ଭାଗ୍ୟଫଳ : ଜାଣନ୍ତୁ ଦିନଟି କେମିତି କଟିବ

ମେଷ : ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ଆଜି ଖୁବ୍‌ ଭଲ ଫଳ ମିଳିବ। ଏମାନଙ୍କର ଧନଲାଭ ହେବା ସହ ଆର୍ଥିକ ସ୍ଥିତି ମଜଭୁତ ହେବ। ପ୍ରମୋସନ୍‌-ଇନ୍‌କ୍ରିମେଣ୍ଟ ମିଳିବା ଯୋଗ ରହିଛି। କାର୍ଯ୍ୟସ୍ଥଳୀରେ ମାନ-ସମ୍ମାନ ବଢ଼ିବ। ଭାଗ୍ୟ ଯୋଗୁ ସବୁ କାମ ହେବ। ନୂଆ କାମ ଆରମ୍ଭ କରିବା ପାଇଁ ଏହା ଭଲ ସମୟ।

ବୃଷ : ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଆଜିର ଦିନ ବେଶ୍‌ ଶୁଭ ସାବ୍ୟସ୍ତ ହେବ। ଅଟକିଥିବା କାମ ହୋଇଯିବ। ପଦୋନ୍ନତି, ଟଙ୍କା ଓ ପ୍ରତିଷ୍ଠା ମିଳିବ। ଶତ୍ରୁ ପରାଜିତ ହେବେ। ଯେଉଁମାନେ ନୂଆ ଗାଡ଼ି କିମ୍ବା ଘର କିଣିବାକୁ ଚାହୁଁଛନ୍ତି, ସେମାନେ ଏବେ କିଣିପାରିବେ।

ମିଥୁନ : କମ୍‌ ପରିଶ୍ରମ କରିବେ ଅଧିକ ଲାଭ ପାଇବେ। କର୍ମକ୍ଷେତ୍ରରେ ଆକସ୍ମିକ କେତେକ ସମସ୍ୟା କାରଣରୁ ପୂର୍ବସ୍ଥିରୀକୃତ କାର୍ଯ୍ୟ ସ୍ଥଗିତ ରହିପାରେ। ବନ୍ଧୁଙ୍କ ସାହାଯ୍ୟ, ସହଯୋଗର ଅଭାବ ନ ଥିଲେ ମଧ୍ୟ ପାରିବାରିକ ମନାନ୍ତର କାମକୁ ବିଗାଡ଼ି ଦେଇପାରେ। ରାଜନୀତିରେ ନୈତିକ ସମର୍ଥନ ହାସଲ କରିପାରିବେ।

କର୍କଟ : ସ୍ଥିତି ସୁଦୃଢ ରହିବ। ଆଶା ଠାରୁ ଅଧିକ ଶୁଭଫଳ ମିଳିବ। ଉଦ୍ୟମରେ ସଫଳତା ମିଳିବ। ଅର୍ଥ ସଞ୍ଚୟ କରିବେ। ଋଣ ପରିଶୋଧ କରିବେ। ସହକର୍ମୀଙ୍କ ଯୋଗୁ ହୁଏତ କର୍ମକ୍ଷେତ୍ରର ଗତି ମନ୍ଥର ରହିବ। ସଭାସମିତି, ଗବେଷଣା କ୍ଷେତ୍ର, ଆଇନ ଅଦାଲତରେ ସଫଳତା ହାସଲ କରିବେ।

ସିଂହ: ଲକ୍ଷ୍ୟସ୍ଥଳରେ ପହଞ୍ଚିବେ। ଆଶା ଠାରୁ ଅଧିକ ସଫଳତା ମିଳିବ। ଆଜି ଯାହା କରିବାକୁ ଚାହୁଁଛନ୍ତି, ତାହା ସମ୍ପନ୍ନ କରିବା ସହଜ ହେବ। କର୍ମକ୍ଷେତ୍ରରେ ଖୁସି ରହିବେ। ସଭାସମିତିରେ ସମ୍ମାନିତ ବ୍ୟକ୍ତି ବିଶେଷଙ୍କ ସାନ୍ନିଧ୍ୟ ଲାଭର ସୁଯୋଗ ପାଇବେ।

କନ୍ୟା: କନ୍ୟା ରାଶିର ଲୋକଙ୍କ ପାଇଁ ଆଜିର ଦିନ ଲାଭଦାୟକ ସାବ୍ୟସ୍ତ ହେବ। କୌଣସି ଖୁସି ଖବର ମିଳିପାରେ। ଚାକିରି ଓ ବେପାରରେ ସଫଳତା ମିଳିବ। ଲାଭ ବଢ଼ିବ। ସରକାରୀ ଚାକିରି ପାଇବାକୁ ସ୍ୱପ୍ନ ଦେଖୁଥିବା ଲୋକଙ୍କୁ ଏବେ ସଫଳତା ମିଳିବ।

ତୁଳା : ଆଜି ବନ୍ଧୁଙ୍କ ସହଯୋଗ ସମସ୍ୟା ସମାଧାନରେ ସାହାଯ୍ୟ କରିବେ। କଳା, ସାହିତ୍ୟ, କ୍ରୀଡ଼ା, ଚଳଚ୍ଚିତ୍ର ତଥା ପ୍ରଶାସନ, ପରିବହନ, ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ। ଆଜିର ଦିନଟି ଆନୁଷ୍ଠାନିକ କାମ, ବାଣିଜ୍ୟ, ବ୍ୟବସାୟ ଓ ରାଜନୈତିକ ଆଲୋଚନା ସକାଶେ ମନ୍ଦ ହେବନାହିଁ।

ବିଛା : ଆଜି ଆପଣ ନିଜର କାର୍ଯ୍ୟପଦ୍ଧତି ପରିବର୍ତ୍ତନ କରିବେ। ଯୋଜନା ବଦଳିଯିବା ସାଙ୍ଗକୁ ଗସ୍ତ ମଧ୍ୟ ସ୍ଥଗିତ ରହିଯାଇପାରେ। ଯାନବାହନ, ଗୃହ ସୀମା, ସଭା ସମିତି, ଜମିଜମା, ନିକଟ ସମ୍ପର୍କୀୟ କ୍ଷେତ୍ରରୁ ଆଶାନୁରୂପ ଫଳ ପାଇବେ। ଯାହାକୁ ବେଶୀ ବିଶ୍ୱାସ କରୁଛନ୍ତି ସେହି ବ୍ୟକ୍ତିଙ୍କ ଦ୍ୱାରା ପ୍ରତାରିତ ହୋଇପାରନ୍ତି।

ଧନୁ : ଆଜି ଦୈହିକ ସୁସ୍ଥତା ସାଙ୍ଗକୁ ମାନସିକ ଶାନ୍ତି ଆପଣଙ୍କ ଜୀବନଯାତ୍ରାକୁ ସରଳୀକୃତ କରିବ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟରୁ ଉପକୃତ ହେବେ। ପରିବାରରେ ଏମିତି କେତେକ କଥା ଘଟିପାରେ, ଯାହାକି ଅନ୍ତର୍ଦାହ ସୃଷ୍ଟି କରିପାରେ। ଆର୍ଥିକ, ସାମାଜିକ ଓ ରାଜନୈତିକ ସ୍ଥିତି ମଧ୍ୟମ ପ୍ରକାର ରହିବ।

ମକର : ଆଜି ଅର୍ଥ ସଙ୍କଟ ମଧ୍ୟରେ ଗତି କଲେ ମଧ୍ୟ କର୍ମକ୍ଷେତ୍ରରେ ଉନ୍ନତି କାରଣରୁ ଖୁସି ରହିବେ। ଆନୁଷ୍ଠାନିକ କ୍ଷେତ୍ର, ସଭାସମିତି, ରାଜନୀତିରେ ଆଲୋଚନା ଅସମାପ୍ତ ରହିପାରେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ,ଏଜେନସିପ୍‌, କଳା, ସାହିତ୍ୟ ଓ ମନୋରଞ୍ଜନ କାର୍ଯ୍ୟକ୍ରମରେ ପ୍ରଶଂସିତ ହେବେ।

କୁମ୍ଭ : ଆଜି ଆପଣଙ୍କ ଚିନ୍ତାନୁଯାୟୀ କାମଗୁଡ଼ିକ ସହଜରେ ସମ୍ପନ୍ନ ହୋଇପାରିବ। କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା କରୁଥିବା ବ୍ୟକ୍ତିଙ୍କ ମିଥ୍ୟା ଅଭିଯୋଗ ଯୋଗୁ ମାନସିକ ଅସୁସ୍ଥତା ସୃଷ୍ଟି ହୋଇପାରେ। ଦୀର୍ଘ ଦିନରୁ ଅଟକି ରହିଥିବା କାମଟିକୁ ଆରମ୍ଭ କରିବାକୁ ମନ ବଳାଇବେ। ବନ୍ଧୁଙ୍କ ସହଯୋଗରେ କାମ ହାସଲ କରିବେ।

ମୀନ : ବ୍ୟବସାୟ, ଯାତ୍ରା, ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ ସଫଳତା ପାଇବେ। ଜମିଜମା ସମ୍ପର୍କିତ ମାମଲାରେ ବିଜୟୀ ହେବେ। ଆଜି କର୍ମକ୍ଷେତ୍ରରେ ପ୍ରଶଂସା ପାଇବେ। ସନ୍ତାନଙ୍କ ପାଇଁ ଖୁସି ହେବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.