Below header

ଆଜି ହିଁ ଘରେ ବନାନ୍ତୁ ଟେଷ୍ଟି ନଡ଼ିଆ ବିସ୍କୁଟ, ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ

ବଜାରରୁ କିଣି ତ ଆପଣମାନେ ପ୍ରତିଦିନ ବିସ୍କୁଟ ଖାଉଥିବେ, କିନ୍ତୁ ଆପଣ କେବେ ନିଜେ ଘରେ ତିଆରି କରି ଖାଇଛନ୍ତି କି ନଡ଼ିଆ ବିସ୍କୁଟ? ଏହାର ସ୍ୱାଦ ଖୁବ ନିଆରା । ସେଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ଟେଷ୍ଟି ନଡ଼ିଆ ବିସ୍କୁଟ ରେସିପି ନେଇଆସିଛୁ । ତେବେ ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ ବିଷୟରେ..

ଆବଶ୍ୟକୀୟ ସାମଗ୍ରୀ:

ଅଧା କପ୍ ଖୁଆ, ଅଧା କପ୍ ଶୁଖିଲା ନଡ଼ିଆ କୋରା, ଅଧା ଛୋଟ ଚାମଚ ବେକିଙ୍ଗ ପାଉଡର, ଅଧା ଛୋଟ ଚାମଚ ଭାନିଲା ଏସେନ୍ସ, ଅଧା କପ୍ ଚିନି ପାଉଡର, ଆବଶ୍ୟକ ଅନୁସାରେ କ୍ଷୀର ।

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ଖୁଆକୁ ତରଳାଇ କରି ଏକ ପାତ୍ରରେ ରଖି ଦିଅନ୍ତୁ । ଏବେ ଏଥିରେ ଚିନି ପାଉଡର ପକାଇ ଭଲ ଭାବେ ମିଶାଇ ଏକ ଚିକ୍କଣ ଏବଂ କ୍ରିମୀ ମିଶ୍ରଣ ବନାନ୍ତୁ । ଏବେ ମଇଦାରେ ନଡ଼ିଆ କୋରା, ବେକିଂ ପାଉଡର, ଭାନିଲା ଏସେନ୍ସ ପକାନ୍ତୁ ଏବଂ ଆବଶ୍ୟକ‌ତା ଅନୁସାରେ କ୍ଷୀର ପକାନ୍ତୁ । ଏକ ନରମ ଚକଟା ବନାଇବା ପାଇଁ ଭଲଭାବେ ଚକଟି ଦିଅନ୍ତୁ । ଏବେ ଅଟାର ଛୋଟ ଛୋଟ ଗୁଳା ନେଇ ହାଲକା ଚେପଟା କରି ନଡ଼ିଆ କୋରା ଭର୍ତ୍ତି କରି ହାଲୁକା ହାତରେ ଦାବି ଦିଅନ୍ତୁ ।

ଏବେ ନଡ଼ିଆ ବିସ୍ଫୁଟକୁ ବଟର ପେପର କାଗଜରେ ଘୋଡ଼ାଇ ବେକିଙ୍ଗ ଟ୍ରେରେ ରଖନ୍ତୁ । ଏହାକୁ ପୂର୍ବରୁ ଗରମ କରିଥିବା ଓଭନରେ ୧୭୦ ଡିଗ୍ରୀ ସେଲସିୟସରେ ୧୫ ମିନିଟ୍ ପାଇଁ ଦେକ୍ କରିଦିଅନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କର ଟେଷ୍ଟି ନଡ଼ିଆ କୁକିଜ୍ ବା ବିସ୍କୁଟ । ଏହାକୁ ଅଧିକ ଦିନ ଷ୍ଟୋର କରିବା ପାଇଁ ଏହାକୁ ଏକ ଏୟାର ଟାଇଟ୍ କଣ୍ଟେନରରେ ଷ୍ଟୋର କରି ରଖନ୍ତୁ ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.