ପୁରୀ ସତ୍ୟବାଦୀରେ ହେବ ଓଡ଼ିଆ ବିଶ୍ୱବିଦ୍ୟାଳୟ, ଆସନ୍ତାକାଲି ଭିତ୍ତିପ୍ରସ୍ତର ସ୍ଥାପନ

ପୁରୀ(କେନ୍ଯୁଜ୍) : ପୁରୀ ଜିଲ୍ଲା ସତ୍ୟବାଦୀରେ ହେବ ଓଡ଼ିଆ ବିଶ୍ୱ ବିଦ୍ୟାଳୟ । ଆସନ୍ତାକାଲି ଭିତ୍ତିପ୍ରସ୍ତର ସ୍ଥାପନ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ପଞ୍ଚସଖାଙ୍କୁ ବକୁଳ ବନରେ ଦେବେ ଶ୍ରଦ୍ଧାଞ୍ଜଳି । ପରେ ସେଠାରୁ ସମାଧୀପୀଠକୁ ଯାଇ ପଞ୍ଚସଖାଙ୍କ ସମାଧୀରେ ପୁଷ୍ପଗୁଚ୍ଛ ଦେଇ ଏକ ସାଧାରଣ ସଭାରେ ଯୋଗଦେବେ । ସେଠାରେ ଓଡିଆ ବିଶ୍ୱବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ ପାଇଁ ଶିଳାନ୍ୟାସ କରିବେ । ପରେ ଜନସାଧାରଣଙ୍କୁ ସମ୍ବୋଧିତ କରିବେ । ଏନେଇ ପ୍ରସ୍ତୁତି ଶେଷ ପର୍ଯ୍ଯାୟରେ ପହଁଚିଥିବା କହିଛନ୍ତି ପୁରୀ ଜିଲ୍ଲାପାଳ ଜ୍ୟୋତି ପ୍ରକାଶ ଦାଶ।

satyabadi ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି କାର୍ଯ୍ଯକ୍ରମରେ ଉତ୍ତରାଠାରୁ ସାକ୍ଷୀଗୋପାଳ ପର୍ଯ୍ଯନ୍ତ ୩୦ହଜାରରୁ ଉର୍ଦ୍ଧ୍ୱ ମହିଳା ସ୍ୱାଗତ କରିବାର କାର୍ଯ୍ଯକ୍ରମ ରହିଛି। ସମାବେଶରେ ପ୍ରାୟ ୪୦ହଜାରରୁ ଉର୍ଦ୍ଧ୍ବ ଲୋକଙ୍କ ସମାଗମ ହେବ । ସେପଟେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସତ୍ୟବାଦୀ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.