ଦିନ ଆରମ୍ଭରୁ ଜାଣି ରଖନ୍ତୁ ଆଜି କେମିତି କଟିବ ଆପଣଙ୍କ ସମୟ

ମେଷ : କ୍ଷଣକୋପୀ ହେବେ। ଚାକିରିରେ ପଦୋନ୍ନତି ମିଳିବ। ମାଙ୍ଗଳିକ କାର୍ଯ୍ୟ କରିବେ । ମନ ପସନ୍ଦ ଜାଗାରେ ଚାକିରି ମିଳିବ। ଆଗକୁ ବଢ଼ି ଚାଲନ୍ତୁ, ପରିସ୍ଥିତି ଆପଣଙ୍କ ପକ୍ଷରେ ହେବ। ରାଜନୀତିରେ ସଫଳତା ପାଇବେ। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ।

ବୃଷ : ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବେ। ଶୃଙ୍ଖଳତା, କାର୍ଯ୍ୟଦକ୍ଷତା ପାଇଁ ଶୀର୍ଷ ସ୍ଥାନରେ ପହଞ୍ଚିବେ। ଦେହ ମନ ସୁସ୍ଥ ରହିବ। ଆଶା ବାସ୍ତବତାରେ ପରିଣତ ହେବ। ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ ବିଜୟୀ ହେବେ। ଜୀବନର ସଫଳତା ଲାଗି ଦିନଟିଏ। ଅଯଥା ଚିନ୍ତାରୁ ମୁକ୍ତି ପାଇବେ। ବ୍ୟବସାୟରେ ଯୋଜନାବଦ୍ଧ ରୂପେ କାମ କରିବେ।

ମିଥୁନ : ପୂର୍ବରୁ ନଷ୍ଟ ହେଇଥିବା ମାନ ସମ୍ମାନ ମିଳିବ। ନିଷ୍ଠା ଓ ପ୍ରଚେଷ୍ଟା ଯୋଗୁଁ ମର୍ଯ୍ୟାଦା ଲାଭ କରିବେ। ବହୁ ଦିନର ଆଶା ପୂରଣ ହେବ। ନୂଆ ଯୋଜନା କାର୍ଯ୍ୟକାରୀ କରିବେ। ଦେହ ଓ ମନ ସୁସ୍ଥ ରହିବ।

କର୍କଟ : ତୁଳନାତ୍ମକ ନିଷ୍ପତ୍ତି ନେବେ। ଆଶାଠାରୁ ଅଧିକ ଫଳ ମିଳିବ। ଆର୍ଥିକ ସାହାଯ୍ୟ ମିଳିବ। ଶକ୍ତିବାନ ଅନୁଭବ କରିବେ। ପରିଶ୍ରମର ତୁରନ୍ତ ଫଳ ମିଳିବ। ପ୍ରତିଷ୍ଠିତ ଲୋକଙ୍କ ସହିତ ସମ୍ପର୍କ ହେବ। ପ୍ରେମରେ ସଫଳତା ପାଇବେ।

ସିଂହ : ବିଦ୍ୟାର୍ଥୀ ସଫଳତା ପାଇବେ। ସନ୍ତାନଙ୍କୁ ନେଇ ଚିନ୍ତା ବୃଦ୍ଧି ହେବ। ପରିବାରରେ ଅଶାନ୍ତି ଦେଖାଦେବ। ମାନସମ୍ମାନ ପ୍ରାପ୍ତି ହେବ। ସରକାରୀ ସ୍ତରରୁ ହଠାତ୍‌ ଆଶା କରୁଥିବା ଶୁଭ ଖବର ଶୁଣି ଖୁସି ହେବେ। ସୁସ୍ୱାଦୁ ଭୋଜନ କରିବେ।

କନ୍ୟା : ରାଜନୀତି କ୍ଷେତ୍ରରେ ଦକ୍ଷତା ପ୍ରତିପାଦନ କରିବେ। ଗୁପ୍ତ ବୈଠକ କରିବେ। କର୍ତ୍ତୃପକ୍ଷ ଆପଣଙ୍କୁ ନୂଆ ପରିଯୋଜନା ଅର୍ପଣ କରିବେ। ସନ୍ଧ୍ୟାରେ ପ୍ରିୟ ବନ୍ଧୁଙ୍କ ସହିତ ହସଖୁସିର ସମୟ କଟିବ। ଆର୍ଥିକ ସ୍ଥିତି ଭଲ ରହିବ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।

ତୁଳା : ନିଜ କାର୍ଯ୍ୟ ହାସଲ କରିବା ପାଇଁ କିଛି ବି କରିପାରିବେ। ଜନପ୍ରିୟ ହେବେ। ଦେହ ମନ ସୁସ୍ଥ ରହିବ। ଆପଣଙ୍କ ଆତ୍ମବିଶ୍ବାସର ସ୍ତର ଭଲ ରହିବ। କ୍ୟାରିୟରରେ ନୂଆ କୀର୍ତ୍ତିମାନ ସ୍ଥାପିତ କରିବେ। ବ୍ୟବସାୟରେ ପ୍ରଚୁର ଲାଭ ପାଇବେ।

ବିଛା : ପ୍ରତ୍ୟେକ କ୍ଷେତ୍ରରେ ଜୟଲାଭ କରିବେ। ପରିବାରରେ ମନ ମିଳାଇ ଚଳନ୍ତୁ। କାହା ସହ ଯୁକ୍ତିତର୍କ କରନ୍ତୁ ନାହିଁ। ଆଗାମୀ ମାଙ୍ଗଳିକ କାମ ସକାଶେ ଗୃହସଜ୍ଜା, ଗାଡ଼ି ମରାମତି, ପୁରୁଣା ଘରକୁ ସଜାଡ଼ିବାରେ ମନୋନିବେଶ କରିପାରନ୍ତି।

ଧନୁ : ବିଦେଶ ଯାତ୍ରା ସଫଳ ହେବ। କର୍ମକ୍ଷେତ୍ରରେ ଉନ୍ନତି ସହ ବେପାର ବାଣିଜ୍ୟରେ ସଫଳତା ପାଇବେ। ମନକୁ ଆୟତ୍ତରେ ରଖନ୍ତୁ। ଆଜି ସହକର୍ମୀ କିମ୍ବା ପଡ଼ୋଶୀଙ୍କ ସାହାଯ୍ୟ, ସମର୍ଥନ ଲାଭ କରିବେ।

ମକର : ଖର୍ଚ୍ଚ ବଢ଼ିବା ସହ ଶତ୍ରୁ ବୃଦ୍ଧି ହେବେ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ପରିବାରରେ ଅଶାନ୍ତି ଦେଖା ଦେଇପାରେ। ବନ୍ଧୁଙ୍କ ମନାନ୍ତର କାରଣରୁ ମନ ଭଲ ନ ଥିବା ହେତୁ କୌଣସି କାମରେ ମନଯୋଗୀ ରହିପାରିବେ ନାହିଁ।

କୁମ୍ଭ : ବେପାର, ବାଣିଜ୍ୟ ଓ କର୍ମକ୍ଷେତ୍ରରେ ସଫଳତା ମିଳିବ। ଶରୀର ସୁସ୍ଥ ରହିବ। ବିଦ୍ୟାର୍ଥୀ ସଫଳତା ପାଇବେ। ରାଜନୀତିରେ ଓ ସାଙ୍ଗଠନିକ ବିଭିନ୍ନ କାମ ହାତକୁ ନେଇ ପ୍ରଶଂସିତ ହୋଇପାରନ୍ତି।

ମୀନ : ପାରିବାରିକ ସମସ୍ୟା ଦୂର ହେବ। ମାନସିକ ଶାନ୍ତି ମିଳିବ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଧର୍ମକାର୍ଯ୍ୟରେ ଯୋଗ ଦେବେ। ଅଭାବ ଦୂରେଇବାର ପ୍ରୟାସ କଲେ ମଧ୍ୟ ଧାର କରଜ କରି ଆବଶ୍ୟକତା ଚଳାଇନେବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.