Below header

ଏମିତି ତିନୋଟି ଜିନିଷ ଯାହା ଅପଣଙ୍କ କାର୍ଯ୍ଯକ୍ଷେତ୍ରରେ ଆଣିଦେବ ଉନ୍ନତି

ଆମେ ଘର ଛଡା ଯଦି ଅନ୍ଯ କେଉଁ ସ୍ଥାନରେ ଅଧିକ ସମୟ ଅତିବାହିତ କରିଥାନ୍ତି, ତାହା ହେଉଛି ଆମ କର୍ମସ୍ଥଳୀ । ଏହା ଆମ ଜୀବନର ଏକ ମହତ୍ତ୍ବପୂର୍ଣ୍ଣ ସ୍ଥାନ, ଯେଉଁଠାରେ ଆମେ ଆମ ପାଇଁ ଉତ୍ପାଦନ କରିବାର କାର୍ଯ୍ଯ ସମ୍ପାଦନ କରିଥାନ୍ତି । ଏମିତି ବହୁତ କାର୍ଯ୍ଯାଳୟ ଯେଉଁଠାରେ କର୍ମଚାରୀମାନଙ୍କୁ ନିଜର ଡେକ୍ସକୁ ସଜେଇବା ପାଇଁ ପ୍ରୋତ୍ସାହିତ କରାଯାଇଥାଏ । ଏହା କରିବା ଦ୍ବାରା କାମ କରିବାକୁ ଅଧିକ ପସନ୍ଦ ଆସିଥାଏ । ଯଦି ଆପଣ ଭାବୁଛନ୍ତି କି ଆପଣ ମଧ୍ଯ ଆପଣଙ୍କ ଡେକ୍ସକୁ ସଜାଇବାକୁ ଚାହୁଁଛନ୍ତି, ତେବେ କେଉଁଠାରୁ ଆରମ୍ଭ କରିବେ?

ତେବେ ଏଠାରେ ଆମେ କିଛି ଜିନିଷ କହୁଛୁ ଯାହା ଆପଣଙ୍କ କର୍ମକ୍ଷେତ୍ରରେ ଉନ୍ନତି ଆଣିପାରିବ

ମୋଟିଭେସନାଲ୍ ପୋଶ୍ଚର : 

postମୋଟିଭେସନାଲ୍ ପୋଶ୍ଚର କେବଳ ଆପଣଙ୍କର କର୍ମସ୍ଥଳୀକୁ ସଜାଇବା ପାଇଁ ନୁହେଁ ଏହା ନିୟମିତ ଭାବେ ଆପଣଙ୍କୁ ପ୍ରେରଣା ଯୋଗାଇଥାଏ । ପ୍ରୋତ୍ସାହିତ କରିବା ପାଇଁ ଏହା ବହୁତ ସାହାଯ୍ଯ କରିଥାଏ । ପ୍ରେରଣାଦାୟକ ସନ୍ଦେସ ଭାବେ ଏହା କାର୍ଯ୍ଯାଳୟ ପରିସରକୁ ଆହୁରୀ ଭଲ ପରିବେଶ ବନାଇଥାଏ ।

ପରୀ ଲାଇଟ୍ :

lightକିଛି ବ୍ଯକ୍ତି ଏହି ପରୀ ଲାଇଟକୁ ନିଜର କାର୍ଯ୍ଯାଳୟରେ ସଜାଇବା ପାଇଁ ଚାହିଁବେନି, କିନ୍ତୁ  ଏହା କର୍ମସ୍ଥଳୀକୁ ଅଧିକ ଶାନ୍ତ ଏବଂ ଉଜ୍ବଳ କରିଥାଏ । ଯେଉଁ ପରିବେଶରେ କାମ କରିବାକୁ ଇଚ୍ଛା ପ୍ରକାଶ ପାଇଥାଏ । ଏହି ପରୀ ଲାଇଟ୍ ବିଭିନ୍ନ ପ୍ରକାରର ମିଳିଥାଏ ଏବଂ ଯାହା ଏକ ଭଲ ସାବା ଜିନିଷ ଅଟେ ।

ଛୋଟ ଗଛ :

treeଆପଣଙ୍କ ଡେକ୍ସ ଉପରେ ଛୋଟ ଗଛ ରଖନ୍ତୁ । ଯାହା ଆପଣଙ୍କ କାର୍ଯ୍ଯକୁ ଆହୁରୀ ଉଜ୍ଜଳ କରିବାର ଶକ୍ତି ଦେଇଥାଏ । ଏହା ଆପଣଙ୍କ ଆଖପାଖ ପରିବେଶକୁ ଶୁଦ୍ଧ କରିଥାଏ । ଏହା ଅତି ସହଜରେ ଏବଂ କମ୍ ମୂଲ୍ଯରେ ଆପଣ ପାଇପାରିବେ । ଏହି ଛୋଟ ଗଛ ଗୁଡିକ ମଧ୍ଯରେ ମନି ପ୍ଳାଣ୍ଟ ବହୁତ ଭଲ ହୋଥାଏ ।

 

 

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.