ରୂପି ସମସ୍ୟାକୁ ନେଇ ଚିନ୍ତିତ କି? ବାଦାମ ତେଲରେ ଏହି ଦୁଇଟି ଜିନିଷ ମିଶାଇ ଲଗାନ୍ତୁ, ଆଉ ପରିଣାମ ଦେଖନ୍ତୁ…

କେଶ ଏବଂ କେଶ ମୂଳ ପାଇଁ ବାଦାମ ତେଲ ଅତ୍ୟନ୍ତ ଉପଯୋଗୀ ହୋଇଥାଏ। ଏଥିରେ ଭିଟାମିନ୍ ଇ, ପ୍ରୋଟିନ୍ ଏବଂ ଫଲିକ୍ ଏସିଡ୍ ରହିଥାଏ, ଯାହା କେଶକୁ ଚମକ ପ୍ରଦାନ କରିଥାଏ। ଏମିତିରେ ଯଦି ବାଦାମ ତେଲରେ କେଶ ମାଲିସ୍ କରାଯାଏ, ତା’ ହେଲେ କେଶର ସବୁ ସମସ୍ୟା ଦୂର ହୋଇ ପାରିବ। କିନ୍ତୁ କ’ଣ ଆପଣ ଜାଣିଛନ୍ତି କି, ଯଦି ଆପଣ ବାଦାମ ତେଲରେ କିଛି ଜିନିଷ ମିଶ୍ରଣ କରି ଲଗାଇବେ, ତା’ ହେଲେ କେଶକୁ ଆହୁରି ଚମକଦାର କରାଯାଇ ପାରିବ, ଯାହାଫଳରେ କେଶ ଆପଣଙ୍କର ଆକର୍ଷଣୀୟ ଦେଖାଯିବ। ଆସନ୍ତୁ ଜାଣିବା କେଶରେ ଆମେ କିପରି ଭାବେ ବାଦାମ ତେଲ ବ୍ୟବହାର କରି ପାରିବା।

ଲେମ୍ବୁ ରସ: ଯଦି ଆପଣ ବାଦାମ ତେଲ ସହିତ ଲେମ୍ବୁ ରସ ମିଶ୍ରଣ କରିବେ, ତ ଏମିତି କରିବା ଦ୍ୱାରା କେଶର ରୂପି ସମସ୍ୟା ଦୂର ହୋଇ ପାରିବ। ଏମିତିରେ ଆପଣଙ୍କୁ କେବଳ ଏକ ପାତ୍ରରେ କିଛି ବୁନ୍ଦା ବାଦାମ ତେଲ ଏବଂ କିଛି ବୁନ୍ଦା ଲେମ୍ବୁ ରସ ମିଶାଇବାକୁ ପଡ଼ିବ। ଏହାପରେ ଏହି ମିଶ୍ରଣକୁ ଆପଣ ନିଜ କେଶରେ ଲଗାଇ ପାରିବେ। ଏବେ ଆପଣଙ୍କୁ ହାଲୁକା ହାତରେ ନିଜ କେଶକୁ ମାଲିସ୍ କରିବାକୁ ପଡିବ। ମାଲିସ୍ ପରେ ଆପଣ ଚାହିଁଲେ ୧ ଘଣ୍ଟା ପରେ କେଶକୁ ସାମ୍ପୁ କରି ପାରିବେ ନଚେତ୍ ପୂରା ରାତିସାରା ଏହି ମିଶ୍ରଣକୁ କେଶରେ ଲଗାଇ ରଖି ପାରିବେ ଏବଂ ପରଦିନ ସକାଳେ ସାମ୍ପୁ କରି ପାରିବେ। ଏହି ଉପାୟ ଆପଣାଇବା ଦ୍ୱାରା କେଶ ଖୁବ୍ ଜଲ୍‌ଦି ବଢ଼ିଥାଏ।

ମହୁ: ଆପଣଙ୍କ କେଶ ସମସ୍ୟାକୁ ବାଦାମ ତେଲ, ମହୁ ଏବଂ କଦଳୀର ମିଶ୍ରଣ ମଧ୍ୟ ଦୂର କରି ପାରିବ। ଏମିତିରେ ଆପଣ ଏକ ପାତ୍ରରେ ତିନୋଟି ସାମଗ୍ରୀକୁ ଭଲ ଭାବରେ ମିକ୍ସ କରି ନିଅନ୍ତୁ ଏବଂ ଏହି ମିଶ୍ରଣକୁ କେଶରେ ଲଗାନ୍ତୁ। ଅଧ ଘଣ୍ଟା କିମ୍ବା ୧ ଘଣ୍ଟା ପର୍ଯ୍ୟନ୍ତ ଏହି ମିଶ୍ରଣକୁ ଆପଣଙ୍କ କେଶରେ ଲଗାଇ ରଖନ୍ତୁ। ଏହାପରେ କେଶକୁ ଭଲ ଭାବରେ ସାମାନ୍ୟ ସାମ୍ପୁରେ ଧୋଇ ଦିଅନ୍ତୁ। ଏମିତି କରିବା ଦ୍ୱାରା ନା କେବଳ କେଶ ସୁନ୍ଦର ଦେଖାଯିବ, ବରଂ କେଶ ଚମକଦାର ମଧ୍ୟ ନଜର ଆସିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.