ଦୈନିକ ରାଶିଫଳ: ଜାଣନ୍ତୁ ଆଜି ଆପଣଙ୍କ ରାଶି କ’ଣ କହୁଛି

ଅନ୍ୟ ଦିନ ଅପେକ୍ଷା ଆଜି ଆପଣଙ୍କ ପାଇଁ ଦିନଟି ଭଲ ହେବାକୁ ଯାଉଛି । ଆପଣ କିଛି ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି । କିଛି ବଡ଼ ଦାୟିତ୍ୱ ଆପଣଙ୍କ ଉପରେ ଆସିପାରେ । ବ୍ୟବସାୟରେ ଆପଣ ଏକ ବଡ଼ ପୁଞ୍ଜି ବିନିଯୋଗ କରିବାକୁ ଯୋଜନା କରିପାରନ୍ତି । ଗାଡ଼ି ଖରାପ ହେତୁ ଆର୍ଥିକ ଖର୍ଚ୍ଚ ବଢ଼ିପାରେ । ବନ୍ଧୁଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ହେବେ ।

ମେଷ: ଅନ୍ୟ ଦିନ ଅପେକ୍ଷା ଆଜି ଆପଣଙ୍କ ପାଇଁ ଦିନଟି ଭଲ ହେବାକୁ ଯାଉଛି । ଆପଣ କିଛି ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି । କିଛି ବଡ଼ ଦାୟିତ୍ୱ ଆପଣଙ୍କ ଉପରେ ଆସିପାରେ ।

ବୃଷ: ଘରେ ଆପଣ ପାରିବାରିକ ସମସ୍ୟା ଶୁଣିବାରେ କିଛି ସମୟ ଅତିବାହିତ କରିବେ । କିଛି ଶୁଭ କାର୍ଯ୍ୟକ୍ରମରେ ଭାଗ ନେଇପାରନ୍ତି । ଆଜି ସାଙ୍ଗମାନଙ୍କଠାରୁ ଯଥେଷ୍ଟ ସମର୍ଥନ ପାଇବେ ।

ମିଥୁନ: ବ୍ୟବସାୟରେ ଆପଣ ଏକ ବଡ଼ ପୁଞ୍ଜି ବିନିଯୋଗ କରିବାକୁ ଯୋଜନା କରିପାରନ୍ତି । ଗାଡ଼ି ଖରାପ ହେତୁ ଆପଣଙ୍କ ଆର୍ଥିକ ଖର୍ଚ୍ଚ ବଢ଼ିପାରେ । ବନ୍ଧୁଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ହେବେ ।

କର୍କଟ: ଆଜି କାର୍ଯ୍ୟ ଭାର ହେତୁ ଆପଣ ଚିନ୍ତିତ ରହିବେ । ନିଜ ଜୀବନସାଥୀ କିମ୍ବା ପିଲାମାନଙ୍କ ପାଇଁ ଏକ ନୂତନ ଯାନ କିଣି ପାରନ୍ତି । ଚାକିରି ହେତୁ ବାହାରକୁ ଯିବାକୁ ପଡିପାରେ ।

ସିଂହ: ବ୍ୟବସାୟରେ କିଛି ବଡ଼ ପରିବର୍ତ୍ତନ କରିବାକୁ ଚିନ୍ତା କରିପାରନ୍ତି । କର୍ମକ୍ଷେତ୍ରରେ ଆପଣ ମହିଳା ସହକର୍ମୀଙ୍କୁ ନେଇ ସାବଧାନ ରହିବା ଉଚିତ । ଭାଇ ଓ ଭଉଣୀଙ୍କଠାରୁ ସମ୍ପୂର୍ଣ୍ଣ ସମର୍ଥନ ପାଇବେ ।

କନ୍ୟା: ସାମାଜିକ ଏବଂ ରାଜନୈତିକ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକେ ନିଜ କାମକୁ ନେଇ ପ୍ରଶଂସା ପାଇବେ । ଆପଣଙ୍କ ମନରେ ପ୍ରତିଯୋଗିତାର ମନୋଭାବ ଆସିବ ।

ତୁଳା: ଆଜି ଆପଣଙ୍କର କିଛି ଘରୋଇ ସମସ୍ୟା ପୁନର୍ବାର ଉପୁଜିପାରେ, ଯାହାକୁ ଆପଣ ସମାଧାନ କରିବାକୁ ଚେଷ୍ଟା କରିବେ । ନିଜର ଖର୍ଚ୍ଚକୁ ନିୟନ୍ତ୍ରଣ କରନ୍ତୁ ।

ବିଛା: ଆଜି ଆପଣ ଦୂର ଯାତ୍ରା କରିପାରନ୍ତି । ବ୍ୟବସାୟରେ ଟଙ୍କା ଅଟକିଥିଲେ, ତାହା ଫେରିପାଇବେ । ପୂର୍ବ ଅପେକ୍ଷା ଆର୍ଥିକ ସ୍ଥିତି ଭଲ ରହିବ । ଶୁଭ କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି ।

ଧନୁ: ନିଜର କାମ ଅନ୍ୟ ହାତରେ ଛାଡ଼ନ୍ତୁ ନାହିଁ । ଛାତ୍ରମାନେ ଶିକ୍ଷାରେ ସମ୍ମୁଖୀନ ହେଉଥିବା ସମସ୍ୟା ବିଷୟରେ ବଡ଼ଙ୍କ ସହ କଥା ହେବେ । ଭ୍ରମଣ ସମୟରେ ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇବେ ।

ମକର: ଆଜି ଆପଣଙ୍କ ପାଇଁ ଏକ ଖୁସିର ଦିନ ହେବାକୁ ଯାଉଛି । କୌଣସି ପ୍ରତିଯୋଗିତାରେ ବିଜୟୀ ହୋଇପାରନ୍ତି । ଚାକିରିଆମାନେ ଏକ ଉତ୍ତମ ସୁଯୋଗ ପାଇପାରନ୍ତି ।

କୁମ୍ଭ: ଦିନଟି ଆଜି ସ୍ୱତନ୍ତ୍ର ହେବାକୁ ଯାଉଛି । ପରିବାରରେ ଚାଲିଥିବା ମତଭେଦ ଦୂର ହେବ ଏବଂ ସମସ୍ତ ସଦସ୍ୟ ଏକଜୁଟ ହେବେ । ସାମାଜିକ କ୍ଷେତ୍ରରେ ଆପଣ ବଡ଼ ପଦବୀ ପାଇପାରନ୍ତି ।

ମୀନ: ବ୍ୟବସାୟ ଦୃଷ୍ଟିରୁ ଦିନଟି ଲାଭଦାୟକ ହେବାକୁ ଯାଉଛି । ଅପରିଚିତ ବ୍ୟକ୍ତିଙ୍କଠାରୁ ପରାମର୍ଶ ନିଅନ୍ତୁ ନାହିଁ । କିଛି ବିଶେଷ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ଆପଣ ଭଲ ଲାଭ ପାଇବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.