Below header

ଯଦି ଜାଣିଯିବେ ଏହି ୧୫ଟି ଟିପ୍ସ, ତେବେ ବିନା ମେକଅପରେ ବି ଲାଗିବେ ସବୁଠାରୁ ସୁନ୍ଦର

ସୁନ୍ଦର ଦେଖାଯିବାକୁ କେଉଁ ଝିଅ ନଚାହେଁ । ପ୍ରାୟ ସବୁ ଝିଅ ନିଜର କୌଣସି ସାଙ୍ଗର ଲିପଷ୍ଟିକ୍‌ କିମ୍ବା ମେକଅପ୍‌ ଦେଖି ଥରେ ତ ନିଶ୍ଚୟ ଭାବିଥିବେ କେତେ ସୁନ୍ଦର ହୋଇଛି । ଅନ୍ୟପଟେ ଭାବୁଥିବେ ମୋ ପାଖରେ ବି ସମୟ ଥିଲେ ମୁଁ ଏମିତି ମେକଅପ୍ ନିଶ୍ଚୟ ହୋଇଥାନ୍ତି , ଆଉ ସୁନ୍ଦର ନିଶ୍ଚୟ ଦେଖାଯାଇଥାନ୍ତି । କିନ୍ତୁ ସୁନ୍ଦରତା ମେକଅପରେ ଆସିନଥାଏ । ଆମେ ଏମିତି କିଛି ଟିପ୍ସ କହିବୁ ଯାହାକୁ ବ୍ୟବହାର କଲେ ବିନା ମେକଅପରେ ମଧ୍ୟ ଆପଣ ସୁନ୍ଦର ଦେଖାଯିବେ ।

– ସକାଳର ଆରମ୍ଭ ଲେମ୍ବୁପାଣିରୁ କରନ୍ତୁ । ଏହା ଦ୍ବାରା ଶରୀରର ସମସ୍ତ ଦୂଷିତ ପଦାର୍ଥ ବାହାରକୁ ବାହାରିଯିବ ।

– ପ୍ରତିଦିନ ଅନ୍ତତଃ ୩ ଲିଟର ପାଣି ପିଅନ୍ତୁ । ଏହା ଦ୍ବାରା ଆପଣଙ୍କ ତ୍ବଚା ସୁସ୍ଥ ରହିବ ।

– ତ୍ବଚା ଅନୁଯାୟୀ ଫେସୱାସ୍ କିଣନ୍ତୁ ।

– ଯେତେବେଳେ ବି ମୁହଁ ଧୋଇବେ ମଶ୍ଚୋରାଇଜର୍ ନିଶ୍ଚୟ ଲଗାନ୍ତୁ ।

– ସପ୍ତାହରେ ଥରେ ନିଶ୍ଚୟ ସ୍କ୍ରବ୍ କରନ୍ତୁ । ଏହା ଦ୍ବାରା ଡେଡ୍ ସ୍କିନ୍ ବାହାରିଯିବ ।

– ଚେହେରାକୁ ବାରମ୍ବାର ଛୁଅନ୍ତୁ କିମ୍ବା ରଗଡନ୍ତୁ ନାହିଁ । ବ୍ରଣ ହୋଇଥିଲେ ତ ବିଲକୁଲ୍ ବି ନୁହେଁ ।

– ଯେତେବେଳେ ବି ବାହାରକୁ ଯିବେ ସନସ୍କ୍ରିମ୍ ନିଶ୍ଚୟ ଲଗାନ୍ତୁ ।

ଚେହେରାକୁ ପ୍ରତିଦିନ ଟୋନର୍, କ୍ଲିଜର ଏବଂ ଗୋଲାପ ଜଳରେ ସଫା କରନ୍ତୁ । 

– ଯଦି ଡାର୍କ ସର୍କଲ ଚାହାଁନ୍ତି ନାହିଁ ତେବେ ଅତିକମରେ ୮ ଘଂଟା ନିଶ୍ଚୟ ଶୁଅନ୍ତୁ ।

– ଯଦି ଓଠ ଫାଟୁଛି ତେବେ ଲିପ୍ ବାମ୍ ନିଶ୍ଚୟ ଲଗାନ୍ତୁ ।

– ସୁନ୍ଦର ଦାନ୍ତ ପାଇଁ ଦିନକୁ ଦୁଇଥର ବ୍ରଶ୍ ନିଶ୍ଚୟ କରନ୍ତୁ ।

– ଯଦି ଚା, କଫି କିମ୍ବା କୌଣସି ଜୁସ୍ ପିଇଛନ୍ତି ତେବେ ଟିଥ୍ ହ୍ବାଇଟନରରେ ଦାନ୍ତ ନିଶ୍ଚୟ ସଫା କରନ୍ତୁ ।

– ସେହିପରି ସୌନ୍ଦର୍ଯ୍ୟ ବଢାଇବାକୁ ଚାହୁଁଛନ୍ତି ତେବେ ଆଇବ୍ରୋ ସେପ୍ ନିଶ୍ଚୟ କରନ୍ତୁ ।

– ଆଖି ପତା ଲମ୍ବା କରିବାକୁ ଚାହୁଁଥିଲେ ପ୍ରତିଦିନ ନଡିଆ ତେଲ ଲଗାଇ ଶୁଅନ୍ତୁ ।

– ସପ୍ତାହକୁ ଦୁଇ ଥର ସାମ୍ପୋ ନିଶ୍ଚୟ କରନ୍ତୁ । ଏବଂ ସାମ୍ପୋ କରିବା ପୂର୍ବଦିନ ରାତିରେ କେଶରେ ଭଲ ଭାବରେ ତେଲ ମାଲିସ୍ କରନ୍ତୁ । ଏପରି କଲେ କେଶ ସୁନ୍ଦର ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.