୍ତୁତ ।

ଆବଶ୍ୟକୀୟ ସାମଗ୍ରୀ: ୨୫୦ ଗ୍ରାମ ଛତୁ, ଗୋଟିଏ ଆଳୁ, ୨ ଚାମଚ ବଟା ସୋରିଷ, ଅଧା ଚାମଚ ବଟା ରସୁଣ, ୧ ଚାମଚ କଟା କଞ୍ଚାଲଙ୍କା, ଅଧା ଚାମଚ ହଳଦୀ, ଅଧା ଚାମଚ ଲଙ୍କାଗୁଣ୍ଡ, ଗୋଟିଏ କଟା ଟମାଟ, ଅଧା କପ୍ ସୋରିଷ ତେଲ ଓ ସ୍ୱାଦ ଅନୁଯାୟୀ ଲୁଣ ।

ପ୍ରସ୍ତୁତି ପ୍ରଣାଳୀ: ଛତୁକୁ କାଟି ଧୋଇ ଚିପୁଡି ଏକ ପାତ୍ରରେ ରଖନ୍ତୁ । ଆଳୁକୁ ଛୋଟ ଛୋଟ ଖଣ୍ଡରେ କାଟିଦିଅନ୍ତୁ । ସେଥିରେ ବଟା ସୋରିଷ, ବଟା ରସୁଣ, ହଳଦୀ, ଲଙ୍କାଗୁଣ୍ଡ, ଟମାଟ, ସୋରିଷ, କଞ୍ଚାଲଙ୍କା, ତେଲ ଏବଂ ସ୍ୱାଦନୁସାରେ ଲୁଣ ପକାଇ ଗୋଳାଇ ଦିଅନ୍ତୁ । ଏବେ ଗ୍ୟାସରେ କଡେଇ ବସାଇ ସେଥିରେ ଛତୁ ମିଶ୍ରଣକୁ ଢାଳି ଗୋଳାନ୍ତୁ ଏବଂ ଢାଙ୍କୁଣି ବନ୍ଦ କରି ମଧ୍ୟମ ଆଞ୍ଚରେ ୨୦ରୁ ୨୫ ମିନିଟ୍ ପର୍ଯ୍ୟନ୍ତ ରାନ୍ଧନ୍ତୁ । ମଝିରେ ମଝିରେ ଏହାକୁ ଗୋଳାର ଥିବେ । ଆବଶ୍ୟକ ମୁତାବକ ପାଣିଦେଇ ପାରନ୍ତି ଏବଂ ଆଞ୍ଚ ମଧ୍ୟ କମାଇ ପାରନ୍ତି । ଏବେ ପ୍ରସ୍ତୁତ ହୋଇଗଲା କଡ଼ାଇ ଛତୁ । ଏବେ ଏହାକୁ ରୁଟି କିମ୍ବା ପରଟା ସାଙ୍ଗରେ ଖାଇ ଏହାର ମଜା ନିଅନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.