ଆଜିର ରାଶିଫଳ: ଜାଣନ୍ତୁ ଦିନଟି କେମିତି କଟିବ

ମେଷ:

ଚାକିରି ବୃତ୍ତିରେ ମନ ଲାଗିବ। ଦୁଃସାହସିକ ପଦକ୍ଷେପ ନେବେ। ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ ବିଜୟୀ ହେବେ। ଆଶା ବାସ୍ତବତାରେ ପରିଣତ ହେବ। ଅସମ୍ପୂର୍ଣ୍ଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବେ। ନିଜ କାର୍ଯ୍ୟଦକ୍ଷତା ବଳରେ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ସମ୍ପାଦନା କରିବେ। ଉପରିସ୍ଥ କର୍ମଚାରୀଙ୍କ ସହଯୋଗରେ ପଦୋନ୍ନତି ମିଳିବ। ଦେହ ଓ ମନ ସୁସ୍ଥ ରହିବ।

ବୃଷ:

କାମ ପାଇଁ ଚେଷ୍ଟାରେ ସଫଳ ହେବେ। ସୁଖ ସମୃଦ୍ଧି ବୃଦ୍ଧି ହେବ। ଆପଣଙ୍କ ପ୍ରୟାସ ଲାଭଦାୟକ ପ୍ରମାଣିତ ହେବ। ଦାମ୍ପତ୍ୟ ଜୀବନରେ ସାମଞ୍ଜସ୍ୟ ବଜାୟ ରହିବ। କେତେକ କ୍ଷେତ୍ରରେ ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ୍‌ ଦୃଷ୍ଟିକୋଣରୁ ବିଚାର କରି କ୍ଷୁବ୍ଧ ହୋଇପାରନ୍ତି।

ମିଥୁନ:

ବଡ଼ ସୁଯୋଗ ଅପେକ୍ଷା କରି ରହିଛି। ଆପଣଙ୍କ ଜୀବନରେ ଖୁସିର ବର୍ଷା ହେବ। ଆପଣଙ୍କୁ ଶୀଘ୍ର ନୂଆ ଦାୟିତ୍ବ ମିଳିପାରେ। ରାଜନୀତିରେ ଯୋଗାଯୋଗ ଭଲ ରହିବ। ପ୍ରତିଷ୍ଠିତ ଲୋକଙ୍କ ସହିତ ସମ୍ପର୍କ ହେବ। ପ୍ରେମରେ ସଫଳତା ପାଇବେ। ପ୍ରତ୍ୟେକ କ୍ଷେତ୍ରରେ ପରୀକ୍ଷା ନିରୀକ୍ଷା କରି ମତ ପୋଷଣ କରିବେ। ଆଶା ବାସ୍ତବିକ ରୂପ ନେବ। ଦେହ, ମନ ସୁସ୍ଥ ରହିବ।

କର୍କଟ:

ଦୂର ଦୃଷ୍ଟି ସମ୍ପନ୍ନ ହେବେ। ପୂର୍ବରୁ ନଷ୍ଟ ହୋଇଥିବା ମାନ, ସମ୍ମାନ, ପ୍ରତିଷ୍ଠା, ସୁଖ ନିଦ୍ରା ଆଦି ପୁଣି ଫେରିବ। ନିଜର ଚେଷ୍ଟା, ପ୍ରଚେଷ୍ଟା ଯୋଗୁ ମର୍ଯ୍ୟାଦାର ସହ ପ୍ରତିଷ୍ଠା ଲାଭ କରିବେ। ଦେହ, ମନ ସୁସ୍ଥ ରହିବ। ଆଶା ବାସ୍ତବତାରେ ପରିଣତ ହେବ। ପରିବାରରେ ସବୁ କାର୍ଯ୍ୟ ସୁଚାରୁରୂପେ କରିବେ।

ସିଂହ:

ଶିକ୍ଷକଙ୍କ ଲାଗି ସମୟ ଭଲ। ଦୁଃସାହସିକ ପଦକ୍ଷେପ ନେବେ। ଖେଳକୁଦରେ ନିଜକୁ ନିୟୋଜିତ କରିବେ। ଏପରିକି ଅଗ୍ରଣୀ ଭୂମିକା ଗ୍ରହଣ କରି ସମସ୍ତ ଦୃଷ୍ଟି ଆକର୍ଷଣ କରିବେ। ଆଶା ବାସ୍ତବିକ ରୂପ ନେବ। ବେକାରମାନେ ସବୁ ପରୀକ୍ଷାରେ ଦକ୍ଷତା ପ୍ରତିପାଦନ କରି କର୍ମ କ୍ଷେତ୍ରରେ ଅବସ୍ଥାନ ହେବେ।

କନ୍ୟା:

ଯାହା କହିବେ ତାହା କରିବେ ନାହିଁ, ଯାହା କରିବେ ତାହା କହିବେ ନାହିଁ। ଶନି ଓ ବୃହସ୍ପତି ବକ୍ରିରେ ଥିବାରୁ ନିଶ୍ଚିତ ଭାବେ ବିଳମ୍ବରେ ହେଲେ ମଧ୍ୟ ଲିଖିତ ପରୀକ୍ଷା, ମୌଖିକ ପରୀକ୍ଷା ଓ ଅନ୍ୟ ପରୀକ୍ଷାରେ କୃତକାର୍ଯ୍ୟ ହେବେ।

ତୁଳା:

ଆଜି ଆପଣଙ୍କ କଥାବାର୍ତ୍ତା ଓ ବ୍ୟବହାର ଅନ୍ୟମାନଙ୍କ ପସନ୍ଦଯୋଗ୍ୟ ନ ହେବା କାରଣରୁ ସମସ୍ୟା ଉପୁଜିପାରେ। ବିଭିନ୍ନ ପ୍ରକାର କାମ ଧନ୍ଦା କରିବା ସକାଶେ ବନ୍ଧୁମାନେ ପ୍ରୋତ୍ସାହିତ କରିପାରନ୍ତି। ନିକଟସ୍ଥ ଜଣାଶୁଣା ବ୍ୟକ୍ତିମାନଙ୍କ ଦ୍ୱାରା ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବ।

ବିଛା:

ଉଦ୍ୟମରେ ସଫଳତା ପାଇବେ। ବିଭିନ୍ନ ଦିଗରୁ ଅର୍ଥ ଆସିବ। ନିଜର ଚେଷ୍ଟା, ପ୍ରଚେଷ୍ଟା ଯୋଗୁ ମର୍ଯ୍ୟାଦାର ସହ ପ୍ରତିଷ୍ଠା ଲାଭ କରିବେ। ଆଶା ବାସ୍ତବତାରେ ପରିଣତ ହେବ। ନିର୍ବାଚନରେ ବିଜୟ ଲାଭ କରିବେ। ଦେହ, ମନ ସୁସ୍ଥ ରହିବ।

ଧନୁ:

ତୁଳନାତ୍ମକ ନିଷ୍ପତ୍ତି ନେବେ। ଆଶା ବାସ୍ତବତାରେ ପରିଣତ ହେବ। କୌଣସି ଅନୁଭୂତିଶୀଳ ବ୍ୟକ୍ତିଙ୍କ ପରାମର୍ଶକ୍ରମେ ସ୍ଥାୟୀ ଉପାର୍ଜନର ପନ୍ଥା ପାଇବେ। ଅର୍ଥ ଲଗାଣକାରୀ ସଂସ୍ଥାରେ ଅର୍ଥ ବିନିଯୋଗ କରିବେ। ପୁରୁଣା ଗାଡ଼ି ବିକି ନୂଆ କିଣିବେ। ଭଲ ସମ୍ପତ୍ତି କ୍ରୟ କରିବେ।

ମକର:

ଏହି ବ୍ୟକ୍ତି ବିଶେଷ ଅତି ଚତୁରତାର ସହ ପରିବାରରେ ଶାନ୍ତି ରକ୍ଷା କରିବା ପାଇଁ ସହାୟକ ହେବେ। ଉତ୍ତରାଧିକାରୀ ପରିବାର ଲୋକଙ୍କୁ ମାର୍ଗଦର୍ଶନ ଦେବେ। ରାଜନୀତି କ୍ଷେତ୍ରରେ ଦକ୍ଷତା ପ୍ରତିପାଦନ କରିବେ। ଦେହ ମନ ସୁସ୍ଥ ରହିବ।

କୁମ୍ଭ:

ଆଜି ପରିବାରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ। ଦୂରସ୍ଥାନକୁ ଯାତ୍ରା ନୂତନ କର୍ମନିଯୁକ୍ତି ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇପାରେ।ବ୍ୟବସାୟରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ଭୂସମ୍ପତ୍ତିକୁ କେନ୍ଦ୍ର କରି ପରିବାର ସଦସ୍ୟଙ୍କ ମଧ୍ୟରେ କଳହର ସୂଚନା ରହିଛି ।

ମୀନ:

ଆଜି ଅର୍ଥ, ସମ୍ମାନ ଓ ବିଳାସବ୍ୟସନ ଦିଗ ପାଇଁ ବହୁତ ଭଲ। ବହୁ ଦିନରୁ ଟଙ୍କା ବାକି ରଖିଥିବା ଲୋକଟି ଆପଣଙ୍କୁ ଖୋଜି ଖୋଜି ଶେଷରେ ଘରେ ଆସି ଟଙ୍କା ଦେଇଯାଇପାରେ। ଆଗାମୀ ମାଙ୍ଗଳିକ କାମ ସକାଶେ ଗୃହସଜ୍ଜା, ଗାଡ଼ି ମରାମତି, ପୁରୁଣା ଘରକୁ ସଜାଡ଼ିବାରେ ମନୋନିବେଶ କରିପାରନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.