Below header

ମହଙ୍ଗା ପଡ଼ିଲା ଆୟଠୁ ଅଧିକ ସମ୍ପତ୍ତି ଠୁଳ କରିବା, ଗିରଫ ହେଲେ କୋଟିପତି ଶିକ୍ଷକ

ରାୟଗଡ଼ା (କେନ୍ୟୁଜ୍) : ମହଙ୍ଗା ପଡ଼ିଲା ଆୟଠୁ ଅଧିକ ସମ୍ପତ୍ତି ଠୁଳ କରିବା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ କୋଟିପତି ଶିକ୍ଷକ । ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ୍ କମ୍ପାର ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଶିଶିରକାନ୍ତ ସେମିଳିଙ୍କୁ ଗିରଫ କରିଛି ଭିଜିଲାନ୍ସ । ଦୀର୍ଘ ୮ ଘଣ୍ଟାରେ ଜେରା ପରେ ତାଙ୍କୁ ଗିରଫ କରାଯାଇଥିଲା ।

ନିଜ ଆୟର ୩୦୭ ପ୍ରତିଶତ ଅଧିକ ସମ୍ପତ୍ତି ଠୁଳ କରିଥିବା ଆକଳନ ଭିଜିଲାନ୍ସ କରିଛି । ଗତକାଲି ଓ ଆଜି ତାଙ୍କ ଘର ସମେତ ଅନ୍ୟାନ୍ୟ ସ୍ଥାନରେ ଚଢ଼ାଉ କରିଥିଲା ଭିଜିଲାନ୍ସ । ରେଡ୍ ବେଳେ ଶିଶିରକାନ୍ତ ସେମିଳିଙ୍କ ଘରୁ ମୋଟ୍ ୪ କୋଟି ୭୩ ଲକ୍ଷ ୮୪ହଜାର ୪୭୫ ଟଙ୍କାର ସମ୍ପତ୍ତି ଠାବ ହୋଇଥିଲା । ନଗଦ ୨ଲକ୍ଷ ୮୮ ହଜାର ଟଙ୍କା ଜବତ ହୋଇଥିବା ବେଳେ ୨୨ଲକ୍ଷ ୩୪ ହଜାର ବ୍ୟାଙ୍କ ଜମାରାଶି ଓ ୨ଲକ୍ଷ ୮୩ହଜାର ଟଙ୍କାର ବୀମା ରହିଛି ।

ରାୟଗଡ଼ା ଡୋରାଗୁଡ଼ାରେ ରହିଛି ଦୁଇଟି ତିନି ମହଲା କୋଠା ଓ ୩ଟି ଦୁଇ ମହଲା କୋଠା । ୪୦୮ ଗ୍ରାମ୍ ସୁନା ଅଳଙ୍କାର ଓ ୨୨୯ ଗ୍ରାମ୍ ରୁପା ଅଳଙ୍କାର ମିଳିଥିଲା । ୧୨ ଲକ୍ଷ ୫୦ ହଜାର ଟଙ୍କାର ଗୋଟିଏ ଇନୋଭା ଗାଡ଼ି ବି ରହିଛି । ପ୍ରାଥମିକ ଶିକ୍ଷକ ଶିଶିରକାନ୍ତ ସେମିଳିଙ୍କ ସମ୍ପତ୍ତି ଦେଖି ଟେରା ହୋଇଥିଲା ଭିଜିଲାନ୍ସ ଟିମ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.